ETV Bharat / state

ପରକୀୟା ପ୍ରୀତିରେ ରଚିଥିଲା ମୃତ୍ୟୁର ନାଟକ, ମୁମ୍ବାଇରୁ ଦାଦନ ଶ୍ରମିକଙ୍କୁ ଗିରଫ କଲା ପୋଲିସ - ଗଜପତି ନ୍ୟୁଜ

ଅନ୍ୟଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ପତ୍ନୀ ପାଖକୁ ପଠାଇଥିଲା ହତ୍ୟାକାଣ୍ଡର ମିଥ୍ୟା ନାଟକ ଭିଡିଓ । ୧୦ ଦିନ ପରେ ଗଜପତି ପୋଲିସ ସମ୍ପୃକ୍ତ ଦାଦନ ଶ୍ରମିକକୁ ମୁମ୍ୱାଇରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

mohana migrant worker
mohana migrant worker
author img

By

Published : Mar 17, 2023, 5:26 PM IST

ପରକୀୟା ପ୍ରୀତିରେ ରଚିଥିଲା ମୃତ୍ୟୁର ନାଟକ

ଗଜପତି: ପରକୀୟା ପ୍ରୀତିରେ ନିଜର ମୃତ୍ୟୁର ନାଟକ ନିଜେ ରଚିଲା ଦାଦନ ଶ୍ରମିକ । ମୃତ୍ୟୁର ୧୦ ଦିନ ପରେ ଆସିଲା ଦାଦନ ଶ୍ରମିକ ଜୀବିତ ଥିବା ଖବର । ମୁମ୍ବାଇରୁ ସମ୍ପୃକ୍ତ ଦାଦନ ଶ୍ରମିକକୁ ଗିରଫ କଲା ପୋଲିସ । ଗଜପତି ମୋହନା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଖବର ଆସିଥିଲା । ଏହି ଖବର ଆସିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ । ସମ୍ପୃକ୍ତ ଶ୍ରମିକଙ୍କୁ ମାଡ଼ ମାରିବା ସମୟରେ ସମ୍ପର୍କୀୟଙ୍କୁ ଭିଡିଓ କଲ୍ କରି ଦେଖାଯାଇଥିଲା । ତାପରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମୃତ ଶ୍ରମିକଙ୍କ ପରିବାର ବର୍ଗ । ଏଭିଳି ଅଭିଯୋଗ ଆସିଥିଲା ଗଜପତି ଅଡ଼ବା ଥାନା ବାରିଆ ଗାଁରୁ । ହେଲେ ଏବେ ଏହି ଘଟଣାରେ ଆସିଛି ନାଟକୀୟ ମୋଡ଼ ।

ଦାଦନ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାରବର୍ଗ । ତେବେ ଶରତ ପରିଚ୍ଛା ନାମକ ଏହି ଦାଦନ ଶ୍ରମିକ ଏଭଳି ଏକ ହତ୍ୟାକାଣ୍ଡର ମିଥ୍ୟା ନାଟକ ରଚିଥିବା ଜଣା ପଡ଼ିଛି । ନିଜେ ମୃତ୍ୟୁର ନାଟକ ରଚିଥିଲା ଶରତ । ଏହା ଜଣା ପଡ଼ିବା ପରେ ମୁମ୍ବାଇରୁ ଶରତକୁ ଗିରଫ କରିଛି ଗଜପତି ପୋଲିସ । ପୂରା କାହାଣୀ ବଲିଉଡର କୌଣସି ସସପେନ୍ସ ଫିଲ୍ମଠାରୁ କମ୍‌ ନୁହେଁ । ଗତ ୫ ତାରିଖରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବାରିଆପଦା ଗାଁର ଦାଦନ ଶ୍ରମିକ ଶରତ ପରିଚ୍ଛାଙ୍କୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।

ଅଭିଯୋଗ ଅନୁସାରେ ଶରତଙ୍କ ଦେଢ଼ଶାଶୁଙ୍କ ନିକଟକୁ ଆସିଥିଲା ଏକ ଭିଡିଓ କଲ୍, ଯେଉଁଥିରେ ଥିଲା ଶରତଙ୍କ ମୃତଦେହର ଚିତ୍ର । କିଛି ଦୁର୍ବୃତ୍ତ ତାଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା କୁହାଯାଇଥିଲା । ମୃତଦେହ ଫେରାଇ ଆଣିବା ପାଇଁ ପ୍ରଶାସନକୁ ଗୁହାରି କରିବା ସହ ଅଡ଼ବା ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର । ତେଣୁ ମାମଲାକୁ ଅତି ଗୁରୁତର ସହ ନେଇଥିଲା ଗଜପତି ପୋଲିସ । ସ୍ୱତନ୍ତ୍ର ଟିମ୍ ଗଠନ କରି ଆରମ୍ଭ କରିଥିଲା ତଦନ୍ତ । ତାମିଲନାଡୁ ପୋଲିସକୁ ମଧ୍ୟ ଏନେଇ ଯୋଗାଯୋଗ କରାଯାଇଥିଲା ।

ସେହିପରି ଯେଉଁ ନମ୍ବରରୁ ଫୋନ ଆସିଥିଲା, ତାକୁ ଟ୍ରାକିଂ କରିବା ପରେ ମୁମ୍ବାଇ ଲୋକେସନ୍ ଦେଖାଇବାରୁ ସନ୍ଦେହ କରିଥିଲା ଗଜପତି ପୋଲିସ । ତଦନ୍ତ ପରେ ଯାହା ଜଣା ପଡିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା । ଶରତ ଜୀବିତ ଥିବା ଏବଂ ସେ ମୁମ୍ବାଇର ଏକ ମାଛ ମାର୍କେଟରେ କାମ କରୁଥିବା ଜଣା ପଡ଼ିଥିଲା । ପୋଲିସର ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ଯାଇ ଶରତକୁ ଗିରଫ କରିଥିବା ଗଜପତି ଏସ୍‌ପି ସୂଚନା ଦେଇଛନ୍ତି । ତେବେ କ’ଣ ପାଇଁ ନିଜକୁ ମୃତ କହି ଶରତ କାହିଁକି ପରିବାର ଲୋକଙ୍କ ପାଖକୁ ଫଟୋ ପଠାଉଥିଲା, ଏହାର ତଦନ୍ତ କରିଥିଲା ପୋଲିସ । ଅନ୍ୟ ଜଣେ ଓଡ଼ିଆ ଝିଅ ସହ ମୁମ୍ବାଇରେ ଶରତର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନିଜ ସ୍ତ୍ରୀଠାରୁ ଅଲଗା ହେବାକୁ ଚାହୁଁଥିଲା । ଆଉ ସେଥିପାଇଁ ନିଜ ମୃତ୍ୟୁର ନିଜେ ମିଛ ନାଟକ ରଚିଥିଲା ବୋଲି ଜଣାପଡିଛି ।

ଅନ୍ୟ ପକ୍ଷରେ ନିଜ ଗ୍ରାମ ସହିତ ଆଖପାଖ ଗାଁରୁ ଧାର ଉଦ୍ଧାର କରି ବହୁ ଟଙ୍କା ଋଣ କରିଥିବାରୁ ଏଭଳି ନାଟକ ରଚିଥିଲା ବୋଲି କହିଛି ଶରତ । ପଚରାଉଚରା ବେଳେ ଶରତ ବହୁ କାହାଣୀ ପୋଲିସ ଆଗରେ ଶୁଣାଇଥିଲା । ଶେଷ ବିଭିନ୍ନ ଦିଗରୁ ତଦନ୍ତ କରି ପୋଲିସ ଶରତଠାରୁ ସତ ଓଗାଳିଛି । ସମସ୍ତ ସତ କଥା ବାହାରକୁ ଆସିବା ପରେ ଶରତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଆର୍ ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.