ETV Bharat / state

ଚାକିରି ନାଁରେ ଠକେଇ, ବନ୍ଧା ହେଲା ଠକ - ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିବା

ଚାକିରି ନାଁରେ ଠକେଇ କରିଥିବା ଅଭିଯୋଗ । ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ଚାକିରି ନାଁରେ ଠକେଇ, ବନ୍ଧା ହେଲା ଠକ
ଚାକିରି ନାଁରେ ଠକେଇ, ବନ୍ଧା ହେଲା ଠକ
author img

By

Published : Aug 28, 2022, 10:07 AM IST

ଗଜପତି: ଚାକିରି ନାଁରେ ଠକେଇ କରିଥିବା ଅଭିଯୋଗ । ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ରା.ଉଦୟଗିରି ଥାନା ଅଞ୍ଚଳର ଆଶିଷ କୁମାର ସିଂ । ଏହାସହ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେରଙ୍ଗ ଥାନା ଅଧିକାରୀ କହିଛନ୍ତି ।

ଚାକିରି ନାଁରେ ଠକେଇ, ବନ୍ଧା ହେଲା ଠକ

ସେପଟେ, ‘‘ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ସେ ଠକ ନୁହେଁ ବରଂ ସେ ଠକେଇର ଶିକାର ହୋଇଛି ବୋଲି ସଫେଇ ଦେଇଛି । ମୁଁ ଏହି ଟଙ୍କା ନେଇ ନାହିଁ । ପିଲାଙ୍କ ଠାରୁ ଟଙ୍କା ଆଦାୟ କରି ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କୁ ଟଙ୍କା ଦେଇଛି । ତେବେ ସେ କୌଣସି କାମ ନ କରିବାରୁ ଟଙ୍କା ଦେଇଥିବା ପିଲାମାନେ ମୋ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ସେ ଅଦାଲତକୁ ଆସିଥିବାରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଗିରଫ ଅଭିଯୁକ୍ତ କହିଛି ’’।

ମିଳିଥିବା ସୂଚନା ଅନୁସାରେ, ଗତ 2021 ମସିହାରେ ବିଭିନ୍ନ ସ୍ଥାନରେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଅନ୍ୟ ଚାକିରି କରାଇ ଦେବାକୁ କହି ରା. ଉଦୟଗିରି ଥାନା ଅଞ୍ଚଳର ଆଶିଷ କୁମାର ସିଂ ରା.ଉଦୟଗିରି, ନୂଆଗଡ ଓ ଗୁମ୍ମା ଆଦି ଅଞ୍ଚଳର ଶିକ୍ଷିତ ବେକାରୀଙ୍କ ଠାରୁ 60 ହଜାର ଟଙ୍କା ଲେଖାଏଁ ନେଇଥିଲା । ଏହାପରେ ଟଙ୍କା ଦେଇଥିବା ପିଲାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ମିଳିଥିଲା । ଏହାକୁ ଧରି ସେମାନେ ଯେତେବେଳେ ସଂପୃକ୍ତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜଣାପଡିଥିଲା ଯେ, ଏହା ନକଲି ନିଯୁକ୍ତି ପତ୍ର । ଏହାପରେ ପିଲାମାନେ ଆଶିଷଙ୍କୁ ଜଣାଇବା ପରେ ଏହି ଟଙ୍କା ଫେରାଇ ଦେବାର ପ୍ରତିଶୃତି ଦେଇଥିଲେ । ଏପରିକି ଏକ ଲିଖିତ ପ୍ରତିଶୃତି ଦେବା ସହ ଚେକ ମଧ୍ୟ ଦେଇଥିଲେ । ହେଲେ 1ବର୍ଷରୁ ଅଧିକ ସମୟ ବିତିସାରିଥିଲେ ବି ଆଶାୟୀମାନେ ଦେଇଥିବା ଟଙ୍କା ଫେରି ପାଇ ନ ଥିଲେ । ଏପରିକି ଠକ ସଂସ୍ଥା ଦେଇଥିବା ଚେକ୍ ମଧ୍ୟ ବାଉନ୍ସ ହୋଇଥିଲା ।

ଏହାବି ପଢନ୍ତୁ: ଏମସିଏଲରେ ଚାକିରି କରେଇଦେବାକୁ କହି ୬୫ ଲକ୍ଷ ଠକିଥିବା ଶିକ୍ଷକ ଗିରଫ

ଏନେଇ ଗୁମ୍ମା ବ୍ଲକ ଆଶ୍ରୟଗଡର ସୁଧୀର ଲିମ୍ମା 2022 ମସିହା ଜୁନ୍ 7ତାରିଖରେ ସେରଙ୍ଗ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥଲା । ଏହି ଘଟଣାରେ ପିଲାଙ୍କ ଠାରୁ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିବା, ଏବଂ ପରିବର୍ତ୍ତୀ ସମୟରେ ଟଙ୍କା ଫେରାଇବା ପାଇଁ ପ୍ରତିଶୃତି ଦେଇ ବାଉନ୍ସ ଚେକ୍ ଦେବା ଆଦି ଘଟଣାରେ ଆଶିଷ କୁମାର ସିଂକୁ ଭୁବନେଶ୍ବର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହି ରାକେଟର ଚେର ବିଭିନ୍ନ ସ୍ଥାନକୁ ଲମ୍ବିଛି । ଏହି ରାକେଟକୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.