ଗଜପତି: ପାରଳାଖେମୁଣ୍ଡିରେ ଡିୱାଇଏଫଆଇ 4ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା ଜିଲ୍ଲାରେ ଥିବା ବେକାର ଯୁବକ ଯୁବତୀଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ କରିବା ।
ସେହିପରି ଜିଲ୍ଲାରେ ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାର୍ଷିକ 200ଦିନ କାମ ଯୋଗାଇ ଦେବା ସହ 600ଟଙ୍କା ଦୈନିକ ମଜୁରୀ ଆଦି ଦାବି କରାଇଯାଇଛି ।
ଏହି ଦାବିକୁ ନେଇ ସୋମବାରଠାରୁ ଡିୱାଇଏଫଆଇ ତରଫରୁ ଜିଲ୍ଲର କାଶୀନଗର ବ୍ଲକର ଅଲଡାଗ୍ରମରୁ ଏକ ବିକ୍ଷୋଭ ପଦଯାତ୍ରା ବାହାରି ମଙ୍ଗଳବାର ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ