ETV Bharat / state

ବିଶ୍ବରେ ଚମକିବେ ଗଜପତି ଝିଅ, ଶ୍ଵେତସ୍ଵିନୀ ଶବରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା - ଏସୀୟ କ୍ରୀଡା

ଚଳିତ ବର୍ଷ ଚୀନରେ ହେବାକୁ ଥିବା ଏସୀୟ କ୍ରୀଡାରେ ଭାଗ ନେବେ ଗଜପତିର ଶ୍ବେତସ୍ବିନୀ ଶବର । ଏନେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ଗଜପତି ଜିଲ୍ଲାପାଳ ।

ଶ୍ଵେତସ୍ଵିନୀ ଶବରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା
Gajapati Collector felicitated Swetasini Sabara
author img

By

Published : Jul 27, 2023, 2:26 PM IST

Gajapati Collector felicitated Swetasini Sabara

ଗଜପତି: ଚଳିତ ବର୍ଷ ଚୀନର ହୁଆଙ୍ଗଝୁ ଠାରେ ହେବାକୁ ଥିବା ଏସିଆନ ଗେମ୍ସ 2023ରେ ଭାରତୀୟ ସଫ୍ଟବଲ୍ ମହିଳା ଦଳରେ ଜଣେ ମାତ୍ର ଓଡ଼ିଆ ଝିଅ ଶ୍ଵେତସ୍ଵୀନି ଶବର ସ୍ଥାନ ପାଇଛନ୍ତି । ରାଜ୍ୟ ଓ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଶ୍ବେତସ୍ବୀନି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଦୁର୍ଗମ ଅଞ୍ଚଳ ଗୁମା ବ୍ଲକର ଆଦିବାସୀ ଝିଅ ଦେଶ ପାଇଁ ସଫ୍ଟବଲ୍ ଖେଳିବେ । ଏଥିପାଇଁ ଭାରତୀୟ 16 ଜଣିଆ ମହିଳା ଟିମରେ ସ୍ଥାନ ପାଇଛନ୍ତି ।

ଏସିଆନ ଗେମ୍ସ ଶ୍ବେତସ୍ବିନୀ ଭାଗ ନେବାକୁ ମନୋନୀତ ହୋଇଥିବାରୁ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ପ୍ରଦାନ ଦେଇ ଶୁଭେଚ୍ଛା ଜଣାଇଥିଲେ । ଅନ୍ତର୍ଜାତୀୟ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାରତ ସାମିଲ ହୋଇଥିବା ବେଳେ ଭାରତୀୟ ମହିଳା ଦଳରେ ଆଦିବାସୀ ଝିଅ ଶ୍ବେତସ୍ବିନୀ ଶବର ସାମିଲ ହୋଇଛନ୍ତି । ଗଜପତି ଜିଲ୍ଲା ଗୁମ୍ମାର ଜଣେ ଝିଅ ଅନ୍ତର୍ଜାତୀୟ ଦଳରେ ଭାରତ ପାଇଁ ପ୍ରତିନିଧୀତ୍ବ କରିବା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ।

ଗୁମ୍ମା ବ୍ଲକ ବଡକଳାକୋଟର ଶ୍ବେତସ୍ବିନୀ ଶବର ଧର୍ମେନ୍ଦ୍ର ଓ ଶାନ୍ତି ଶବରଙ୍କ ବଡ ଝିଅ । ତାଙ୍କ ନିଷ୍ଟା ଓ କଠିନ ପରିଶ୍ରମ ବଳରେ ଉଚ୍ଚ ଶିକ୍ଷା ହାସଲ କରିଥିଲେ । ସେ ଅନ୍ତର୍ଜାତୀୟ ମହିଳା ସଫ୍ଟ ବଲ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ଏନେଇ ଭାରତୀୟ ସଫ୍ଟ ବଲ ସଂଘ ପକ୍ଷରୁ ତାଙ୍କ ନିକଟକୁ ପତ୍ର ଆସିବା ପରେ ସେ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଶ୍ବେତସ୍ବୀନୀଙ୍କ ଏହି ସଫଳତା ଖବର ପ୍ରଚାରିତ ହୋବାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଅନ୍ତର୍ଜାତୀୟ ମହିଳା ସଫ୍ଟବଲ୍ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ସାମିଲ ହେବ । ପ୍ରଥମ ଅନ୍ତର୍ଜାତୀୟ ମହିଳା ସଫ୍ଟ ବଲ ଟିମରେ ଗଜପତି ଭଳି ଏକ ଅଞ୍ଚଳର ଜଣେ ଆଦିବାସୀ ଝିଅ ସାମିଲ ହେବା ନିଶ୍ଚିତ ଭାବେ ଜିଲ୍ଲା ପାଇଁ ଏକ ଗୌରବର କଥା । ଏହି ସଫଳତା ପାଇଁ ସେ ତାଙ୍କ ଖେଳ ଶିକ୍ଷକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶ୍ରେୟ ଦେବା ସହ ପିତାମାତାଙ୍କ ପ୍ରେରଣା ପାଇଁ ଏହା ହୋଇପାରିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ...ଅନ୍ତର୍ଜାତୀୟ ସ୍ତରରେ ଚମକିବେ ଶ୍ୱେତସ୍ୱିନୀ, ଏସିଆ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ସାମିଲ ହେବେ ଓଡ଼ିଆ ଝିଅ

2012 ମସିହାରେ ସେ ସଫ୍ଟବଲ ପ୍ରତି ଆଗ୍ରହ ପ୍ରକାଶ କରି ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ 2017 ମସିହାରେ ଜୁନିୟର ସଫ୍ଟ ବଲ ବିଶ୍ବ କପ ଟିମର ସଦସ୍ୟା ଥିଲେ । ବର୍ତ୍ତମାନ ଭାରତୀୟ ମହିଳା ସଫ୍ଟବଲ ଦଳରେ ମନୋନୀତ ହୋଇଛନ୍ତି । ଏହି ଦଳ 3ଟି ପର୍ଯ୍ୟାୟରେ ଚୟନ କରାଯାଇଥିଲା । ସାରା ଦେଶରୁ 56ଜଣ ବଛା ବଛା ଖେଳାଳୀଙ୍କୁ ନେଇ ଆରମ୍ଭ ହୋଇଥିବା ଚୟନ କ୍ୟାମ୍ପରେ ବିଭିନ୍ନ ଦିଗରୁ ପ୍ରଦର୍ଶନକୁ ଦେଖି 16 ଜଣିଆ ଟିମ୍ ଚୟନ କରାଯାଇଛି । ଯେଉଁଥିରେ ଶ୍ବେତାସ୍ବିନୀ ରହିଛନ୍ତି । ଶ୍ବେତସ୍ବିନୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.