ETV Bharat / state

ଅପହଞ୍ଚ ବସୁଧା ଯୋଜନା, ନାଳ ପାଣି ଭରସାରେ ଦେଢଶହ ପରିବାର - ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

ବିଶୁଦ୍ଧ ପାଣି ଟୋପାଏ ପାଇ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ରାୟଗଡ ବ୍ଲକ ଲାଇଲାଇ ଗାଁର ଲୋକେ । ସରକାରଙ୍କ ବସୁଧା ଯୋଜନା ଫେଲ୍ ମାରିଥିବାବେଳେ ନାଳ ପାଣି ହିଁ ଏମାନଙ୍କ ପାଇଁ ସାହା ଭରସା ହୋଇଛି । ଅଧିକ ପଢନ୍ତୁ

ରାୟଗଡ ବ୍ଲକରେ ଜଳ ସଙ୍କଟ
ରାୟଗଡ ବ୍ଲକରେ ଜଳ ସଙ୍କଟ
author img

By

Published : Jul 15, 2023, 10:07 PM IST

ରାୟଗଡ ବ୍ଲକରେ ଜଳ ସଙ୍କଟ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ଗାଁରେ ଦେଖାଦେଇଛି ଜଳସଙ୍କଟ । ଏଠାକାର ଲୋକେ ବିଶୁଦ୍ଧ ପାଣି ଟୋପାଏ ପାଇ ପାରୁନଥିବାବେଳେ ନାଳ ପାଣି ହିଁ ଏମାନଙ୍କ ପାଇଁ ସାହା ଭରସା ହୋଇଛି । ଏହି ନାଳରୁ ପାଣି ଆଣିବାକୁ ହେଲେ ଗ୍ରାମବାସୀଙ୍କୁ 2 କିଲୋମିଟର ଯିବାକୁ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରୀ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି । ସେପଟେ ଖବର ପାଇବା ପରେ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ।

ପଞ୍ଚାୟତ ସଦରମହକୁମା ଏହି ଗାଁରେ ଦେଢ ଶହରୁ ଅଧିକ ପରିବାର ବସବାସ କରୁଥିବାବେଳେ ଗାଁରେ ମାତ୍ର 2ଟି ନଳକୂପ ରହିଛି। ସେଥିରୁ ବାହାରୁଥିବା ପାଣି ଏତେ ମଇଳା ଯେ, ଲୋକେ ତାହାକୁ ପିଇବା ପାଇଁ ତ ଦୂରର କଥା ବ୍ୟବହାର ମଧ୍ୟ କରିପାରୁନାହାନ୍ତି । ସେହିପରି ଗ୍ରାଭିଟି ଫ୍ଲୋ ମାଧ୍ୟମରେ ଗାଁକୁ ପାଣି ଯୋଗାଇବା ପାଇଁ ଏକ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସିପାରୁନାହିଁ ।

ଏଭଳି ସ୍ଥିତିରେ ଗାଁର ମହିଳାମାନେ ଜଳ ସଂଗ୍ରହ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସାହା ଭରସା ପାଲଟିଛି ଗାଁ ଠାରୁ 2 କିଲୋମିଟର ଦୂରରେ ଥିବା ନାଳ । ଏହି ନାଳର ପାଣି ବର୍ଷା ଦିନେ ଗୋଳିଆ ରହୁଥିବାବେଳେ ଖରାଦିନେ ଦେଖାଦେଉଛି ଜଳକଷ୍ଟ । ଫଳରେ ମହିଳାମାନେ ଜଳ ସଂଗ୍ରହ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ନାଳ ପାଣି ବ୍ୟବହାର କରିବା ଦ୍ବାରା ବିଭିନ୍ନ ପ୍ରକାର ରୋଗରେ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ...ଉପାନ୍ତରେ ସରକାରୀ ଯୋଜନା ଫେଲ୍, ପାଣି ପାଇଁ ଡହଳବିକଳ ଲୋକେ

ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ସବୁ ସ୍ଥାନରେ ଅବଗତ କରାଯାଇଥିଲେ ସୁଦ୍ଧା ସୁଫଳ ମିଳୁନାହିଁ। ବିଶୁଦ୍ଧ ପାନୀୟ ଜଳ ପାଇଁ ବସୁଧା ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ଦୀର୍ଘ ବର୍ଷ ହେବ ରହିଛି ଜଳକଷ୍ଟ । ଲାଇଲାଇ ଗାଁର ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ।

ତେବେ ଏନେଇ ପାରଳାଖେମୁଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି, "ଏହି ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.