ETV Bharat / state

ପ୍ରଥମ ଥର ଶୁଖିଲା ମହେନ୍ଦ୍ରତନୟା ନଦୀ, ଜଳକଷ୍ଟ ଭୋଗିବେ 50 ହଜାର ଲୋକ

author img

By

Published : Apr 5, 2021, 8:09 AM IST

ମହେନ୍ଦ୍ରତନୟା ନଦୀ ହେଉଛି ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ରାୟଗଡ ଏବଂ ଗୋଷାଣି ବ୍ଳକର ଲାଇଫଲାଇନ୍ । ଏହି ନଦୀର ଜଳରେ ଲୋକଙ୍କ ପାନୀୟ ଜଳ ଠାରୁ ଆରମ୍ଭ କରି ଜଳସେଚନ ଯାଏଁ ସବୁ କିଛିର ସମାଧାନ ହୋଇପାରୁଥିଲା । ତେବେ ପ୍ରଥମଥର ପାଇଁ ଏହି ନଦୀ ଶୁଖିଲା ପଡିଛି । ଅଧିକ ପଢନ୍ତୁ...

ପ୍ରଥମ ଥର ଶୁଖିଲା ମହେନ୍ଦ୍ରତନୟା ନଦୀ
ପ୍ରଥମ ଥର ଶୁଖିଲା ମହେନ୍ଦ୍ରତନୟା ନଦୀ

ଗଜପତି: ମହେନ୍ଦ୍ରତନୟା ନଦୀ ହେଉଛି ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ରାୟଗଡ ଏବଂ ଗୋଷାଣି ବ୍ଳକର ଲାଇଫଲାଇନ୍ । ଏହି ନଦୀର ଜଳରେ ଲୋକଙ୍କ ପାନୀୟ ଜଳ ଠାରୁ ଆରମ୍ଭ କରି ଜଳସେଚନ ଯାଏଁ ସବୁ କିଛିର ସମାଧାନ ହୋଇପାରୁଥିଲା । ତେବେ ପ୍ରଥମଥର ପାଇଁ ଏହି ନଦୀ ଶୁଖିଲା ପଡିଛି । ଏହା ପୂର୍ବରୁ କେବେହେଲେ ଏଭଳି ହୋଇଥିବା ନଜିର ନାହିଁ । ନଦୀର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଫଳରେ ସହରର ଜଳ ଯୋଗାଣ ପାଇଁ ଖୋଳାଯାଇଥିବା ବୋର୍ ଅଚଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ପ୍ରଥମ ଥର ଶୁଖିଲା ମହେନ୍ଦ୍ରତନୟା ନଦୀ

ଏହି ସ୍ଥିତି ଲାଗିରହିଲେ ଚଳିତ ଗ୍ରୀଷ୍ମ ଋତୁରେ ଲୋକେ ଜଳକଷ୍ଟ ଭୋଗିବା ନିଶ୍ଚିତ ତେଣୁ ଏହାକୁ ନେଇ ପାରଳାଖେମୁଣ୍ଡିବାସୀ ଚିନ୍ତାରେ ପଡିଛନ୍ତି । ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଗତ କିଛି ଦିନ ହେଲା ନଦୀର ଜଳସ୍ତର କମୁଥିଲେ ମଧ୍ୟ ଏହାର ସଂରକ୍ଷଣ ବ୍ୟବସ୍ଥା ନକରିବା ବିଭାଗୀୟ ଖାମଖିଆଲି କାର୍ଯ୍ୟକୁ ଦର୍ଶାଉଛି । ପ୍ରତିବର୍ଷ ଜାନୁଆରୀ ମାସରେ ମହେନ୍ଦ୍ରତନୟା ପୋଲ ତଳ ପାଖରେ ବାଲି ବସ୍ତା ପକାଇ ପାଣିକୁ ରଖାଯାଇଥିଲା । ଚଳିତବର୍ଷ ଏଭଳି କିଛି ପଦକ୍ଷେପ ନିଆଯାଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ପାରଳାଖେମୁଣ୍ଡି ସହରର ଲୋକ ସଂଖ୍ୟା ପ୍ରାୟ 50ହଜାର । ଏତେ ସଂଖ୍ୟକ ଲୋକଙ୍କ ପାନୀଯ ଜଳ ଯୋଗାଇବା ପାଇଁ ରହିଥିବା ଜନସ୍ବାସ୍ଥ୍ୟ ବିଭାଗ ଖାମଖିଆଲି ମନୋଭାବ ଏବଂ ପ୍ରଶାସନର ଅଣଦେଖା ମନୋଭାବ ଯୋଗୁଁ ବର୍ତ୍ତମାନ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ନଦୀକୁ ଦେଖିଲେ ଖେଳପଡିଆର ଭ୍ରମ ସୃଷ୍ଟି ହେଉଛି । ପାନୀୟ ଜଳ କଥା ଛାଡନ୍ତୁ ସହରର ଲୋକେ ଶ୍ମଶାନରେ ଶବଦଜାହ ପରେ ଗାଧୋଇବା ପାଇଁ ନଦୀରେ ଜଳ ଟୋପାଏ ନାହିଁ । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ସ୍ଥିତିର ସମୀକ୍ଷା କରି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପାରଳାଖେମୁଣ୍ଡି ସହରକୁ ପ୍ରତିଦିନ 7 ମିଲିୟନ ଲିଟର ପାଣିର ଆବଶ୍ୟକତା ପଡୁଛି । ନଦୀ ଶୁଖିଯିବା କାରଣରୁ ଭୂତଳ ଜଳସ୍ତର କମିବାରେ ଲାଗିଛି । ବିଶେଷ କରି ଗତ ଦୁଇଦିନ ମଧ୍ୟରେ ନଦୀର ଜଳର ଅହେତୁକ ଭାବେ କମିଛି । 6ଟି ସ୍ଥାନରୁ ପାଣି ଉଠାଯାଇ ସହରକୁ ଜଳ ଯୋଗାଣ କରାଯାଉଛି ।

ସେଥିମଧ୍ୟରୁ ୪ଟି ସ୍ଥାନରେ ଜଳ ଶୁଖିଯାଇଥିବା ବେଳେ ମାତ୍ର ଦୁଇଟି ସ୍ଥାନରେ ଅଳ୍ପ କିଛି ରହିଛି । ସେସବୁ ସ୍ଥାନରେ ଟ୍ରେଞ୍ଚ ଖୋଲି ପାଣି ଆଣିବା ପାଇଁ ପ୍ରୟାସ କରାଯାଉଛି । ସେ ଯାହା ବି ହେଉ ଆଉ ସପ୍ତାହକ ମଧ୍ୟରେ ବର୍ଷା ନହେଲେ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ନାହିଁ । ସ୍ଥିତି ଉପୁଜିଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ହିଁ ଏକମାତ୍ର ବିକଳ୍ପ ବୋଲି ପାରଳାଖେମୁଣ୍ଡି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ସ୍ଵାଗତ ପ୍ରସାଦ ନାୟକ କହିଛନ୍ତି । ଖରାଦିନ ଆରମ୍ଭରୁ ସହରରେ ଏଭଳି ଅବସ୍ଥା । ତେଣୁ ଗ୍ରୀଷ୍ମ ଋତୁ ସରିବାକୁ ଆହୁରି 3ମାସ ରହିଥିବା ବେଳେ ସ୍ଥିତି କେତେ ଉତ୍କଟ ହେବ ତାକୁ ନେଇ ସମସ୍ତେ ଚିନ୍ତାରେ । ହେଲେ ପ୍ରଶାସନର କାର୍ଯ୍ୟ ଶୈଳୀକୁ ଦେଖିଲେ ଏନେଇ ସେମାନେ କୌଣସି ଚିନ୍ତାରେ ଥିବା ଭଳି ମନେହେଉନାହିଁ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.