ETV Bharat / state

ଅନାଥ କରିଥିଲା ତିତିଲି ! ଜିଲ୍ଲାସ୍ତରୀୟ ବୃତ୍ତି ପାଇବାପରେ ହେଲେ ପୁରସ୍କୃତ - ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ସମୟର କାଳ ଚକ୍ରରେ ତିତିଲି ମହାବାତ୍ୟା ସିନା ପିଲାମାନଙ୍କୁ ଅନାଥ କରି ଚାଲିଗଲା କିନ୍ତୁ ଜିଲ୍ଲା ପ୍ରଶାସନ ପିଲାମାନଙ୍କର ଦାୟିତ୍ବ ନେବା ପାଇଁ ଅହରହ ଉଦ୍ୟମ ଜାରି ରଖିଛି । ଶୁକ୍ରବାର ତାହାର ଏକ ବଡ଼ ନଜିର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବେସାହାରା ହୋଇଥିବା ଛାତ୍ର ରାମ ଭୂୟାଁଙ୍କୁ ଜିଲ୍ଲାପାଳଙ୍କ କକ୍ଷରେ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ

Gajapati Collector felicitate Orphan child ram who lost his parents in Cyclone Titli
ଅନାଥ କରିଥିଲା ତିତିଲି, ଜିଲ୍ଲା ସ୍ତରୀୟ ବୃତ୍ତି ପାଇବାପରେ ପୁରସ୍କୃତ କଲେ ଜିଲ୍ଲାପାଳ
author img

By

Published : Mar 11, 2022, 10:40 PM IST

ଗଜପତି: ସମୟର କାଳ ଚକ୍ରରେ ତିତିଲି ମହାବାତ୍ୟା ସିନା ପିଲାମାନଙ୍କୁ ଅନାଥ କରି ଚାଲିଗଲା କିନ୍ତୁ ଜିଲ୍ଲା ପ୍ରଶାସନ ପିଲାମାନଙ୍କର ଦାୟିତ୍ବ ନେବା ପାଇଁ ଅହରହ ଉଦ୍ୟମ ଜାରି ରଖିଛି । ଶୁକ୍ରବାର ତାହାର ଏକ ବଡ଼ ନଜିର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବେସାହାରା ହୋଇଥିବା ଛାତ୍ର ରାମ ଭୂୟାଁଙ୍କୁ ଜିଲ୍ଲାପାଳଙ୍କ କକ୍ଷରେ ସମ୍ମାନିତ କରିଛନ୍ତି, ଯିଏକି ଆଜି ତୃତୀୟ ଶ୍ରେଣୀରେ ଜିଲ୍ଲାସ୍ତରୀୟ ବୃତ୍ତି ପାଇ କୃତିତ୍ବ ଅର୍ଜନ କରିଛନ୍ତି ।

Gajapati Collector felicitate Orphan child ram who lost his parents in Cyclone Titli
ଅନାଥ କରିଥିଲା ତିତିଲି, ଜିଲ୍ଲା ସ୍ତରୀୟ ବୃତ୍ତି ପାଇବାପରେ ପୁରସ୍କୃତ କଲେ ଗଜପତି ଜିଲ୍ଲାପାଳ

ଛାତ୍ରଜଣଙ୍କ ଘର ସ୍ଥାନୀୟ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମରେ । ଗତ ତିତିଲି ବାତ୍ୟାରେ ନିଜ ବାପା, ମାଆ ଏବଂ ଭଉଣୀଙ୍କୁ ହରାଇ ବେସାହାରା ପାଲଟିଯାଇଥିଲେ ରାମ । ଠିକ୍ ତା ପରଠାରୁ, ସେହି ପରିବାରରେ ବଞ୍ଚିଯାଇଥିବା ତିନି ଭାଇଙ୍କୁ ଆଣି ଜିଲ୍ଲା ପ୍ରଶାସନ ଏକ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ବିବେକାନନ୍ଦ ରେସିଡେନ୍ସିଆଲ୍ ସ୍କୁଲ, ଏସ୍.ଉରୁଡ଼ା, ଗୋଷାଣୀରେ ରଖି ସେମାନଙ୍କର ସମସ୍ତ ଦାୟିତ୍ବ ବହନ କରିଆସୁଛି ।

ଏପରିକି ସେମାନଙ୍କର ଶିକ୍ଷାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଟ୍ୟୁସନ ଶିକ୍ଷକ ଏବଂ ଶାରିରୀକ ଏବଂ ମାନସିକ ବିକାଶ ପାଇଁ ବିଭିନ୍ନ ଘର ବାହାର ଏବଂ ଘର ଭିତରର ଖେଳ ପାଇଁ ପ୍ରୋତ୍ସାହନ ଦେଇଆସୁଛି । ଏଥିସହ କୋଭିଡ଼ ସମୟରେ ପିଲାମାନେ କିପରି ଶିକ୍ଷାରୁ ବଞ୍ଚିତ ନ ହେବେ, ସେଥିପାଇଁ ଆବଶ୍ୟକ କମ୍ପ୍ୟୁଟର ଟାବଲେଟ୍ ଯୋଗାଇ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଯୋଗାଇ ଆସୁଛି ପ୍ରଶାସନ । ତାହାର ଫଳ ସ୍ବରୁପ ଆଜି ଛାତ୍ରଟି ତୃତୀୟ ଶ୍ରେଣୀରେ ଜିଲ୍ଲାସ୍ତରୀୟ ବୃତ୍ତି ପାଇବା ସହ ଏବଂ ତାହର ଜଣେ ଭାଇ ସୀମାଞ୍ଚଳ ଭୂୟାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷାରେ କୃତୀତ୍ବ ଅର୍ଜନ କରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲିଙ୍ଗିପୁର ଠାରେ ଅଧ୍ୟୟନ କରୁଛି ।

ତିତିଲିରେ ଅନାଥ ହୋଇଥିବା ପ୍ରତି ପିଲା କିପରି ସମାଜରେ ଭଲ ମଣିଷ ହେବେ ଏବଂ ସେମାନଙ୍କର ଭବିଷ୍ୟତ କିପରି ଉଜ୍ଜଳ ହେବ ସେଥିପାଇଁ ଅହରହ ଉଦ୍ୟମ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ଗଜପତି ପ୍ରତିଶ୍ରୁତି ଦେଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.