ETV Bharat / state

ଗଜପତି ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା: ନିୟମ ମାନି ଚଳିଲେ ନିଶ୍ଚିତ କୋରୋନାକୁ ହରାଇବା - Gajapati collector advises in video message

ଜିଲ୍ଲାରେ ପଜେଟିଭଙ୍କ ସଂଖ୍ୟା ବୃଦ୍ଧି ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ, ବରଂ ସମସ୍ତେ ସରକାର ଏବଂ ପ୍ରଶାସନର ନିୟମକୁ ମାନି ଚଳିଲେ ଆମେ ନିଶ୍ଚିତ କୋରୋନାକୁ ହରାଇବା ବୋଲି ଗଜପତି ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।

Gajapati
ଗଜପତି ଜିଲ୍ଲାପାଳଙ୍କ ଭିଡିଓ ବାର୍ତା
author img

By

Published : Jul 26, 2020, 3:01 PM IST

Updated : Jul 26, 2020, 11:50 PM IST

ଗଜପତି: ରାଜ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜିଲ୍ଲାବାସୀ ଭୟଭୀତରେ ରହୁଛନ୍ତି । ତେବେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ, ବରଂ ସମସ୍ତେ ସରକାର ଏବଂ ପ୍ରଶାସନର ନିୟମକୁ ମାନି ଚଳିଲେ ଆମେ ନିଶ୍ଚିତ କୋରୋନାକୁ ହରାଇବା ବୋଲି ଗଜପତି ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଏକ ଭଲ ଖବର। ତେବେ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସିତ ହୋଇପାରିଲେ, ଅନ୍ୟମାନଙ୍କ ପାଇଁ ବିପଦ ନାହିଁ । ତେଣୁ ଯାହାଙ୍କ ଠାରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ନଲୁଚାଇ ପ୍ରଶାସନକୁ ଜଣାନ୍ତୁ । ଫଳରେ ସେମାନଙ୍କ ପରୀକ୍ଷା କରାଯାଇ ଅତିଶୀଘ୍ର ଚିକିତ୍ସା ଯୋଗାଇ ଦିଆଯିବ । ଫଳରେ ସେ ନିଜେ ସୁରକ୍ଷିତ ହେବା ସହ ନିଜର ପରିବାର, ବନ୍ଧୁ ପରିଜନ ଏବଂ ଅନ୍ୟମାନଙ୍କୁ ବିପଦର କାରଣ ହେବେ ନାହିଁ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

ଗଜପତି ଜିଲ୍ଲାପାଳଙ୍କ ଭିଡିଓ ବାର୍ତା

ସୂଚନା ଅନୁଯାୟୀ, ଗତ ଦୁଇମାସ ମଧ୍ୟରେ ଜିଲ୍ଲାରେ ପଜେଟିଭଙ୍କ ସଂଖ୍ୟା ୯ ଶହ ପାର ହୋଇଛି । ପ୍ରଥମେ ସଙ୍ଗରୋଧରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଚିହ୍ନଟ ହେଉଥିବା ପଜେଟିଭଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ବାସିନ୍ଦା କିମ୍ବା କୋରୋନା ଯୋଦ୍ଧା । ତେଣୁ ଜିଲ୍ଲାର ସ୍ଥିତି ବିଗିଡ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି ।

ଜିଲ୍ଲାରେ ଗତକାଲି(ଶନିବାର) ଗୋଟିଏ ଦିନରେ ସର୍ବାଧିକ ୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି(ରବିବାର) 74 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ସହରାଞ୍ଚଳରେ ନିର୍ମାଣ ହୋଇଥିବା ଫିଭର୍ କ୍ଲିନିକ୍‌ ସହ ଆଣ୍ଟିଜେନ ଟେଷ୍ଟ ଜାରି ରହିଥିବାରୁ ଅଧିକରୁ ଅଧିକ ପଜେଟିଭ ଚିହ୍ନଟ ହେଉଛନ୍ତି । ତେଣୁ ବ୍ୟସ୍ତ ହେବାର କିଛି କାରଣ ନାହିଁ । ବରଂ ଆକ୍ରାନ୍ତମାନେ ଚିହ୍ନଟ ହେବା ଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା କମ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହାସହ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାର ସ୍ଥିତିକୁ ଦେଖି ରାଜ୍ୟ ସରକାର ଗଜପତି ଜିଲ୍ଲାକୁ ୨ ଜଣ ବରିଷ୍ଠ ଓଏଏସ ଅଧିକାରୀ ଏବଂ ୧୧ ଜଣ ଏଓଆରଏସ ଅଧିକାରୀଙ୍କୁ ପଠାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jul 26, 2020, 11:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.