ETV Bharat / state

କୋରୋନା କଟକଣାରେ ଭୋଜି ଆସର, ଆୟୋଜକ ଗଣିଲେ ୧୫ ହାଜର ଜୋରିମାନା - ଗଜପତି କୋଭିଡ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଣ୍ଡାହାତୀ ପଞ୍ଚାୟତର ରତନ ତାଲାସିଂ ଗାଁରେ ଏକ ବିରାଟ ବିବାହ ଭୋଜିର ଆୟୋଜନ ହୋଇଥିଲା । ପୋଲିସ ଚଢାଉ କରିଥିବାବେଳେ ଜୋରିମାନା ଆଦାୟ ହୋଇଛି । ଅଧିକ ପଢନ୍ତୁ:

କୋରୋନା କଟକଣାରେ ଭୋଜି ଆସର, ଆୟୋଜକ ଗଣିଲେ ୧୫ ହାଜର ଜୋରିମାନା

author img

By

Published : May 18, 2021, 10:56 PM IST

ଗଜପତି: ଗ୍ରାମାଞ୍ଚଳରେ ଦିନକୁ ଦିନ କୋରୋନା ବ୍ୟାପୁଛି । ହେଲେ ଗ୍ରାମାଞ୍ଚଳ ଲୋକେ କିନ୍ତୁ ସରକାରଙ୍କ ନିୟମ ମାନିବାକୁ ନାରାଜ । ବର୍ତ୍ତମାନ ସବୁଆଡେ ଲକଡାଉନ ତଥା କଟକଣା ଚାଲିଥିବା ବେଳେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଣ୍ଡାହାତୀ ପଞ୍ଚାୟତର ରତନ ତାଲାସିଂ ଗାଁରେ ଏକ ବିରାଟ ବିବାହ ଭୋଜିର ଆୟୋଜନ ହୋଇଥିଲା ।

ଆୟୋଜକ ୫୦ ଜଣ ପାଇଁ ବିବାହ ଅନୁମତି ନେଇ ଶହ ଶହ ଲୋକଙ୍କ ପାଇଁ ଖାଇବା ଆୟୋଜନ କରିଥିଲେ । ତେବେ ଭୋଜି ପୂର୍ବରୁ ଗାରବନ୍ଧ ଥାନା ପୋଲିସ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ଓ ଅନ୍ୟାନ୍ୟ ରାଜସ୍ବ କର୍ମଚାରୀମାନେ ଆସି ଭୋଜିକୁ ବନ୍ଦ କରିଥିଲେ । ଆୟୋଜକ ମାନଙ୍କୁ ୧୫ ହାଜର ଟଙ୍କା ଜୋରିମାନା କରିବା ସହ ସବୁ ରନ୍ଧା ଖାଦ୍ୟ କୁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ବାଣ୍ଟିଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.