ETV Bharat / state

'ପ୍ଲାଜମା ଦାନ ପାଇଁ ଆଗେଇ ଆସିଲେ ବଞ୍ଚିବ ଅନେକ ଜୀବନ’

author img

By

Published : Sep 29, 2020, 5:17 PM IST

କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ସାଧୁବାଦ ଜଣାଇବା ସହ ପ୍ଲାଜମା ଦାନ ପାଇ ନିବେଦନ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।

'ଆଗଭର ହୋଇ ପ୍ଲାଜମା ଦାନ କଲେ ଅନ୍ୟ ଲୋକଙ୍କର ଜୀବନ ରକ୍ଷାରେ ବଡ ସହଯୋଗ ହୋଇ ପାରିବ'

ଗଜପତି: ସମଗ୍ର ରାଜ୍ୟରେ ତାଣ୍ଡବ ରଚୁଛି କୋରୋନା । ଅନ୍ୟ ଜିଲ୍ଲାଗୁଡିକ ପରି ଗଜପତିରେ ମଧ୍ୟ ଦେଖିବାକୁ ମିଳିଛି କୋରୋନାର ପ୍ରଭାବ । କୋରୋନାକୁ ପ୍ରତିହିତ କରିବା ପାଇଁ ପ୍ଲାଜମା ଥେରାପି ଉପଯୋଗୀ ସାବସ୍ତ୍ୟ ହୋଇଛି । ତେଣୁ କୋରୋନାରୁ ସୁସ୍ଥ ସମସ୍ତ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ମଙ୍ଗଳବାର ନିବେଦନ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।

ରାଜ୍ୟରେ ଅଣାୟତ କୋରୋନା ସ୍ଥିତି । ପ୍ରତିଦିନ ହଜାର ହଜାର ପଜିଟିଭ ଚିହ୍ନଟ ହେଉଥିବାବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । କୋରୋନାକୁ ମାତ୍ ଦେବା ଲାଗି ପ୍ଲାଜମା ଥେରାପି ବର୍ତ୍ତମାନ ସ୍ଥିତିରେ ମୁଖ୍ୟ ଆୟୁଧ ସାବ୍ୟସ୍ତ ହୋଇଛି । ତେଣୁ କୋରୋନାରୁ ସୁସ୍ଥ ସମସ୍ତ ବ୍ୟକ୍ତି ଆଗଭର ହୋଇ ପ୍ଲାଜମା ଦାନ କଲେ ଅନ୍ୟଲୋକଙ୍କ ଜୀବନରକ୍ଷାରେ ବଡ ସହଯୋଗୀ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଅନୁପମ ସାହା । କୋରୋନା କବଳରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ସେ ସାଧୁବାଦ ଜଣାଇବା ସହ ସେମାନଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.