ETV Bharat / state

ଟେଲିଫୋନ ଏକ୍ସଚେଞ୍ଜ ବିସ୍ଫୋରଣ ମାମଲା: ନିର୍ଦ୍ଦୋଷରେ ଖଲାସ ସବ୍ୟସାଚୀ - mao

ଆଉ ଏକ ମାମଲାରେ ଖସିଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ଟେଲିଫୋନ ଏକ୍ସଚେଞ୍ଜ ବିସ୍ଫୋରଣ ମାମଲାର ବିଚାର କରି ଗଜପତି ଜିଲ୍ଲା ଦୌରାଜଜ୍‌ ଆଜି(ଗୁରୁବାର) ଏହି ରାୟ ଶୁଣାଇଛନ୍ତି । କିଛି ଦିନ ତଳେ ଦେଶଦ୍ରୋହ ଅପରାଧରେ ବ୍ରହ୍ମପୁର ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

ଫଟୋ ସୌଜନ୍ୟ- ପ୍ରତିନିଧି,, ଗଜପତି
author img

By

Published : Jun 1, 2019, 3:03 PM IST

ଗଜପତି: ପୁଣି ଆଉ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । ଆର ଉଦୟଗିରିରେ ହୋଇଥିବା ଟେଲିଫୋନ ଏକ୍ସଚେଞ୍ଜ ବିସ୍ଫୋରଣ ମାମଲାର ବିଚାର କରି ଗଜପତ ଜିଲ୍ଲା ଦୌରାଜଜ ଆଜି(ଗୁରୁବାର) ଏହି ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଦାଲତ ସବ୍ୟସାଚୀଙ୍କୁ ଖଲାସ କରିଥିବା ନେଇ ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଗତ 2006 ମସିହା ମାର୍ଚ୍ଚ 25 ତାରିଖରେ ଆର ଉଦୟଗିରି ଠାରେ ହୋଇଥିବା ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏବେ ସୁଦ୍ଧା ସାରା ଓଡିଶାରେ 56ଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତେବେ ଗଜପତି ଜିଲ୍ଲାରେ ତାଙ୍କ ନାମରେ ଥିବା 45ଟି ମାମଲା ମଧ୍ୟରୁ 12ଟିରେ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି । ଅନ୍ୟ 33ଟି ମାମଲା ବିଚାରାଧୀନ ରହିଛି ।

ଦେଶଦ୍ରୋହ ମାମଲାରେ ଶୁଣାଣି କରି ବ୍ରହ୍ମପୁର ଏଡିଜେ କୋର୍ଟ ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ‘ତେବେ ଏହି ମାମଲାରେ କୋର୍ଟ ଉଭୟ ପୋଲିସ ଏବଂ ସରକାରୀ ଓକିଲଙ୍କୁ ଭର୍ତ୍ସନା କରିଥିଲେ ମଧ୍ୟ ସବ୍ୟସାଚୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।’ ତଳ କୋର୍ଟର ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିଥିବା ନେଇ ସବ୍ୟସାଚୀଙ୍କ ଓକିଲ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

slug-youth attempted to burn alive
format-avo
report-sadasiba patra
place-Phulabani(Kandhamal)
date-30.5.2019
କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ମଟରସାଇକଲରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ହୋଇଛି ଆକ୍ରମଣ  । ମଟର ସାଇକଲ ସହିତ ଜଣେ ଯୁବକକୁ ଜିଅନ୍ତା ପୋଡିବାକୁ ଉଦ୍ୟମ କରାଯାଇଛି  । ଆହତ ଅବସ୍ଥାରେ ଖଜୁରିପଡା ଦମକଳ ବାହିନୀ ଉଦ୍ଧାର କରି ଯୁବକଙ୍କୁ ପ୍ରଥମେ ଖଜୁରିପଡା ମେଡିକାଲ ଓ ପରେ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । କିଛି ସମୟ ପରେ ହିଁ ଆହତ ପୁରୀ ଜିଲା କୋଣାର୍କର ରଞ୍ଜିତ୍ କୁମାର ବେହେରାଙ୍କୁ ଭୂବନେଶ୍ବର ସୋମ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି  । ଖଜୁରିପଡା ପୋଲିସରେ ଏତଲା ଦାଏର ହୋଇନଥିବା ବେଳେ ଏଫଆଇଆର କରିବା ସହିତ ପୋଲିସ ଆବଶ୍ୟକୀୟ ପଦକ୍ଷେପ ନେଉଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅନୀତା କିଡ୍ଡୋ  ।
ପୋଲିସ ସୂଚନା ଅନୁସାରେ ଗତ କାଲି ରାତିରେ ଫୁଲବାଣୀରୁ ଦଶପଲ୍ଲା ଅଭିମୂଖେ ମଟରସାଇକଲ(ଓଡି 027ଏ 5124)ରେ ଯାଉଥିଲେ ବୌଦ୍ଧ ଜିଲା ପୁରଣାକଟକର ଉମାକାନ୍ତ ବିଟ୍ ଓ ପୁରୀ କୌଣାର୍କର ରଞ୍ଜିତ୍ କୁମାର ବେହେରା  । ତେବେ କନ୍ଧମାଳ ଓ ବୌଦ୍ଧ ସୀମାନ୍ତ ଗାଡିଆପଡା ଘାଟିରେ ଦୁଇ ଜଣ ବାଇକକୁ ଅଟକାଇ ହତ୍ୟା ଉଦ୍ୟମ କରିଥିଲେ  । ରମେଶର ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ  । ଏପରିକି ବାଇକରେ ମଧ୍ୟ ନିଆଁ ଲଗାଇଦେଇଥିଲେ  । ଉମାକାନ୍ତ ତୁରନ୍ତ ଖଜୁରିପଡା ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ  । ଦମକଳ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ  । ପ୍ରଥମେ ଖଜୁରିପ଼ଡା ମେଡିକାଲ ଏବଂ ପରେ ଫୁଲବାଣୀ ଜିଲା ମେଡିକାଲକୁ ଆଣିଥିଲା ଦମକଳ ବାହିନୀ  । ପରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି  । ତେବେ ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି  । ରମେଶଙ୍କ ଶରୀରର କୋଡିଏ ପ୍ରତିଶତରୁ ଅଧିକ ପୋଡି ଯାଇଛି  । ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି  । ଫାୟାର୍ ଅଧିକାରୀଙ୍କ ରିପୋର୍ଟ ପରେ ଏତଲା ଦାଏର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନ ଅଧିକାରୀ ଅନୀତା କିଡ୍ଡୋ ସୂଚନା ଦେଇଛନ୍ତି  ।
..................
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.