ETV Bharat / state

ଲକଡାଉନ: ପ୍ରବାସୀ ଓଡିଆଙ୍କ ପାଇଁ ହାଇକୋର୍ଟଙ୍କ କଟକଣା, ସିଲ ହେବ ସୀମା - High Court's ruling on migrant Odias people

ରାଜ୍ୟର ସମସ୍ତ ସୀମା ସିଲ କରିବା ସହ ପ୍ରବାସୀଙ୍କୁ ସୀମାରେ ରଖି ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ନିର୍ଦ୍ଦେଶ ପାଇବା ପରେ ପୁଲିସ ପକ୍ଷରୁ ଆନ୍ଧ୍ର ସୀମାକୁ ସିଲ୍ କରିଦେବା ସହ ପହଁରାକୁ ଅଧିକ କଡାକଡି କରାଯାଇଛି ।

durring lockdown
କୋରୋନା ପାଇଁ ରାଜ୍ୟର ସମସ୍ତ ସୀମା ସିଲ
author img

By

Published : Mar 31, 2020, 10:32 AM IST

Updated : Mar 31, 2020, 11:18 AM IST

ଗଜପତି: ପ୍ରବାସୀ ଓଡିଆଙ୍କ ଉପରେ କଟକଣା ଜାରି କରିଛନ୍ତି ହାଇକୋର୍ଟ । ଲକଡାଉନ ପରେ ଘରମୁହାଁ ହୋଇଛନ୍ତି ଶ୍ରମିକ ଓ କର୍ମଜୀବୀ । ଦାଦନ ଖଟିବା ପାଇଁ ହେଉ କି ବିଭିନ୍ନ କମ୍ପାନୀରେ ଚାକିରି କରିବା ପାଇଁ ଓଡିଶାର ବହୁ ଲୋକେ ବିଭିନ୍ନ ରାଜ୍ୟ କିମ୍ବା ଦେଶରେ ରହୁଛନ୍ତି । ମାତ୍ର ଲକଡାଉନ ଜାରି ହେବା ପରେ ଏମାନେ ପଳାୟନ କରି ନିଜ ଘରକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି । ଏପରିକି କିଛି ଲୋକ ଚାଲି ଚାଲି ମଧ୍ୟ ଆସୁଥିବା ନଜିର ରହିଛି । ଏଭଳି ହେଲେ କୋରୋନା ଭୂତାଣୁ ସଂକ୍ରମଣ ସମ୍ଭାବନା ଅଧିକ ରହିଥିବାରୁ ଏହା ଉପରେ ହାଇକୋର୍ଟ କଟକଣା ଲଗାଇଛନ୍ତି ।

କୋରୋନା ପାଇଁ ରାଜ୍ୟର ସମସ୍ତ ସୀମା ସିଲ

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସୀମା ସିଲ କରିବା ସହ ପ୍ରବାସୀଙ୍କୁ ସୀମାରେ ରଖି ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ନିର୍ଦ୍ଦେଶ ପାଇବା ପରେ ପୁଲିସ ପକ୍ଷରୁ ଆନ୍ଧ୍ର ସୀମାକୁ ସିଲ୍ କରିଦେବା ସହ ପହଁରାକୁ ଅଧିକ କଡାକଡି କରାଯାଇଛି । ଯଦିଓ କିଛି ସମୟରେ ଆନ୍ଧ୍ର ପୁଲିସ ଓଡିଶାକୁ ଲୋକଙ୍କୁ ଛାଡି ଦେଉଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ ପୁଲିସ ସୀମାରେ ପହଁରା ଦେଉଥିଲେ ମଧ୍ୟ ବିଭିନ୍ନ ବାହାନା କରି ଲୋକେ ପାରଳାଖେମୁଣ୍ଡି ସହରକୁ ପ୍ରବେଶ କରୁଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତମାନ ପୁଲିସ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ଏସପି କହିଛନ୍ତି ।

ଏପରିକି ପ୍ରତ୍ୟେକ ସୀମାକୁ ସିଲ କରିବା ସହ ପୁଲିସ୍ ଏବଂ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ସଂଯୋଗ କରୁଥିବା 6ଟି ସ୍ଥାନରେ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଆସୁଥିବା ପ୍ରତ୍ୟେକଙ୍କୁ ଯାଞ୍ଚ କରାଯାଉଛି । ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆନ୍ଧ୍ର ଓଡିଶା ମଧ୍ୟରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

କୋରୋନାର ମୁକାବିଲା ପାଇଁ ସରକାର ଦିନକୁ ଦିନ ଅଧିକରୁ ଅଧିକ କଠୋର ହେଉଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ସମସ୍ତେ ସରକାରଙ୍କ ନିଷ୍ପତିକୁ ସହଯୋଗ କରିବା ଆବଶ୍ୟକ ହୋଇପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Mar 31, 2020, 11:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.