ETV Bharat / state

ଓଡିଶା ବାଲିରେ ଆନ୍ଧ୍ରର ଆଖି, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା - ବାଲି ଚାଲାଣ

ବଂଶଧାରା ନଦୀର ବାଲି ଉପରେ ଆନ୍ଧ୍ର ବାଲି ମାଫିଆଙ୍କ ନଜର । ପ୍ରତିଦିନ ଏଠାରୁ ଶହ ଶହ ଟ୍ରକ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Aug 16, 2019, 8:21 PM IST

ଗଜପତି: ପ୍ରଥମେ ଜାଗା ଏବେ ଓଡିଶାର ବାଲି ଉପରେ ଆନ୍ଧ୍ର ବିଲଡରଙ୍କ ନଜର । ଦିନକୁ ଦିନ ବଂଶଧାରା ନଦୀର ବାଲିକୁ ଲୁଟିବାରେ ଲାଗିଛନ୍ତି ଆନ୍ଧ୍ରର ବାଲି ମାଫିଆ । କାଶିନଗର ଅଞ୍ଚଳ ଏବେ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ପ୍ରତିଦିନ ଏହି ନଦୀରୁ ଶହ ଶହ ଟ୍ରକ ବାଲି ଉଠାଇ ଆନ୍ଧ୍ରକୁ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ରୋକ୍ ଲଗାଇବାରେ ବିଫଳ ନେଇ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ବି ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ କରି ବିଫଳ ହେବା ପରେ ଶୁକ୍ରବାର ସ୍ଥାନୀୟ ଲୋକେ 5ଟି ବାଲି ବୋଝେଇ ଟ୍ରକକୁ ଜବତ କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ତେବେ ଟ୍ରକ ଗୁଡିକର କାଗଜ ପତ୍ର ଯାଞ୍ଚ ବେଳେ କାଗଜପତ୍ରକୁ ଅପବ୍ୟବହାର କରାଯାଇ ଆନ୍ଧ୍ରକୁ ଚାଲାଣ ହେଉଛି ତାହାର ଲେଖାଜୁଖା ପ୍ରମାଣ ଲାଗିଛି ପ୍ରଶାସନ ହାତରେ ।

ବାଲି ବୋଝେଇ ଟ୍ରକରୁ ମିଳିଥିବା କାଗଜପତ୍ରରେ ପ୍ରସ୍ଥାନ ଏବଂ ଗ୍ରହଣ ସ୍ଥାନ ହାଡିଭାଙ୍ଗୁ ଓ ବିଶାଖାପାଟଣା ରହିଛି । ଯଦି କାଗଜ ପତ୍ରରେ ଟ୍ରକ ଗୁଡିକର ଗ୍ରହଣ ଓ ପ୍ରସ୍ଥାନ ସ୍ଥାନ ବିଶାଖାପାଟଣା ଓ ହାଡିଭାଙ୍ଗୁ ରହିଛି ତାହାଲେ ବଂଶଧାରା ନଦୀରୁ ଏହି ଟ୍ରକ ଗୁଡିକ ବାଲି ଉଠାଇଲେ କିପରି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବାଲି ଟ୍ରକ ଗୁଡିକୁ ଜବତ କରାଯାଇଛି ସେମାନଙ୍କ ଠାରୁ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାଶିନଗର ତହସିଲଦାର କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-SAND SEIZED
FORMAT-PKG
REPORT-HARIHARA PATNAIK
PLACE-GAJAPATI
DATE-16.08.2019
ଆଙ୍କର-ବଂଶଧାରା ନଦୀରୁ ବାଲି ଉଠାଇ ଆନ୍ଧ୍ରକୁ ଚୋରା ଚାଲାଣ କରି ବ୍ୟବସାୟୀମାନେ ମାଲାମାଲ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ତେବେ ପ୍ରଶାସନ ଏଥିରେ ରୋକ ଲଗାଇବା ପରିବର୍ତ୍ତେ ଦେଖଣାହାରୀ ସାଜିଥିବାରୁ ବାଧ୍ୟ ହୋଇ ଲୋକେ ବାଲି ଚୋରା ଚାଲାଣ ହେଉଥିବା ଟ୍ରକକୁ ଜବତ କରି ପ୍ରଶାସନକୁ ହସ୍ତାନ୍ତରପ କରିଛନ୍ତି । ଏହାପରେ ପ୍ରଶାସନର ନିଦ ଭାଙ୍ଗିଛି । ସଂପୃକ୍ତ ଟ୍ରକରୁ ଜରିମନା ଆଦାୟ କରାଯିବ ବୋଲି କହିଛନ୍ତି କାଶୀନଗର ତହସିଲଦାର ।................

............ Body:ଭିଓ 01-ଆନ୍ଧ୍ରରେ ବାଲି ଉଠାଣ ବ0ଦ ରହିଥିବା ବେଳେ ସେଠାକାର ବିଲ୍ଡରମାନଙ୍କ ନଜର ପଡିଛି ଓଡିଶାର ବିଭିନ୍ନ ନଦୀର ବାଲି ଉପରେ । ବିଶେଷ କରି ବଂଶଧାରା ନଦୀର ବାଲିର ଚାହିଦଜା ଅଧିକ ରହିଥିବାରୁ ଗଜପତି ଜିଲ୍ଲା କାଶୀନଗର ଅଂଚଳ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ପ୍ରତିଦିନ ଏହି ନଦୀରୁ ଶହ ଶହ ଟ୍ରକ ବାଲି ଉଠାଇ ଆନ୍ଧ୍ରକୁ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ବାଲି ଚୋରା ଚାଲାଣ ଦ୍ବାରା ମାଫିଆମାନେ ମାଲାମାଲ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଆନ୍ଧ୍ରକୁ ଚାଲାଣ ହେଉଥିବା 5ଟି ବାଲି ବୋଝେଇ ଟ୍ରକକୁ ଧରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ବେ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଅଭିଯୋଗକୁ ଗ୍ରହଣ କରିନାହାନ୍ତି ଏହି ଟ୍ରକଗୁଡିକୁ ପଠାଉଥିବା ବାଲି ବ୍ୟବସାୟୀ । କାଶୀନଗରରୁ ଲାବାଣ୍ୟଗଡ ଯାଉଛଥିବା ଟ୍ରକକୁ ଅଟକା ଯାଇଥିବା ସେ ସଫେଇ ଦେଇଛନ୍ତି ।.......................
ବାଇଟ 01- ଗୋବୋରା ତିରୁପତି ରାଓ (ସ୍ଥାନୀୟ ବାସିନ୍ଦା)
ବାଇଟ 02-ପି.ଜନ୍ନାର୍ଦନ ରାଓ ( ବାଲି ଲିଜ ମାଲିକ )
ଭିଓ 02-ଏହାକୁ ଜବତ କରିବା ପରେ କାଗଜପତ୍ର ଯାଂଚ ବେଳେ କିଭଳି କାଗଜପତ୍ରକୁ ଅପବ୍ୟବହାର କରାଯାଇ ଆନ୍ଧ୍ରକୁ ଚାଲାଣ ହେଉଛି ତାହାର ଲେଖାଜୁଖା ପ୍ରମାଣ ଲାଗିଛି ପ୍ରଶାନ ହାତରେ । ବାଲି ବୋଝେଇ ଟ୍ରକରୁ ମିଳିଥିବା କାଗଜପତ୍ରରେ ପ୍ରସ୍ଥାନ ଏବଂ ଗ୍ରହଣ ସ୍ଥାନ ଏକା ହୋଇଥିବା ବେଳେ ଏହା ହାଡୁଭାଙ୍ଗି ଏବଂ ବିଶାଖପାଟଣା ଦେଇ ଯିବା ପାଇଁ ଉଲ୍ଲେଖ ରହିଛି । ଯଦି ପ୍ରସ୍ଥାନ ଏବଂ ଗ୍ରହଣ ସ୍ଥାନ ଗୋଟି୍ଏ ତାହାହେଲେ ଏତେ ବାଟ ବୁଲିବାର ଆବଶ୍ୟରକତା କଣ? ଏହାହିଁ ସବୁଠାରୁ ବଡ ପ୍ରଶ୍ନବାଚୀ । ତେବେ ଏନେଇ କାଶୀନଗର ତକହସିଲଦାର କହିଛନ୍ତି ଯେ, ବାଲି ଟ୍ରକଗୁଡିକୁ ଜବତ କରଯାଇଛି । ଏମାନଙ୍କ ଠାରୁ ଜରିମନା ଆଦାୟକରାଯିବ । ଏହାପରେ ସରକାରୀ କାଗଜପତ୍ରକୁ କାହିଁକି ସେମାନେ ଏଭଳି ବ୍ୟବହାର କରିଛନ୍ତି ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।.................
         ବାଇଚଟ 03-ଶାନ୍ତି ସ୍ବରୂପ ମିଶ୍ର(ତହସିଲଦାର, କାଶୀନଗର)Conclusion:ଫାଭିଓ- କାଗଜପତ୍ରକୁ ମନଇଚ୍ଛା ବ୍ୟବାହର କରି ଶହ ଶହ ଟ୍ରକ ବାଲି ଆନ୍ଧ୍ରକୁ ଚାଲାଣ କତରୁଛନ୍ତି ବ୍ୟବସାଯୀ । ତେବେ ସରକାରୀ କାଗଜପତ୍ରକୁ ମନଇଛା ବ୍ୟବହାର କରୁଥିବା ବାଲି ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହିଁ ସ୍ପଷ୍ଟ କରିବ ବାଲି ଚୋରା ଚାଲାଣ ସଂପର୍କରେ ପ୍ରଶାସନ କିଛି ଜାଣିପାରୁନାହିଁ ନା ସବୁ ଜାଣି କୌଣସି ଅଦୃଶ୍ୟ ଚାପରେ ଚୁପ୍ ବସିବାକୁ ବାଧ୍ୟ ହେଉଛି । ................
............ ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ । ...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.