ETV Bharat / state

ମାଫିଆଙ୍କ ଇଶାରାରେ ଚାଲିଛି ଅବାଧ ଗଞ୍ଜେଇ ଚାଷ, ମୋହରା ହେଉଛନ୍ତି ବେକାରୀ ଯୁବକ ! - ganja cultivation

ଗଜପତି ଜିଲ୍ଲାରେ ମାଫିଆଙ୍କ ଇଶାରାରେ ଚାଲିଛି ଅବାଧ ଗଞ୍ଜେଇ ଚାଷ । ଏଠିକାର ଆଦିବାସୀ, ନୀରିହ ଓ ବେକାରୀ ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ କରାଯାଉଛି ଗଞ୍ଜେଇ ଚାଷ । ମାଲକୁ ଠିକ୍ ସ୍ଥାନରେ ପହଞ୍ଚାଇଦେଲେ ମିଳେ ଅଳ୍ପ କିଛି ପାରିଶ୍ରମିକ । ଆଉ ପୋଲିସ ହାତରେ ଧରାପଡିଲେ ନିରୀହ ଯୁବକମାନେ ଯାଆନ୍ତି ଜେଲ୍ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ମାଫିଆଙ୍କ ଇଶାରାରେ ଚାଲିଛି ଅବାଧ ଗଞ୍ଜେଇ ଚାଷ
ମାଫିଆଙ୍କ ଇଶାରାରେ ଚାଲିଛି ଅବାଧ ଗଞ୍ଜେଇ ଚାଷ
author img

By

Published : Dec 28, 2020, 8:57 PM IST

Updated : Dec 28, 2020, 10:00 PM IST

ଗଞ୍ଜେଇ: ଗଞ୍ଜେଇ ବେପାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲାର ଆଦିବସୀ ଅଧ୍ୟୁଷିତ ଅଞ୍ଚଳ । ବାର୍ଷିକ ପ୍ରାୟ 2 ହଜାର କୋଟି ଟଙ୍କାର ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାକୁ ବିକି ବ୍ୟବସାୟୀ ମାଲାମାଲ ହେଉଛନ୍ତି । କିନ୍ତୁ ଏହି ଚାଷ କରୁଥିବା ନିରୀହ ଆଦିବାସୀମାନେ କେବଳ ମାମଲାରେ ଛନ୍ଦି ହେବା ହିଁ ସାର ହେଉଛି । ନଚେତ ଏତେ ଟଙ୍କାର ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳର ଲୋକଙ୍କ ଆର୍ଥିକ କିମ୍ବା ସାମାଜିକ ବିକାଶ ଏବେ ବି ଯଥା ପୂର୍ବଂ ରହନ୍ତା ନାହିଁ । ପ୍ରତିବର୍ଷ ଗଞ୍ଜେଇ ଗଛ ନଷ୍ଟ କରିବା କିମ୍ବା ଗଞ୍ଜେଇ ଚାଲଣ ସମୟରେ କେତେବେଳେ କେମିତି ଜବତ କରି କେବଳ ବାଃ ବାଃ ଗୋଟାଇବାରେ ବ୍ୟସ୍ତ ପୋଲିସ ଏବଂ ଅବକାରୀ ବିଭାଗ । ଏହାର ଚେର ଯାଏଁ ଯିବାକୁ ପ୍ରୟାସ ମଧ୍ୟ କରୁନାହିଁ ।

ମାଫିଆଙ୍କ ଇଶାରାରେ ଚାଲିଛି ଅବାଧ ଗଞ୍ଜେଇ ଚାଷ

ଗଜପତି ଜିଲ୍ଲାର ରା.ଉଦୟଗିରି, ନୂଆଗଡ ଏବଂ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥାଏ । ଏଠିକାର ନିରୀହ ଆଦିବାସୀଙ୍କୁ କିଛି ଟଙ୍କର ଆଶା ଦେଖାଇ ମାଫିଆମାନେ ଏଠାରେ ଗଞ୍ଜେଇ ଚାଷ କରିଥାନ୍ତି । ଏମାନଙ୍କୁ ଗଞ୍ଜଇ ଚାରା ଠାରୁ ଆରମ୍ଭ କରି ଏଥିପାଇଁ ଆବଶ୍ୟକୀୟ ସାର, ପାଣି ପମ୍ପ ଏବଂ ପାଇପ ଆଦି ମଧ୍ୟ ପ୍ରଦାନ କରିଥାନ୍ତି ଏମାନେ । ଦିନ ରାତି ପରିଶ୍ରମ କରି ଏହି ଚାଷ କରାଯିବା ପରେ ଅମଳ ସମୟରେ ବେପାରୀମାନେ ନିଜର ହିସାବ ନିକାଶ ଆରମ୍ଭ କରି କିଭଳି ଏହାକୁ ବାହାରକୁ ଚାଲାଣ କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି । ଅବଶ୍ୟ ଏଥିରେ ମଧ୍ୟ ସେମାନେ ପରଦା ପଛରେ ରହି କାମ କରିଥାନ୍ତି । କେଉଁଠାକୁ ଚାଲାଣ କରିବାକୁ ଥିଲେ, ସ୍ଥାନୀୟ ବେକାର ଯୁବକମାନଙ୍କୁ ଟାର୍ଗେଟ କରି ସେମାନଙ୍କ ଦ୍ଵାରା ଏହା କରାଇଥାନ୍ତି । ଆଉ ସୁରକ୍ଷିତ ଭାବେ ମାଲ ପହଞ୍ଚିଗଲେ ସେମାନଙ୍କୁ ମିଳିଥାଏ ଅଳ୍ପ କିଛି ପାରିଶ୍ରମିକ । ଯଦି ପୋଲିସ ହାତରେ ପଡନ୍ତି ତାହେଲେ ସେହି ନିରୀହ ଯୁବକମାନେ ହିଁ ଆଇନ ଜାଲରେ ପଡ଼ି ଛଟପଟ ହୁଅନ୍ତି ।

ପୋଲିସ କିମ୍ବା ଅବକାରୀ ବିଭାଗ କେବଳ ଏହି ବ୍ୟକ୍ତିଙ୍କୁ ଧରି ନିଜର କର୍ତ୍ତବ୍ୟ ସାରି ଦେଉଥିବା ବେଳେ ଏହାର ପଛରେ ଥିବା ଲୋକଙ୍କୁ ଧରିବା ପାଇଁ କେବେ ହେଲେ ପ୍ରୟାସ କରିନାହିଁ । କାରଣ କୌଣସି ମାମଲାରେ ଆଜି ଯାଏଁ କିଏ ଏବଂ କାହା ପାଖକୁ ପଠାଉଥିଲା ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରାଯିବାର ନଜିର ନାହିଁ । ଗତ 4ବର୍ଷର ହିସାବକୁ ନେଲେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ପୋଲିସ 108ଟି ମାମଲା ରୁଜୁ କରିବା ସହ ପ୍ରାୟ 20 ହଜାର କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି । ସେଥିରେ ସାମିଲ ଥିବା ଅଭିଯୋଗରେ 201 ଜଣଙ୍କୁ ଗିରଫ କରିଛି । 2017 ମସିହାରେ ପୋଲିସ 23 ଟି ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 47 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 1372 କିଲୋ ଗଞ୍ଜେଇ ବ୍ୟବହୃତ ୧୮ ଟି ଗାଡିକୁ ଜବତ କରିଛି ।

ସେହିପରି 2018 ମସିହାରେ 5ଟି ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 17 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 754 କିଲୋ ଗଞ୍ଜେଇ ଏବଂ 7ଟି ଗାଡିକୁ ପୋଲିସ ଜବତ କରିଛି । 2019 ମସିହାରେ 40 ଟି ଗଞ୍ଜେଇ ଚାଲାଣ ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 57 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 3318କିଲୋ ଗଞ୍ଜେଇ ଏବଂ ବ୍ୟବହୃତ 25ଟି ଗାଡିକୁ ପୋଲିସ ଜବତ କରିଛି । 2020 ରେ ବର୍ତ୍ତମାନ ସୁଦ୍ଧା 40 ଟି ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 80 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 13729 କିଲୋ ଗଞ୍ଜେଇ ଏବଂ ବ୍ୟବହୃତ 36ଟି ଗାଡିକୁ ପୋଲିସ ଜବତ କରିଛି । ଆଉ ଏହି ସବୁ ମାମଲାରେ ଗିରଫ ହୋଇଥିବା ଲୋକେ ନିରୀହ ଏବଂ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଭଳି ମନେ ହେଉଛି ।

ପୋଲିସ ଏମାନଙ୍କ ଠାରୁ ମୋବାଇଲ ଜବତ କରିଥିଲେ ମଧ୍ୟ ତାର କଲ ରେକର୍ଡକୁ ଠିକ ଭାବେ ଯାଞ୍ଚ କରିଥିଲେ ଏହି ରାକେଟ ପଛରେ କେଉଁ ମାନଙ୍କ ହାତ ରହିଛି ତାହା ଜଣାପଡିବା ସହ ପରଦା ପଛରେ ଥିବା ଲୋକଙ୍କ ଅସଲ ମୁଖା ଖୋଲିଥାନ୍ତା । କିନ୍ତୁ ତାହା କରାଯାଇନାହିଁ , ଯାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି । ତେଣୁ ସବୁ ଘଟଣାର ପଛର ଖଳନାୟକକୁ ଖୋଜି ବାହାର କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ଗଞ୍ଜେଇ ଚାଷ ପାଇଁ ଯେ କୌଣସି ସ୍ଥାନ ବି ଉପଯୁକ୍ତ ହୋଇଥିଲେ ମଧ୍ୟ ମୋହନା, ଅଡବା ଏବଂ ରା.ଉଦୟଗିରି ଥାନାର ଦୁର୍ଗମ ଅଞ୍ଚଳରେ ଏହି ଚାଷ ହେଉଥିବା ଦେଖିବାକୁ ମିଳୁଛି । ଏହି ଅଞ୍ଚଳରେ ଅଧିକ ଆଦିବାସୀ ଲୋକେ ରହୁଥିବାରୁ ଏମାନଙ୍କୁ ଏଥିରେ ବ୍ୟବହାର କରିବା ସହଜ ହୋଇଥାଏ । ସେମାନେ ଅଳ୍ପ କିଛି ଟଙ୍କାରେ ଏଭଳି କାମ କରିବାକୁ ରାଜି ହୋଇଥାନ୍ତି । କାରଣ ଅଧିକାଂଶ ଲୋକେ ବେକାର । ଆଉ ଏକ କାରଣ ହେଲା ଏହି ଅଞ୍ଚଳରେ ଥିବା ସମସ୍ତ ପାହାଡ ଜଙ୍ଗଲ କିମ୍ବା ରାଜସ୍ବ ବିଭାଗର । ଏହା ହେଲେ କୌଣସି ଲୋକେ ଦୋଷୀ ବୋଲି ଜଣାପଡ଼ିବ ନାହିଁ । ସବୁ ଠାରୁ ବଡ କାରଣ ହେଲା ଦିନ ଥିଲା ଏହି ଅଞ୍ଚଳରେ ମାଓବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀ ଭାବେ ପରିଚିତ ଥିଲା । ତେଣୁ ପୋଲିସ କି ପ୍ରଶାସନ ଏହି ଅଞ୍ଚଳରେ ସାଧାରଣତଃ ପହଞ୍ଚିବା ଏକ ପ୍ରକାର ଅସମ୍ଭବ ଥିଲା । ତେଣୁ ଏହାର ନଷ୍ଟ ହେବାର ଭୟ ମଧ୍ୟ କମ ଥିଲା । ତେଣୁ ଏହି ଅଞ୍ଚଳକୁ ଗଞ୍ଜେଇ ବେପାରୀମାନେ ମଧ୍ୟ ନିରାପଦ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିଆସୁଥିଲେ ।

ଯଦିଓ ବର୍ତ୍ତମାନ ଏହି ଅଞ୍ଚଳରେ ମାଓବାଦୀ ପ୍ରାଦୁର୍ଭାବ ନାହିଁ କହିଲେ ଚଳେ, କିନ୍ତୁ ଏହି ଅଞ୍ଚଳର ଲୋକେ ଏହି ଚାଷରେ ଅଭ୍ୟସ୍ତ ହୋଇସାରିଥିବାରୁ ଏହା ଏବେବି ଜାରି ରହିଛି । ପ୍ରତ୍ୟେକ ବର୍ଷ ଅମଳ ସମୟରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଶତାଧିକ କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରିଥାନ୍ତି । ତଥାପି ହେଉଥିବା ଚାଷର ଏହା ମାତ୍ର କେଇ ପ୍ରତିଶତ ବୋଲି କୁହାଯାଇପାରେ । ଏହି ଅଞ୍ଚଳରେ ଥିବା ହଜାର ହଜାର ଏକର ସରକାରୀ ଜମିରେ ଏହି ଚାଷ କରାଯାଉଥିବା ବେଳେ ଅଳ୍ପ କିଛି ଦିନରେ ସବୁ କିଛି ସଫା କରିବା ଅସମ୍ଭବ ।

2017-18 ଆର୍ଥିକ ପ୍ରାୟ 772 ଏକର ଜମିରେ ହୋଇଥିବା ପ୍ରାୟ 15ଲକ୍ଷ 44ହଜାର ଗଛକୁ ନଷ୍ଟ କରାଯାଇଥିବା ବେଳେ ଏସମ୍ପର୍କରେ ପୋଲିସ 17ଟି ମାମଲା ରୁଜୁ କରି 29ଜଣଙ୍କୁ ଗିରଫ କରିଛି । 2018-19 ରେ ପ୍ରାୟ 1130 ଏକର ଜମିରେ ହୋଇଥିବା 22ଲକ୍ଷ 60ହଜାର ଗଛକୁ ନଷ୍ଟ କରାଯାଇଥିବା ବେଳେ ଏସମ୍ପର୍କରେ ପୋଲିସ 22ଟି ମାମଲା ରୁଜୁ କରିବା ସହ 18ଜଣଙ୍କୁ ଗିରଫ କରିଛି । 2019-20ରେ ପ୍ରାୟ 2013 ଏକର ଜମିରେ ହୋଇଥିବା 40ଲକ୍ଷ 23ହଜାର ଗଛକୁ ନଷ୍ଟ କରାଯାଇଥିବା ବେଳେ ଏସମ୍ପର୍କରେ ପୋଲିସ 41ଟି ମାମଲା ରୁଜୁ କରିବା ସହ 45ଜଣଙ୍କୁ ଗିରଫ କରିଛି ।

ସେହିପରି 2020-21ବର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 1235ଏକର ଜମିରେ ହୋଇଥିବା 24ଲକ୍ଷ 63ହଜାରରୁ ଅଧିକ ଗଛକୁ ନଷ୍ଟ କରାଯାଇଥିବା ବେଳେ ଏସମ୍ପର୍କରେ ପୋଲିସ 20ଟି ମାମଲା ରୁଜୁ କରିଛି । କିନ୍ତୁ କାହାରିକୁ ଗିରଫ କରାଯାଇନଥିବା କହିଛନ୍ତି ଗଜପତି ଏସପି । ଗଞ୍ଜେଇ ବେପାରୀଙ୍କ ଉପରେ ପୋଲିସ ତୀକ୍ଷ୍ମ ନଜର ରଖିଛି ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେ କହିଛନ୍ତି । ଏହି ତଥ୍ୟକୁ ଅନୁଧାନ କଲେ ପ୍ରତିବର୍ଷ ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ସ୍ପଷ୍ଟ ବାରି ହୋଇପଡୁଛି । ପୋଲିସ ଏହାକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଅବକାରୀ ବିଭାଗ କିନ୍ତୁ ନିର୍ବିକାର ହୋଇ ରହିଛି । ଯଦିଓ ଅବକାରୀ ବିଭାଗ ଏଥିପାଇଁ ସ୍ବତନ୍ତ୍ର ଭାବେ ରହିଛି ତଥାପି କାଁ ଭାଁ ଘଟଣାକୁ ବାଦଦେଲେ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାର ନଜିର ନାହିଁ । ତେବେ ଏନେଇ ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

ଗଞ୍ଜେଇ ଚୋରା ଚାଲାଣ ସମୟରେ ଗଜପତି ଜିଲ୍ଲାର ଲୋକ କେବଳ ଜିଲ୍ଲା କିମ୍ବା ଓଡ଼ିଶା ଭିତରେ ଧରାପଡୁଛନ୍ତି ତାହା ନୁହେଁ ବରଂ ଆନ୍ଧ୍ର, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଗଜପତି ଜିଲ୍ଲା ଲୋକେ ଧରାପଡ଼ିବାର ଅନେକ ନଜିର ରହିଛି । ତେଣୁ ଗଞ୍ଜେଇ ବେପାରର ଚେର କେବଳ ଆମ ରାଜ୍ୟ ଭିତରେ ସିମିତ ହୋଇ ନାହିଁ ତାହା ସ୍ପଷ୍ଟ । ଏହାକୁ ରୋକିବା ପାଇଁ ହେଲେ ମୂଳ ଯାଏଁ ପହଞ୍ଚିବାର ଆବଶ୍ୟକତା ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 28, 2020, 10:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.