ETV Bharat / state

ସୋନୁ ସୁଦଙ୍କ ଟ୍ବିଟକୁ ଗଞ୍ଜାମ ପ୍ରଶାସନର ଖଣ୍ଡନ, ଜାଣନ୍ତୁ କଣ ରହିଛି ଘଟଣା - Ganjam administration refused Sonu Sood's tweet

କୋରୋନା ସଙ୍କଟରେ ଅସହାୟଙ୍କ ସାହାରା ପାଲଟିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ସୋନୁ ସୁଦଙ୍କ ଟ୍ବିଟକୁ ଗଞ୍ଜାମ ପ୍ରଶାସନର ଖଣ୍ଡନ

author img

By

Published : May 17, 2021, 4:15 PM IST

Updated : May 17, 2021, 4:57 PM IST

ବ୍ରହ୍ମପୁର: କୋରୋନା ସଙ୍କଟରେ ଅସହାୟଙ୍କ ସାହାରା ପାଲଟିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି ଗଞ୍ଜାମ ପ୍ରଶାସନ । କୋରୋନା ଆକ୍ରାନ୍ତଙ୍କ ପାଇଁ ଗଞ୍ଜାମ ସିଟି ହସ୍ପିଟାଲରେ ପର୍ଯ୍ୟାପ୍ତ ଶଯ୍ୟା ବ୍ୟବସ୍ଥା ନେଇ ଟ୍ବିଟରରରେ ସୋନୁ ସୂଚନା ଦେଇଥିଲା ବେଳେ ଏ ନେଇ କୌଣସି ଖବର ଆସିନଥିବା ନେଇ ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ସୋନୁ ସୁଦଙ୍କ ଟ୍ବିଟକୁ ଗଞ୍ଜାମ ପ୍ରଶାସନର ଖଣ୍ଡନ
ସୋନୁ ସୁଦଙ୍କ ଟ୍ବିଟକୁ ଗଞ୍ଜାମ ପ୍ରଶାସନର ଖଣ୍ଡନ

ଘଟଣାଟି ହେଉଛି କି, ପ୍ରଦୀପ ବେହେରା ନାମକ ଜଣେ ବ୍ୟକ୍ତି କୋରୋନା ଆକ୍ରାନ୍ତ ସ୍ତ୍ରୀଙ୍କ ପାଇଁ ବେଡ ନଥିବା ନେଇ ସୋନୁ ସୁଦଙ୍କୁ ଟ୍ୟାଗ କରି ଟ୍ବିଟରରେ ପୋଷ୍ଟ କରିଥିଲେ । ସେ କହିଥିଲେ କି, ମୋ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେଉଥିବା ବେଳେ ବହୁ ପ୍ରଚେଷ୍ଟା ପରେ ବି ବ୍ରହ୍ମପୁର କିମ୍ବା ଭୁବନେଶ୍ବରରେ ବେଡଟିଏ ବ୍ୟବସ୍ଥା କରିପାରୁନାହାନ୍ତି । ଏଣୁ ‘ସାର’ ( ସୋନୁ ସୁଦ) ଆମକୁ ସହଯୋଗ କରନ୍ତୁ ବୋଲି ଲେଖି ଅନୁରୋଧ କରିଥିଲେ ବ୍ୟକ୍ତି ଜଣଙ୍କ । ଆଉ ଏହି ଟ୍ବିଟର ଗୋଟିଏ ଦିନ ପରେ ସୋନୁ ସୁଦ ନିଜ ଟ୍ବିଟରରେ ଏକ ପୋଷ୍ଟ କରି ଉକ୍ତ ବ୍ୟକ୍ତିଙ୍କୁ ଆଉ ଚିନ୍ତା ନ କରିବା ପାଇଁ କହିବା ସହ ଗଞ୍ଜାମ ସିଟି ହସ୍ପିଟାଲ , ବ୍ରହ୍ମପୁରରେ ବେଡ ବ୍ୟବସ୍ଥା ହୋଇଥିବା ନେଇ କହିଥିଲେ ।

ଏ ନେଇ ଖବର ପ୍ରକାଶ ପରେ ପ୍ରତିକ୍ରିୟା ରଖିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ଅନୁସାରେ ଆମେ ଏ ସମ୍ବନ୍ଧରେ ଅର୍ଥାତ ବେଡ ବ୍ୟବସ୍ଥା ନେଇ ସୋନୁ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କ ଠାରୁ କୌଣସି ସୂଚନା ପାଇନାହୁଁ । ଏପରିକି ବେଡ ପାଇଁ ଅନୁରୋଧ କରିଥିବା ରୋଗୀଙ୍କ ବର୍ତ୍ତମାନ ହୋମ ଆଇସୋଲେସନରେ ସୁସ୍ଥ ଅଛନ୍ତି । କୌଣସି ବେଡ ଜାରି ହୋଇନଥିବା ବେଳେ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଏହି ମାମଲାକୁ ମନିଟରିଂ କରାଯାଉଛି ।

ତେବେ ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଛି କିଏ ସତ କହୁଛି ?

Last Updated : May 17, 2021, 4:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.