ETV Bharat / state

ଗଜପତିରୁ ଅସହାୟ ଶିଶୁପୁତ୍ରକୁ ପୋଷ୍ୟ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି - ଗଜପତି ଖବର

ଅସହାୟ ଶିଶୁପୁତ୍ରକୁ ମିଳିଲା ବାପାମାଆଙ୍କ କୋଳ । ଗଜପତି ଜିଲ୍ଲାରୁ ପୋଷ୍ୟ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି । ଅଧିକ ପଢନ୍ତୁ

ଗଜପତିରୁ ପୋଷ୍ୟ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି

author img

By ETV Bharat Odisha Team

Published : Sep 5, 2023, 1:23 PM IST

Updated : Sep 5, 2023, 2:30 PM IST

ଗଜପତିରୁ ଅସହାୟ ଶିଶୁପୁତ୍ରକୁ ପୋଷ୍ୟ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି

ଗଜପତି: ବାପମାଆର ସ୍ନେହ ପାଇବ ଅସହାୟ ଶିଶୁ । ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ କୋଳେଇ ନେଲେ କର୍ଣ୍ଣାଟକ ଦମ୍ପତି । ୬ ମାସ ତଳେ ରାୟଗଡ ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଗୋଟିଏ ୪ ବର୍ଷର ଶିଶୁପୁତ୍ରକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କର୍ଣ୍ଣାଟକର ଜଣେ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଭାବେ ହସ୍ତାନ୍ତର କରିଛନ୍ତି । ଉକ୍ତ ଦମ୍ପତି ଗଜପତି ଜିଲ୍ଲାରେ ସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ପିଲାଟିକୁ ପୋଷ୍ୟ ଗ୍ରହଣ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜକୁ ପ୍ରାୟ ୬ ମାସ ତଳେ ଗୋଟିଏ ଶିଶୁପୁତ୍ରକୁ ରାୟଗଡ଼ ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦ୍ଧାର କରିଥିଲେ । ଉକ୍ତ ଶିଶୁଟିର ଯତ୍ନ ଓ ସୁରକ୍ଷା ପାଇଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲୋମ(Nissan Shalom)ରେ ରଖାଯାଇଥିଲା । ଶିଶୁଟିର କେହି ନଥିବା ଜାଣିବା ପରେ ଗଜପତି ଶିଶୁ ମଙ୍ଗଳ ସମିତି ପକ୍ଷରୁ ପୋଷ୍ୟ ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ ବୋଲି ଜଣାଇ ଦିଆଯାଇଥିଲା।

ଏହାମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପରବର୍ତ୍ତୀ ମୁହୁର୍ତ୍ତରେ ଚାରି ବର୍ଷ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା କର୍ଣ୍ଣାଟକ ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଏହି ଦମ୍ପତ୍ତି ଶାରିରୀକ ଭାବେ ଶିଶୁଟିକୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ଏଥିପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ଗଜପତି ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ସବୁ କାଗଜପତ୍ର ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ କର୍ଣ୍ଣାଟକ ରାଜ୍ୟର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଶିଶୁକୁ ପାଇ ନିଃସନ୍ତାନ ଦମ୍ପତିଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି ।

ଶିଶୁ ପୁତ୍ର ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅଶ୍ବିନୀ କୁମାର ମହାପାତ୍ର, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ଥ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

ଇଟିଭି ଭାରତ, ଗଜପତି

Last Updated : Sep 5, 2023, 2:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.