ଗଜପତି: ପ୍ରଚଣ୍ଡ ଖରାରେ ହୁହୁ ହୋଇ ଜଳିଗଲା ବାଇକ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଛେଳିଗଡ଼ ବଜାରରେ । ନୂଆଗଡ ଗାଁର ଜଣେ ବ୍ୟକ୍ତି ପ୍ରଚଣ୍ଡ ଖରା ଯୋଗୁଁ ଛେଳିଗଡ଼ ବଜାରରେ ବାଇକ ରଖି ଏକ ଦୋକାନରେ ବସିଥିଲେ ।
ଏହି ସମୟରେ ଅଚାନକ ବାଇକଟି ଜଳି ଉଠିବା ଦେଖିବାକୁ ମିଳିଥିଲା । କିଛି ସମୟ ମଧ୍ୟରେ ବଜାରରେ ଥିବା ଲୋକେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ତେବେ ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ