ETV Bharat / state

ସୀତା ପାହାଡ଼ରେ ମକର ମେଳା, ଉତ୍ସବ ପାଳନ ପଛରେ ଅନନ୍ୟ କିମ୍ବଦନ୍ତୀ

author img

By ETV Bharat Odisha Team

Published : Jan 17, 2024, 10:03 PM IST

Sita Hill in Gajapati: ସୁଉଚ୍ଚ ପାହାଡ଼ ଉପରେ ମନ୍ଦିର । ଆଉ ମନ୍ଦିରରେ ପୂଜା ପାଉଛନ୍ତି ମା' ସୀତା ଠାକୁରାଣୀ । ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ଥିବା ସୀତା ପାହାଡରେ ମକର ଉତ୍ସବ ପାଳନ ହେଇଥିବା ବେଳେ ଏହି ମକର ମେଳାର ରହିଛି ବିଶେଷ ସ୍ବତନ୍ତ୍ରତା । ଅଧିକ ପଢ଼ନ୍ତୁ

ସୀତା ପାହାଡ଼ରେ ମକର ମେଳା
ସୀତା ପାହାଡ଼ରେ ମକର ମେଳା

ସୀତା ପାହାଡ଼ରେ ମକର ମେଳା

ଗଜପତି: ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଅନୁସାରେ ଲୋକେ ମକର ଉତ୍ସବ ପାଳନ କରନ୍ତି । ତେଣୁ ସାରା ଦେଶରେ ଏଥିପାଇଁ ଉତ୍ସବର ମାହୋଲ । ଏନେଇ ଗଜପତି ଜିଲ୍ଲାର ସୀତା ପାହାଡରେ ଅନୁଷ୍ଠିତ ମକର ମେଳା ରହିଛି ବିଶେଷ ସ୍ବତନ୍ତ୍ରତା । ମକର ସଂକ୍ରାନ୍ତି ପରଦିନ ଠାରୁ 3 ଦିନ ଲୋକେ ଏହି ସୀତା ପାହାଡରେ ଉତ୍ସବ ପାଳନ କରିବା ସହ ମକର ମଧ୍ୟ ବସିଥାନ୍ତି । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଚଳତିବର୍ଷ ଏହି ମକର ଯାତ୍ରା 3ଦିନ ପରିବର୍ତ୍ତେ 5ଦିନ ଧରି ବିଜୟ ଉତ୍ସବ ପାଳନ ହେବ । ଏଠାରେ ଅନୁଷ୍ଠିତ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ସମସ୍ତେ ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ତେବେ ଏହି ମକର ଯାତ୍ରା ପଛରେ ରହିଛି ଏକ କିମ୍ବଦନ୍ତୀ ।

ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ରହିଛି ସୀତା ପାହାଡ । ଏହି ପାହାଡ ଉପରେ ବର୍ଷ ତମାମ କୌଣସି ଗହଳି ଚହଳି ନଥିବା ବେଳେ ମକର ସଂକ୍ରାନ୍ତି ଓ ଏହା ପରଦିନ ଠାରୁ 3 ଦିନ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏହି ସମୟରେ ହେଉଥିବା ଯାତ୍ରା ସହ ହୋମଯଜ୍ଞରେ ସାମିଲ ହୋଇ ପ୍ରଭୁ ରାମଚନ୍ଦ୍ର ଏବଂ ମା' ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ଶ୍ରଦ୍ଧାଳୁ । ଗୋଟିଏ ପଥରରେ ଥିବା ଏହି ପାହାଡ଼ ଉପରେ ଥିବା ମା' ସୀତାଙ୍କ ଦର୍ଶନ ପାଇଁ କେବଳ ଗଜପତି ଜିଲ୍ଲା କିମ୍ବା ପଡୋଶୀ ଜିଲ୍ଲା ନୁହେଁ ବରଂ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । କିଛି ଲୋକ ଏହି ସମୟରେ ପହାଡ଼ ଚଢି ଟ୍ରାକିଂର ମଧ୍ୟ ମଜା ଉଠାଇବା ପାଇଁ ଏଠାକୁ ଆସିଥାନ୍ତି । ଲୋକ ଗହଳିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ଦୁଇ ପଇସା ଲାଭ କରିବା ପାଇଁ ବିଭିନ୍ନ ପସରା ନେଇ ପହଞ୍ଚି ଯାଇଥାନ୍ତି । ଏହି ସମୟରେ ପାହାଡର ସ୍ଥିତି ଦେଖଇଲେ ଜଣକୁ ଲାଗିବ ନାହିଁ ଯେ, ବର୍ଷ ତମାମ ଏଠାରେ କୌଣସି ଗହଳି ନଥାଏ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଉତ୍ସବର ଢେର ମଜା ଉଠାଇଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....321 ବର୍ଷରେ ମା' ଦପାନାୟକାଣୀ ପୀଠ ମକର ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ

ଏହି ପାହାଡର ନାମ କରଣ ଏବଂ ମକର ଉତ୍ସବ ପାଳନ ପଛରେ ରହିଛି ଏକ ଅନନ୍ୟ କିମ୍ବଦନ୍ତୀ । ମାତା ସୀତା ବନବାସ ସାରି ଅଯୋଧ୍ୟା ଫେରିବା ସମୟରେ ମାସିକ ଋତୁସ୍ରାବ କାରଣରୁ ଏହି ପାହାଡରେ କିଛି ଦିନ ଅଟକି ରହିଥିଲେ । ଏହାପରେ ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ ବନ୍ଧୁମିଳନ କରାଇବା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ରାମଚନ୍ଦ୍ର ଏହା କରାଇଥିଲେ । ତେଣୁ ଏହି ପାହାଡର ନାଁ ସୀତା ପାହାଡ଼ ହେବା ସହ ସେହି ଦିନକୁ ମନେ ପକାଇବା ପାଇଁ ଏହି ଯାତ୍ରା ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି । ଏହି ସମୟରେ ହେଉଥିବା ଜନଗହଳିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଇଛି । ପ୍ରତିବର୍ଷ ଏଠାରେ ମକର ଉତ୍ସବ ଖୁବ ଧୁମଧାମରେ ପାଳିତ ହେଉଥିବା ବେଳେ କେବଳ ଆୟୋଜକ କମିଟି ହିଁ ଏସବୁ କାର୍ଯ୍ୟକ୍ରମ କରୁଛି । କିନ୍ତୁ ପ୍ରଶାସନ ଏଥିରେ କୌଣସି ସୁବିଧା ସୁଯୋଗ ଯୋଗାଉନାହିଁ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.