ଗଜପତି: ଆସିଲା ରିପୋର୍ଟ, ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ କୋରୋନା ସଂକ୍ରମଣରୁ ହୋଇଛି । ଏନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା ।
ଗତକାଲି ବ୍ରହ୍ମପୁର ଏମକେସିଜିରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲ୍ଲାପାଳ, ଗଜପତି ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେଲା ଏଡିଏମ କରୁଣାକର ଅସୁସ୍ଥ ଥିଲେ । ପାରଳାଖେମୁଣ୍ଡିରେ ଥିବା କୋଭିଡ କେୟାର ସେଣ୍ଟର ଦାୟିତ୍ବରେ ଥିଲେ ଏଡିଏମ କରୁଣାକର ରାଇକା । ତେବେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି(ମଙ୍ଗଳବାର) ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର କୋରୋନା ସଂକ୍ରମଣ କାରଣରୁ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ