ETV Bharat / state

ACF death mystery: ତଦନ୍ତ ପରିସରଭୁକ୍ତ ହେଲେ ମହିଳା OIC, ଆଲବମ ଖୋଲିବ ଗୁମର ! - mamata panda

ଆଜକୁ ୯ ଦିନ ବିତିଲାଣି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ସେପଟେ ବିବାଦ ଘେରକୁ ଆସିଥିବା ମହିଳା ପୋଲିସ ଅଧିକାରୀ ମମତା ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

ACF death mystry: ତଦନ୍ତ ପରିସରଭୁକ୍ତ ହେଲେ ମହିଳା ପୋଲିସ ଅଧିକାରୀ

author img

By

Published : Jul 21, 2021, 6:55 PM IST

Updated : Jul 21, 2021, 10:30 PM IST

ଗଜପତି: ଆଜକୁ ୯ ଦିନ ବିତିଲାଣି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ହେଲେ ଦିନ ଯେତିକି ଗଡୁଛି, ସସପେନ୍ସ ସେତିକି ବଢୁଛି । ଯଦିଓ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ତଥାପି ଏ ଯାଏଁ ସେହି କାଳ ରାତିର ପ୍ରକୃତ ସତ ଉପରୁ ପରଦା ହଟୁନି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମୟୂରଭଞ୍ଜ କପ୍ତିପଦାସ୍ଥିତ ବାସଭବନକୁ ପୋଲିସର ଏକ ୬ ଜଣିଆ ସ୍ବତନ୍ତ୍ର ଟିମ୍ ଯାଇ ପଚରାଉଚରା କରି ପାରଳାଖେମୁଣ୍ଡି ଫେରିଛି । ଟିମ୍ ବିବାହ ସମୟର ଆଲବମ ଓ ମୋବାଇଲ ସହ ଅନ୍ୟ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ତେବେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ତଦନ୍ତକାରୀ ଅଧିକାରୀ । ହେଲେ ଏସବୁ ମଧ୍ୟରେ ବିବାଦ ଘେରକୁ ଆସିଥିବା ମହିଳା ପୋଲିସ ଅଧିକାରୀ ମମତା ପଣ୍ଡାଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା ।

ACF death mystery: ତଦନ୍ତ ପରିସରଭୁକ୍ତ ହେଲେ ମହିଳା ପୋଲିସ ଅଧିକାରୀ

ସୌମ୍ୟରଞ୍ଜନଙ୍କୁ ହସ୍ପିଟାଲ ନିଆଯାଉଥିବା ବାଟରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଆମ୍ବୁଲାନ୍ସକୁ ଅଟକାଇଥିଲେ । ସୌମ୍ୟ ହସ୍ପିଟାଲରେ ଭର୍ତ୍ତି ହେବା ଠାରୁ ତାଙ୍କ କ୍ବାର୍ଟରରୁ କିରାସିନି ବୋତଲ ଓ ଦିଆସିଲ ଜବତ କରିବା ଯାଏଁ ମମତା ପଣ୍ଡା ଉପସ୍ଥିତ ଥିଲେ । ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କ ପାଖେ ପାଖେ ରହିଥିଲେ । ଯେଉଁଥିପାଇଁ କି ତାଙ୍କୁ କୌଣସି ବିଭାଗୀୟ ନିର୍ଦ୍ଦେଶ ମଧ୍ୟ ନଥିଲା । ତେବେ ଏହି ପୁରା ଘଟଣାରେ ମମତା ପଣ୍ଡାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ ମୃତ ACF ଅଧିକାରୀଙ୍କ ବାପା । ତେବେ ଏନେଇ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ସେ କହିଛନ୍ତି ।

ଅପରପକ୍ଷେ, ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ ମମତାଙ୍କ ହସ୍ତକ୍ଷେପ ନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ମମତା ପଣ୍ଡାଙ୍କୁ ଏନେଇ କୌଣସି ବିଭାଗୀୟ ନିର୍ଦ୍ଦେଶ ଦିଆଯାଇନଥିଲା । ସେ କେଉଁ ପରିସ୍ଥିତିରେ ସୌମ୍ୟଙ୍କ ଆମ୍ବୁଲାନ୍ସ ଅଟକାଇ ଥିଲେ ଏବଂ ତାଙ୍କ କ୍ବାର୍ଟରକୁ ଯାଇଥିଲେ ତାହାର ତଦନ୍ତ କରାଯିବ । ତେବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ଏସପି ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏସିଏଫ ସୌମ୍ୟରଞ୍ଜନ ରହସ୍ୟଜନକ ମୃତ୍ୟୁ ରହସ୍ୟ ଭେଦ କରିବାକୁ ପାରଳାଖେମୁଣ୍ଡି ପୋଲିସ ଜୋରଦାର ତଦନ୍ତ କରୁଛି । ତଦନ୍ତରେ ଅଗ୍ରଗତି ହେଉଥିବା ମଧ୍ୟ ଏସପି ଜଣାଇଛନ୍ତି । ଦିନ ପରେ ଦିନ ଗଡିବା ସହ ଘଟଣାରେ ନୂଆ ନୂଆ ଚରିତ୍ରଙ୍କ ଆବିର୍ଭାବ ହେଉଛି । ସେପଟେ ଏମିତି କଣ ଆବଶ୍ୟକ ହେଲା ଯେ, ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ 4ଜଣିଆ ଟିମକୁ ପାରଳାଖେମୁଣ୍ଡି ଆସିବାକୁ ପଡିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଏ ସତ କହୁଛି ? ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ? ଏଭଳି ଅନେକ ଦିଗକୁ ନେଇ ତଦନ୍ତ ଚାଲିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jul 21, 2021, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.