ETV Bharat / state

ଖୋଲି ଦେଲେ ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଟଙ୍କା ଦେବାକୁ ଗଲେ ଭୁଲି

ଗଜପତି ଜିଲ୍ଲାର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ସରକରାଙ୍କ ଅବହେଳା । କେନ୍ଦ୍ର ଦ୍ବାରା ପରିଚାଳିତ ଏହି ସଂସ୍ଥାକୁ ଆଜି ଯାଏ ଅନୁଦାନ ମିଳିନଥିବାର ଅଭିଯୋଗ କରିଛନ୍ତି ସଂସ୍ଥାର ପରିଚାଳକ ।

author img

By

Published : Mar 9, 2019, 11:41 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଅନାଥ ଓ ପରିତ୍ୟକ୍ତ ପିଲାଙ୍କ ପାଇଁ ସରକାର ଖୋଲିଛନ୍ତି ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର । ବିଭିନ୍ନ ସ୍ଥାନରେ ଏପରି ସଂସ୍ଥା ଖୋଲା ଯାଇଥିବା ବେଳେ ଗଜପତିରେ ମଧ୍ୟ ଏକ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଖୋଲା ଯାଇଛି । ଏହି କେନ୍ଦ୍ର ଆରମ୍ଭ ବେଳେ 16 ଜଣ ଛୁଆଙ୍କୁ କୋଳେଇ ନେଇଥିଲା ସ୍ଥାନୀୟ ସଂସ୍ଥାନ । ଆଉ ଏଥି ମଧ୍ୟରୁ 10 ଜଣକୁ ନୂଆ ପରିବାର ବି ମିଳି ଗଲାଣି । ହେଲେ କେନ୍ଦ୍ର ଦ୍ବାରା ପରିଚାଳିତ ଏହି କେନ୍ଦ୍ରକୁ ଅନୁଦାନ ମିଳୁନଥିବାର ଅଭିଯୋଗ କରିଛନ୍ତି ସଂସ୍ଥାର ପରିଚାଳକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଶିଶୁଙ୍କ ଯତ୍ନ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ସରକାର ବ୍ୟବସ୍ଥା କରିବାର ନିୟମ ରହିଛି । ପ୍ରତି ଶିଶୁଙ୍କ ଲାଗି ମାସକୁ ସାଢେ 3 ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନୁଦାନ ମିଳୁନଥିବାରୁ କେନ୍ଦ୍ର ଚଳାଇବା କଷ୍ଟ ହୋଇପଡିଛି । ସେପଟେ, କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁହନ୍ତି ସରକାରଙ୍କୁ ସେ ଏନେଇ ଅବଗତ କରାଇଛନ୍ତି ଆଉ ଯଥାଶୀଘ୍ର କେନ୍ଦ୍ରକୁ ଅନୁଦାନ ମିଳିବ ।

କିଛି ଶିଶୁଙ୍କୁ ଏ ସଂସ୍ଥା ନୂଆ ପରିବାର ଦେଇଥିବାବେଳେ ଏବେ ଆର୍ଥିକ ସହାୟତା ଆବଶ୍ୟକ ହୋଇପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆଜି ଏକ ବଡ ଧରଣର ମିଶ୍ରଣ ପର୍ବ ଦେଖିବାକୁ ମିଳିଛି । ଅବଶ୍ୟ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏଭଳି ଦୃଶ୍ୟ କିଛି ନୂଆ ନୁହେଁ । କିନ୍ତୁ ଏକାଥରକେ ଶାସକ ବିଜେଡି ଦଳର ତିନି ତିନି ଜଣ ପୂର୍ବତନ ଛାତ୍ର ସଂସଦ ସଭାପତି ବିଜେପି ରେ ଯୋଗଦାନକୁ ବୌଦ୍ଧ ଜିଲ୍ଲାର ରାଜନୈତିକ ପାଣିପାଗକୁ ଗରମ କରିଛି ।

Body:ଶନିବାର ଦିନ ବିଜେପି ଜିଲ୍ଲା ଯୁବାମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ବାଘଙ୍କ ଆବାହକତ୍ବରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜିଲ୍ଲାର ବହୁ ବିଜେପି ନେତାଙ୍କ ଉପସ୍ଥିତିରେ ଅନେକ ସଂଖ୍ୟାରେ ଯୁବକ ଓ ଛାତ୍ର ବିଜୁ ଜନତା ଦଳ ଛାଡି ପଦ୍ମ ପୋଖରୀରେ ବୁଡ ପକାଇଥିଲେ । ବୌଦ୍ଧ ଜିଲ୍ଲାରେ ଥିବା ପ୍ରମୁଖ ରାଜନୈତିକ ଦଳ ଗୁଡିକ ମଧ୍ୟରୁ ବିଜେପି, ବିଜେଡି ଓ କଂଗ୍ରେସ ବ୍ୟତୀତ ସିପିଆଇ ଦଳର ପତିଆରା ରହିଛି । କିନ୍ତୁ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ଆଭ୍ୟନ୍ତରୀଣ କନ୍ଦଳ ତଥା ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମେଳି ସଂପୃକ୍ତ ଦଳର ନେତାଙ୍କ ନିମନ୍ତେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Conclusion:ବାଇଟ-୧-ଅଟଳ କୁମାର ପ୍ରଧାନ, ପୂର୍ବତନ ଛାତ୍ର ସଭାପତି
ବାଇଟ-୨-ଓମ ପ୍ରକାଶ ମିଶ୍ର, ସଂପାଦକ, ରାଜ୍ୟ ବିଜେପି ଯୁବାମୋର୍ଚ୍ଚା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.