ETV Bharat / state

ଖତ ଖାଉଛି ଯନ୍ତ୍ରାଂଶ, ପାଣି ଟୋପାଏ ପାଇଁ 2 କିମି ପାହାଡ ଚଢୁଛନ୍ତି ଲୋକେ - ଗୁମ୍ମା ବ୍ଲକ ଗିରା ଗାଁ ଜଳ ସମସ୍ୟା ଖବର

ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଶହଶହ ନଳକୂପର ଯନ୍ତ୍ରାଂଶ ପଡି ଖତ ଖାଉଥିବା ବେଳେ ଗାଁରେ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁମ୍ମା ବ୍ଲକ ଗିରା ଗାଁରେ । ଏଠାରେ ଲୋକେ ପାଣି ଟୋପାଏ ପାଇଁ ଦୁଇ କିଲୋମିଟର ପାହାଡ ପାର ହେବାକୁ ପଡୁଛି । ଅଧିକ ପଢନ୍ତୁ

ଖତ ଖାଉଛି ଯନ୍ତ୍ରାଂଶ, ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ

author img

By

Published : Apr 20, 2022, 9:00 PM IST

ଗଜପତି: ପ୍ରତ୍ୟେକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଶୃତିବଦ୍ଧ । ଏଭଳି ଘୋଷଣା କରିବା ସହ ରାଜ୍ୟ ସରକାର ବସୁଧା ଯୋଜନା ଆରମ୍ଭ କରିଛନ୍ତି । ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏହି ଯୋଜନା ବାଟ ହୁଡୁଥିବା ଭଳି ମନେ ହେଉଛି । ଜିଲ୍ଲାର ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଶହଶହ ନଳକୂପର ଯନ୍ତ୍ରାଂଶ ପଡି ଖତ ଖାଉଥିବା ବେଳେ ଗାଁରେ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁମ୍ମା ବ୍ଲକ ଗିରା ଗାଁରେ । ଏଠାରେ ଲୋକେ ପାଣି ଟୋପାଏ ପାଇଁ ଦୁଇ କିଲୋମିଟର ପାହାଡ ପାର ହେବାକୁ ପଡୁଛି ।

ଖତ ଖାଉଛି ଯନ୍ତ୍ରାଂଶ, ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଗିରା ଗାଁ । ଏଠାରେ 60ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା 3 ଶହରୁ ଅଧିକ । ଏମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି । ସେହିଭଳି ଗ୍ରାଭିଟି ଫ୍ଲୋ ମାଧ୍ୟମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ବର୍ତ୍ତମାନ କେବଳ ପାଣିଟାଙ୍କି ରହିଛି, କିନ୍ତୁ ତାହା ଆଉ ଲୋକଙ୍କ କାମରେ ଆସୁନାହିଁ । ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବାରୁ ପାଣି ଆସିବା ସମ୍ଭବ ହେଉନାହିଁ । ଗାଁରେ ଥିବା ଏକମାତ୍ର ନଳକୂପରେ ଦୁଇ ବାଲତି ବାହାରିଲେ ବଡ କଥା, ତାହା ବି କଳଙ୍କି ପାଣି । ଯାହା ବ୍ୟବହାର ଉପଯୋଗୀ ନୁହେଁ ।

ତେଣୁ, ଏଠାକାର ଲୋକେ ପାଣି ଟୋପାଏ ପାଇଁ ପ୍ରତିଦିନ 2 କିଲୋମିଟର ପାହାଡ ଚଢି ଯିବା ପରେ ବହିଯାଉଥିବା ଝରଣା ପାଣିକୁ କଦଳୀ ପଟ ସହାୟତାରେ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଏହି ଚିତ୍ରକୁ ନଦେଖିଲେ କେହି ବିଶ୍ବାସ କରିପାରିବେ ନାହିଁ । ଉପରେ କୁକୁର ପାଣି ପିଉଥିବା ବେଳେ ତଳେ ସେହି ପାଣିକୁ ଆଦିବାସୀମାନେ ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଲୋକେ ବାଧ୍ୟ ହୋଇ ଏହି ପାଣି ପିଉଛନ୍ତି । ଫଳରେ ଲୋକେ ବିଭିନ୍ନ ପ୍ରକାର ରୋଗରେ ପଡି ହସନ୍ତସନ୍ତ ହେଉଛନ୍ତି । ଏହି ପାଣି ସଂଗ୍ରହ ପାଇଁ ଗାଁ ଠାରୁ ଦୁଇ କିଲୋମିଟର ପାହଡ ଚଢିବାକୁ ପଡୁଥିବାରୁ ଗାଁ ସାରା ଲୋକେ ଏକତ୍ରିତ ହୋଇ ସଂଗ୍ରହ କରିବା ପାଇଁ ଯାଇଥାନ୍ତି । ପିଲା ଠାରୁ ବୁଢି ଯାଏଁ ସବୁ ମହିଳା ଏଥିରେ ସାମିଲ ହୋଇଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଲୋକେ ବିଭିନ୍ନ ସ୍ତରରେ ବାରମ୍ବାର ଗୁହାରୀ କରିଆସୁଛନ୍ତି । ହେଲେ କେହି ବି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ଆରମ୍ଭ କରିଥିବା ବସୁଧା ଯୋଜନା କେତେ ଲୋକଙ୍କ ନିକଟରେ ପହଞ୍ଚୁଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । କେବଳ ବିଶୁଦ୍ଧ ପାନୀୟ ଜଳ ନୁହେଁ, ଆଦିବାସୀଙ୍କ ବିକାଶ ପାଇଁ ମଧ୍ୟ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏହାର ସୁଫଳ ଆଦିବାସୀଙ୍କୁ କେତେ ମିଳୁଛି ଏହାର ନଗ୍ନ ଉଦାହରଣ ହେଉଛି ଏହି ଗାଁ । ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ଅନ୍ୟାନ୍ୟ ସୁବିଧା କଥା ଛାଡଜନ୍ତୁ, ବିଶୁଦ୍ଧ ଜଳ ଟୋପାଏ ମଧ୍ୟ ପହଞ୍ଚିପାରି ନାହିଁ । ଯାହା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଏନେଇ ବିଭାଗୀୟ ଅଧିକାରୀ ତାଙ୍କ ନିକଟରେ କିଛି ଖବର ନଥିବା ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଅଭିଯୋଗ ପହଞ୍ଚି ନାହିଁ । ଏବେ ହିଁ ଏହି ଖବର ସେ ଶୁଣିଛନ୍ତି । ତେଣୁ, ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାଶ କହିଛନ୍ତି ।

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଏବଂ ଆଦିବାସୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭିର କାନ୍ଧଣା କାନ୍ଦୁଛନ୍ତି । ହେଲେ ପ୍ରତିବର୍ଷ ଏଥିପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା କେଉଁ ଆଡେ ଯାଉଛି ତାହା ତଦନ୍ତ ସାପେକ୍ଷ ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.