ETV Bharat / state

ପାର୍କିଂରେ ହୁତୁ ହୁତୁ ହୋଇ ଜଳିଗଲା ୫ କାର୍ - ପାର୍କିଂରେ ହୁତୁ ହୁତୁ ହୋଇ ଜଳିଲା କର୍

ପାର୍କିଂରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ଗୋଟିଏ କି ଦୁଇଟି ନୁହେଁ ୫ଟି କାର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଅଧିକ ପଢ଼ନ୍ତୁ

ପାର୍କିଂରେ ହୁତୁ ହୁତୁ ହୋଇ ଜଲିଗଲା ୫ କାର୍
ପାର୍କିଂରେ ହୁତୁ ହୁତୁ ହୋଇ ଜଲିଗଲା ୫ କାର୍
author img

By

Published : May 23, 2022, 5:46 PM IST

ଗଜପତି : ପାରଳାଖେମୁଣ୍ଡି ପୌରପରିଷଦ ଅଧିନସ୍ଥ ଟାଉନ୍ ହଲ୍‌ପରିସରରେ ଥିବା ଗାଡି ପାର୍କିଂ ସେଡରେ ରବିବାର ମଧ୍ୟରାତ୍ରରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ୫ଟି କାର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ୨ଟି ଗାଡି ଭଙ୍ଗାରୁଜା ହୋଇ ପଡିଥିବା ଦେଖିବାକୁ ମିଳିଛି । ତେବେ ପାରିପାର୍ଶ୍ବକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏହା କୌଣସି ଦୁର୍ବୃତ୍ତଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଛି । କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କାର୍ ପୋଡିଲା ତାହାର ତଦନ୍ତ ଜାରି ରହିଥିବାବେଳେ ପୌରପରିଷଦ ଗାଡି ଠିଆ ପାର୍କିଂ ସେଡ୍‌ରେ ବେସରକାରୀ ଗାଡି ରହିଲା କେମିତି ତାକୁ ନେଇ ଉଠିଛି ପ୍ରଶ୍ନ ।

ପାର୍କିଂରେ ହୁତୁ ହୁତୁ ହୋଇ ଜଲିଗଲା ୫ କାର୍

ରବିବାର ବିଳମ୍ବିତ ରାତିରେ ପାର୍କିଂରେ ରଖାଯାଇଥିବା ୫ଟି କାର୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଗୋଟିଏ କାର୍ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କେମିତି କାର୍ ଗୁଡିକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । କେହି ଦୁର୍ବୃତ୍ତ କାର୍ ଗୁଡିକରେ ଜାଣିଶୁଣି ନିଆଁ ଲଗାଇ ଥାଇପାରେ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି । ଅଜଣା ଦୁର୍ବୃତ୍ତ କାର ଜାଳି ଦେଇଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.