ETV Bharat / state

ପୁନଃଉଦ୍ଧାର ହେଲା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧି ପୀଠ - krushna chandra recreated

ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡିରହିଥିବା ପାରଳା ମହାରାଜାଙ୍କ ସମାଧୀ ପୀଠ ଏବେ ଝଲସିଛି ବିଭିନ୍ନ ଆଲୋକମାଳାରେ । ବିଳମ୍ବରେ ହେଉ ପଛେ ଏହି ଐତିହାସିକ ସ୍ଥଳୀର ପୁନଃଉଦ୍ଧାର କରାଯାଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Oct 16, 2019, 7:32 PM IST

ଗଜପତି: ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡିରହିଥିବା ପାରଳା ମହାରାଜାଙ୍କ ସମାଧୀ ପୀଠ ଏବେ ଝଲସିଛି ବିଭିନ୍ନ ଆଲୋକମାଳାରେ । ବିଳମ୍ବରେ ହେଉ ପଛେ ଏହି ଐତିହାସିକ ସ୍ଥଳୀର ପୁନଃଉଦ୍ଧାର କରାଯାଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏହାକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧି ପୀଠ ହେବା ପରେ ଏହି ସ୍ଥାନର ଗୁରୁତ୍ବ ଢେର ବଢିଥିଲା । ହେଲେ ଏହାକୁ ଆକର୍ଷଣର କେନ୍ଦ୍ର ବିନ୍ଦୁ କରିବା ପାଇଁ କେହି ପ୍ରୟାସ କରିନଥିଲେ । ଏହି ସ୍ଥାନର ପୁନଃଉଦ୍ଧାର ପାଇଁ ପ୍ରାୟ 2ବର୍ଷ ତଳେ ପରିକଳ୍ପନା କରିଥିଲା ପାରଳାଖେମୁଣ୍ଡି ପୌରପରିଷଦ । ତତ୍କାଳୀନ କାଉନସିଲ ଏବଂ ତାର ଅଧ୍ୟକ୍ଷା ଏମ.ଲଳିତା ଏହାକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେଇଥିଲେ । ଏହି କାମ ପାଇଁ 37ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହାକୁ ସୁନ୍ଦର ଆଲୋକମାଳାରେ ସଜାଯିବା ସହ ବିଭିନ୍ନ ପ୍ରକାର ଖେଳ ଉପକରଣ ମଧ୍ୟ ଖଞ୍ଜାଯାଇଛି । ଏହାକୁ କିଭଳି ସଠିକ ଭାବେ ପରିଚାଳନା କରାଯାଇ ପାରିବ, ସେ ଦିଗରେ ପୌରପରିଷଦ ପ୍ରୟାସ ଜାରି ରଖିଥିବା ନିର୍ବାହୀ ଅଧିକାରୀ କହିଛନ୍ତି ।

ଏହି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ସ୍ବାଗତ ଜଣାଇଛନ୍ତି । ଏହା କେବଳ ପାରଳାଖେମୁଣ୍ଡିର ନୁହେଁ ସମଗ୍ର ଓଡିଶା ପାଇଁ ଗର୍ବର ବିଷୟ ବୋଲି ସେମାନେ କହିଛନ୍ତି । ଅନେକ ବର୍ଷ ହେଲା ଅସମାଜିକ ଯୁବକଙ୍କ ଆଡ୍ଡା ସ୍ଥଳ ପାଲଟିଥିବା ଏହି ସ୍ଥାନ ଆଜି ଯେଉଁ ଭଳି ଭାବେ ବିକଶିତ କରାଯାଇଛି ତାହା ନିଶ୍ଚିତ ଭାବେ ପ୍ରତି ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ମତ ପ୍ରକାଶ ପାଇଛି । ତେବେ ଏହାକୁ ଶିଶୁ ଉଦ୍ୟାନ କରିବାକୁ ଗ୍ରହଣ କରିପାରିନାହାଁନ୍ତି ବିଧାୟକ । ସେ କହିଛନ୍ତି ଯେ,ମହାରାଜାଙ୍କ ସମାଧୀ ପୀଠର ପୁନଃଉଦ୍ଧାର କରିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ । କିନ୍ତୁ ପ୍ରତ୍ୟେକ ଓଡିଆଙ୍କ ସ୍ପନ୍ଦନ ମହାରାଜାଙ୍କ ସମାଧୀ ପୀଠରେ ପିଲାମାନେ ଖେଳିବା ଠିକ ନୁହେଁ ବୋଲି ବିଧାୟକ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - CHILDREN PARK
FORMAT - PKG
REPORTER- HARIHARA PATNAIK
PLACE - GAJAPATI
DATE - 15.10.2019
ଆଙ୍କର- ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡିରହିଥିବା ପାରଳା ମହାରାଜାଙ୍କ ସମାଧୀ ପୀଠ ଏବେ ଝଲସିଛି ବିଭିନ୍ନ ଆଲୋକମାଳାରେ । ବିଳମ୍ବରେ ହେଉ ପଛେ ଏହି ଐତିହାସିକ ସ୍ଥଳୀର ପୁନଃଉଦ୍ଧାର କରାଯାଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ତେବେ ଏହାକୁ ଶିଶୁ ଉଦ୍ୟାନ କରିବା ଘଟଣାକୁ ବିରୋଧ କରିପାରିନାହାନ୍ତି ସ୍ଥାନୀୟ ବିଧାୟକ ।.................
Body:ଭିଓ 01- ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଉଦଘାଟିତ ହୋଇଛି ପାରଳା ମହାରାଜାଙ୍କ ସମାଧୀ ପୀଠ ତଥା ଶିଶୁ ଉଦ୍ୟାନ । ଯଦିଓ କାହିଁ କେଉଁ କାଳରୁ ପାରଳା ରାଜବଂଶର ଦାୟଦ ମାନଙ୍କର ସମାଧୀ ପୀଠ ରହିଛି ତଥାପି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାରା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧୀ ହେବା ପରେ ଏହି ସ୍ଥାନର ଗୁରୁତ୍ବ ଢେର ବଢିଥିଲା । ତେବେ ଇତି ମଧ୍ୟରେ ଅନେକ ବର୍ଷ ବିତି ସାରିଥିଲେ ମଧ୍ୟ କେବେବି ଏହି ସ୍ଥାନକୁ ଆକର୍ଷଣର କେନ୍ଦ୍ର ବିନ୍ଦୁ କରିବା ପାଇଁ କେହି ହେଲେ ପ୍ରୟାସ କରିନଥିଲେ । ତେବେ ପାରଳାଖେମୁଣ୍ଡି ପୌର ପରିଷଦ ଅଧିନରେ ଥିବା ଏହି ସ୍ଥାନକୁ ପୁନ୍ଃ ଉଦ୍ଧାର କରି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଚିନ୍ତା କରିଥିଲା ଗତ କାଉନିସଲ । ତେବେ ଏହାର ନିର୍ମାଣ କାମ ଏବେ ସରିଥିବା ବେଳେ ଏହାର ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇଛି । ବର୍ତମାନ ବିଭିନ୍ନ ପ୍ରକାର ଆଲୋକରେ ଝଲସୁଛି ଏହି ଐତିହାସିକ ପୀଠ । ବ୍ରହ୍ମପୁର ସାଂସଦ ଏବଂ ପାରଳାଖେମୁଣ୍ଡି ବିଧାୟକ ଉଦଘାଟନ କରିଥିଲେ । ଏହାକୁ ବୁଦ୍ଧିଜୀବିମାନେ ସ୍ବାଗତ ଜଣାଇଛନ୍ତି । ଅନେକ ବର୍ଷ ହେଲା ଅସମାଜିକ ଯୁବକଙ୍କ ଆଡ୍ଡାସ୍ଥଳି ପାଲଟିଥିବା ଏହି ସ୍ଥାନ ଆଜି ଯେଉଁ ଭଳି ଭାବେ ବିକଶିତ କରାଯାଇଛି ତାହା ନିଶ୍ଚିତ ଭାବେ ପ୍ରତି ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି କହିଛନ୍ତି । ତେବେ ଏହାକୁ ଶିଶୁ ଉଦ୍ୟାନ କରିବାକୁ ଗ୍ରହଣ କରିପାରିନାହାନ୍ତି ବିଧାୟକ । ସେ କହିଛନ୍ତି ଯେ,ମହାରାଜାଙ୍କ ସମାଧୀ ପୀଠର ପୁନଃ ଉଦ୍ଧାର କରିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ । କିନ୍ତୁ ପ୍ରତ୍ୟେକ ଓଡିଆଙ୍କ ସ୍ପନ୍ଦନ ମହାରାଜାଙ୍କ ସମାଧୀ ପୀଠରେ ପିଲାମାନେ ଖେଳିବା ଠିକ ନୁହେଁ ବୋଲି ବିଧାୟକ କହିଛନ୍ତି ।.........
         ବାଇଟ 01- ଗୌରଚନ୍ଦ୍ର ପଣ୍ଡା ( ବୁଦ୍ଧିଜୀବୀ )
         ବାଇଟ 02- କେ.ନାରାୟଣ ରାଓ ( ବିଧାୟକ, ପାରଳାଖେମୁଣ୍ଡି )
ଭିଓ 02- ଏହି ସ୍ଥାନର ପୁନଃଉଦ୍ଧାର ପାଇଁ ପ୍ରାୟ 2ବର୍ଷ ତଳେ ପରିକଳ୍ପନା କରିଥିଲା ପାରଳାଖେମୁଣ୍ଡି ପୌରପରିଷଦ । ତତ୍କାଳୀନ କାଉନ୍ସିଲ ଏବଂ ତାର ଅଧ୍ୟକ୍ଷା ଏମ.ଲଳିତା ଏହାକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେଇଥିଲେ । ଏହି କାମ ପାଇଁ 37ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହାକୁ ସୁନ୍ଦର ଆଲୋକମାଳାରେ ସଜାଯିବା ସହ ବିଭିନ୍ନ ପ୍ରକାର ଖେଳ ଉପକରଣ ମଧ୍ୟ ଖଞ୍ଜାଯାଇଛି । ଏହାକୁ କିଭଳି ସଠିକ ଭାବେ ପରିଚାଳନା କରାଯାଇ ପାରିବ ସେଦିଗରେ ପୌରପରିଷଦ ପ୍ରୟାସ ଜାରି ରଖିଥିବା ନିର୍ବାହୀ ଅଧିକାରୀ କହିଛନ୍ତି । ଏହି ପ୍ରକଳ୍ପର ଉଦଘାଟନୀ ଉତ୍ସବରେ ଯୋଗଦେଇଥିବା ବ୍ରହ୍ମପୁର ସାଂସଦ କହିଛନ୍ତି ଯେ, ରାଜଘାଟ ଏବଂ ଶାନ୍ତିଘାଟ ଭଳି ଏହି ସ୍ଥାନର ପୁନଃଉଦ୍ଧାର ଆବଶ୍ୟକତା ରହିଥିଲା,ତେଣୁ ଏହାକୁ କରାଯାଇଛି । କାରଣ ଏହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧୀସ୍ଥଳ । ଏହା କେବଳ ପାରଳାଖେମୁଣ୍ଡିର ନୁହେଁ ସମଗ୍ର ଓଡିଶା ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।................
ବାଇଟ୍03-ଅଶୋକ ରାଉତ(ନିର୍ବାହୀ ଅଧିକାରୀ,ପାରଳାଖେମୁଣ୍ଡି ପୈରପରିଷଦ)
ବାଇଟ୍ 04-ଚନ୍ଦ୍ରଶେଖର ସାହୁ(ସାଂସଦ,ବ୍ରହ୍ମପୁର)
Conclusion:ଫାଭିଓ-ପାରଳା ମହାରାଜାଙ୍କ ସମାଧୀ ପୀଠ ଭଳି ଏକ ଐତିହାସିକ ସ୍ଥଳୀର ବିକାଶ ନିଶ୍ଚିତ ଭାବେ ତାଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳୀ ହୋଇଛି । ତେଣୁ ଏହାକୁ ନେଇ ସବୁ ସ୍ତରର ଲୋକେ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।.................
...............ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ ।.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.