ETV Bharat / state

ବୁଢା ବୟସରେ ରାକ୍ଷୀର ମୂଲ୍ୟ ସୁଝୁଛି ଭାଇ; ଭିନ୍ନକ୍ଷମ ଭଉଣୀ ସେବାରେ ବିତୁଛି ଦିନ, ଭତ୍ତା ଟଙ୍କାରେ ପୁରୁଛି ପେଟ - ଏମିତି ଭାଇ ଜଗତେ ନାହିଁ

ଭାଇ ଭଉଣୀର ସମ୍ପର୍କ ସବୁଠାରୁ ବିରଳ ଓ ପବିତ୍ର । ପରିଣତ ବୟସରେ ନିଜ ଭିନ୍ନକ୍ଷମ ଭଉଣୀର ସେବା କରି ସମସ୍ତଙ୍କ ପାଲଟିଛନ୍ତି ଉଦାହରଣ । ହେଲେ ପରିଣତ ବୟସ ସାଜିଛି ବାଧକ । ଅଧିକ ପଢନ୍ତୁ

ଭିନ୍ନକ୍ଷମ ଭଉଣୀର ସେବା କରି ସମସ୍ତଙ୍କ ଉଦାହରଣ  ପାଲଟିଛନ୍ତି କାଶୀ

author img

By

Published : Jul 11, 2023, 5:37 PM IST

Updated : Jul 11, 2023, 6:22 PM IST

ଭିନ୍ନକ୍ଷମ ଭଉଣୀର ସେବା କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି କାଶୀ

ଗଜପତି: ସେ ବା ଅଲିଅଳି.... ଭାଇ ଆଗରେ ଭଉଣୀ ବା ସବୁବେଳେ କୁନି ପିଲା । ଦେଖୁନାହିଁନ୍ତି କେମିତି ବୁଢୀ ଭଉଣୀକୁ ତେଲ ଲଗେଇ ଦଉଛି ବୁଢା ଭାଇ । ଆଉ ଚୁଲିକୁ ବାଉଁଶ ନଳୀରେ ଫୁଙ୍କିଦେଉଛି....ଡାଲମା ବସିଛି ବା... ଜଲଦି ଜଲଦି ହେଲେ ଖାଇବ ସୁନାନାକୀ ଭଉଣୀ । ଏହା ଭାଇ ଭଉଣୀଙ୍କ ମିଛ ମିଛିକା ଖେଳ ନୁହେଁ, ସତ ସତକା ଜୀବନର ଖେଳ । ରାକ୍ଷୀ ପାଉଣା ଆଗରେ ବନ୍ଧା ପଡି ବୃଦ୍ଧାବସ୍ଥାରେ ଭଉଣୀର ଏମିତି ଶେବାସୁଶ୍ରୁଶା କରୁଛି ଭାଇ । ହାତରେ ବାନ୍ଧିଥିବା ରାକ୍ଷୀର ମୂଲ୍ୟ ଦେବାକୁ ଯାଇ ଭାଇ ଛାଡିନି ଭଉଣୀର ହାତ । ଆଉ ଏ ଦୃଶ୍ୟ ଯିଏ ଦେଖୁଛି ସେ କହୁଛି ଏମିତି ଭାଇ ଜଗତେ ନାହିଁ ।

ପରିଣତ ବୟସରେ ମଧ୍ୟ ଭିନ୍ନକ୍ଷମ ଭଉଣୀର ସେବା କରୁଛନ୍ତି ଭାଇ । ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ଅନ୍ୟମନଙ୍କ ପାଇଁ ଉଦାହରଣ ପାଲଟିଛି । ଏପରି ଏକ ନିଆରା ଭାଇ ଭଉଣୀ ସମ୍ପର୍କ ଦେଖିବାକୁ ମିଳିଛି ଗଜପତି ରାଇଯୁକ ଗାଁରେ । ଭାଇ କାଶୀନାଥ ବିଶୋଇ ଓ ତାଙ୍କ ବଡ ଭଉଣୀ ସୁଲକ୍ଷଣୀ ବିଶୋଇ । ବଡ ଭଉଣୀର ବୟସ 80 ଟପିଥିବା ବେଳେ ଭାଇର ବୟସ 75 l ପରିଣତ ବୟସରେ ସାନ ଭାଇ କାଶୀନାଥ ବଡ ଭଉଣୀ ସୁଲକ୍ଷଣିଙ୍କ ସେବା କରୁଛନ୍ତି । ହେଲେ ଏବେ ପରିଣତ ବୟସ ତାଙ୍କ ପାଇଁ ବାଧକ ସାଜିଛି । କାର୍ଯ୍ୟ କରି ଭଉଣୀ ଓ ନିଜକୁ ଚଳେଇବା ତାଙ୍କ ପାଇଁ ମୁସ୍କିଲ ହୋଇଛି । ଏପଟେ ସରକାରଙ୍କ ପକ୍ଷରୁ କେବଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ଥିବା କହିଛନ୍ତି କାଶୀ । ପରିଣତ ବୟସରେ କାର୍ଯ୍ୟ କରିବା ସମ୍ଭବ ପର ହେଉ ନଥିବାରୁ ସରକାର ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କରିଛନ୍ତି ଗୁହାରି ।

କାଶୀନାଥ କହିଛନ୍ତି, ‘‘ପ୍ରାୟ 60 ବର୍ଷ ତଳେ ଘରେ ରୋଷେଇ କରୁଥିବା ବେଳେ ଭାତହାଣ୍ଡି ପଡିଯାଇଥିଲା ଚୁଲିରେ । ଫଳରେ ଭଉଣୀ ସୁଲକ୍ଷଣୀଙ୍କ ମୁଁହ ସମ୍ପୂର୍ଣ୍ଣ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । ହେଲେ ସବୁଦିନ ପାଇଁ ନିଜ ଦୃଷ୍ଟିଶକ୍ତିକୁ ହରେଇ ବସିଥିଲେ । ବାପା-ମା ଚାଲିଗଲା ପରେ ମୋ ଭଉଣୀକୁ ମୁଁ ସେବା କରିବିନି ତ ଆଉ କିଏ ସେବା କରିବ । ହେଲେ ପରିଣତ ବୟସରେ ପହଞ୍ଚିବା ପରେ ତାର ସେବା କରି ରୋଜଗାର କରିବା କଷ୍ଟକର ହୋଇପଡୁଛି । ସରକାରଙ୍କ ପକ୍ଷରୁ କେବଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ଯେଉଁଥିରେ ଚଳିବା ସମ୍ଭବ ପର ହେଉ ନଥିବାରୁ ସରକାର ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ଗୁହାରି କରିଛନ୍ତି ।’’

ଏହା ବି ପଢ଼ନ୍ତୁ: 2 ବର୍ଷ ହେବ ପାହାଡ କୋଳରେ ମାନସିକ ବିକାରଗ୍ରସ୍ତ ପୁଅ, ସହାୟତା ଅପେକ୍ଷାରେ ମାଆ

କାଶୀନାଥଙ୍କ କଷ୍ଟ: କାଶୀନାଥଙ୍କ ପ୍ରକୃତ ଗାଁ ବୁଡୁଲି । 20 ବର୍ଷପୂବେ କାଶୀନାଥଙ୍କ ପତ୍ନୀ ଆରପାରିକୁ ଚାଲିଯାଇଥିଲେ । ନିଜ ଗାଁ ବୁଡୁଲିରେ ଅଛନ୍ତି କାଶୀନାଥଙ୍କ ପୁଅ ବୋହୁ । ପରେ ପୁଅ ବୋହୁ ସେମାନଙ୍କ ଦାୟୀତ୍ବ ନେବାକୁ ମନା କରି ଦେଲେ । ଫଳରେ ଗତ ପ୍ରାୟ 20 ବର୍ଷ ହେଲା ରାଇଯୁକା ଗାଁର ଏକ ପାହାଡ଼ ତଳେ ଆସି ରହୁଛନ୍ତି ଭାଇ ଭଉଣୀ । ଭଉଣୀର ସମସ୍ତ କାର୍ଯ୍ୟ କରିବା ସହ ଘରେ କିଛି ଜିନିଷ ରଖି ବିକ୍ରି କରି ଚଳୁଛନ୍ତି ଭାଇ ଭଉଣୀ । ରାଇଯୁକା ଗାଁ ଲୋକେ ଗାଁ ମୁଣ୍ଡରେ ଜାଗା ଦେଇ ପ୍ରଥମେ ଚାଳ ଛପର ଘର କରିଥିଲେ । ହେଲେ ତିତିଲି ବାତ୍ୟାରେ ତାହା ଭାଙ୍ଗି ଯିବାରୁ ପୁଣି ଗ୍ରାମବାସୀ ମିଳିତ ଭାବେ ଏକ ଟିଣ ଘର କରିଦେଇଛନ୍ତି । ପରିଣତ ବୟସରେ ମଧ୍ୟ ଅକର୍ମଣ୍ୟ ଭଉଣୀ ପ୍ରତି ବୃଦ୍ଧ ଭାଇର ସ୍ନେହ ପ୍ରେମକୁ ପ୍ରଶଂସା କରୁଛନ୍ତି ଗାଁ ଲୋକେ । ଏହାସହ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଯେଉଁ ବୟସରେ ସେମାନଙ୍କୁ ତାଙ୍କ ପୁଅ ବୋହୁ ସେବା କରିଥାନ୍ତେ ସେହି ବୟସରେ ଦୁଃଖକୁ ଆଦରି ନେଇଛନ୍ତି ଏହି ବୃଦ୍ଧ ଭାଇ ଭଉଣୀ । ଜୀବନର ଶେଷ ସମୟରେ ଭାଇ, ଭଉଣୀର ସେବା କରୁଥିବା ଦୃଶ୍ୟ ବିରଳ ଥିବା ବେଳେ ଏହା ସମାଜ ପାଇଁ ଉଦାହରଣ ପାଲଟିଛି ।

ଇଟିଭି ଭାରତ, ଗଜପତି

Last Updated : Jul 11, 2023, 6:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.