ETV Bharat / state

ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ, ଲୋକେ ଭୟଭୀତ - ୩ ରୁ ୪ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା ଭୂକମ୍ପ

ଗଜପତି ଜିଲ୍ଲାରେ ମୃଦୁ ଭୂକମ୍ପ । ୩ରୁ ୪ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା ଭୂମିକମ୍ପ । ଅଧିକ ପଢ଼ନ୍ତୁ

ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ
Earth quake in Mohana at Gajapati
author img

By

Published : Dec 21, 2022, 10:57 PM IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳ ପ୍ରାୟ ୯ଟା ୪୬ ମିନଟରେ ୩ରୁ ୪ ସେକେଣ୍ଡ ପାଇଁ ୩୯ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ପ୍ରଭାବରେ ଭୂମି ଥରି ଉଠିବା ସହ ଟିଣ ଛପର ଘରର ଟିଣ ଓ କବାଟ ମଧ୍ୟ ଥରି ଉଠିଥିଲା ।

ଭୂମି ଥରିବା ଓ ଶବ୍ଦ ହେବା ଯୋଗୁଁ ଲୋକେ ଆତଙ୍କିତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ସେହିପରି ରା.ଉଦୟଗିରି ଅଞ୍ଚଳରେ ମଧ୍ଯ ଭୂମିକମ୍ପର ଝଟକା ପରିଲକ୍ଷିତ ହୋଇଛି । ପ୍ରତ୍ୟେକ ବର୍ଷ ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଭୂମିକମ୍ପର ପ୍ରଭାବ ଅନୁଭୂତ ହେବା ନେଇ ନଜୀର ରହିିଛି । ନିକଟରେ ତପ୍ତପାଣି ଉଷ୍ମପ୍ରସବଣ ରହିଥିବାରୁ ଏଭଳି ହେଉଥିବା ବୁଦ୍ଧିଜୀବିମାନେ କହିଛନ୍ତି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏହି ସମୟରେ ବିଦ୍ୟୁତ ସରାବରହ ବନ୍ଦ ହୋଇଯାଇଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.