ETV Bharat / state

ଗଜପତିରେ ଭାଙ୍ଗୁଛି ବିଜେପି ଗଡ, ବିଜେଡ଼ିରେ ମିଶିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା - ବିଜେପି ଛାଡି ବିଜେଡ଼ିରେ ଯୋଗଦେଲେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା

ବିଜେପିର ପୂର୍ବତନ ଜିଲ୍ଲା ସଭାପତି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜେପିର ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେହେରା ଦଳ ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଗଜପତିରେ ଭାଙ୍ଗୁଛି ବିଜେପି ଗଡ: ବିଜେଡ଼ିରେ ଯୋଗଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

author img

By

Published : Feb 9, 2022, 4:18 PM IST

ଗଜପତି: ଗଜପତିରେ ଭାଙ୍ଗୁଛି ବିଜେପି ଗଡ । ଗତକାଲି(ବୁଧବାର) ବିଜେପିର ପୂର୍ବତନ ଜିଲ୍ଲା ସଭାପତି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜେପିର ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେହେରା ଦଳ ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି । ମୋହନା କଲେଜ ଛକରେ ଆୟୋଜିତ ବିଜେଡି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ବେଳେ ତାଙ୍କ ସହ ବହୁ ବିଜେପି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଦଳୀୟ ଉତରୀୟ ଦେଇ ତାଙ୍କୁ ସ୍ବାଗତ କରିଥିଲେ ।

ଗଜପତିରେ ଭାଙ୍ଗୁଛି ବିଜେପି ଗଡ: ବିଜେଡ଼ିରେ ଯୋଗଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିଲେ ମଧ୍ୟ ତାଙ୍କୁ ବିଜେପି ଅଣଦେଖା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଯୋଗୁଁ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ବିଜେପି ଛାଡିଥିବା ଅନିତାରାଣୀ । ଆଜିର ମିଶ୍ରଣ ଯୋଗୁଁ ଦଳ ଆହୁରି ମଜବୁତ ହେବା ସହ ଦଳୀୟ ପ୍ରାର୍ଥୀ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ସାଂସଦ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.