ଗଜପତି: ବାବା ରାମଦେବ ଯଦିଓ ଚାପରେ ଆସି ପରବର୍ତ୍ତୀ ସମୟରେ ଡାକ୍ତରମାନଙ୍କୁ ଦେବଦୂତ ବୋଲି କହିଛନ୍ତି । କିନ୍ତୁ, ବାବା ଯେଉଁଭଳି ମନ୍ତବ୍ୟ ପ୍ରଥମେ ଦେଇଥିଲେ ତାହାଦ୍ୱାରା ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବା ସହ ଅଶାନ୍ତି ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ବାବା ରାମଦେବଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
କେବଳ ସେତିକି ନୁହେଁ, କୋଭିଡ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଗତ କିଛି ସପ୍ତାହ ମଧ୍ୟରେ ଡାକ୍ତର ମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣର ଶିକାର ହେବାକୁ ପଡିଛି । ଏଭଳି ସ୍ଥିତିରେ ଡାକ୍ତର ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବ୍ୟବସ୍ଥା ଗ୍ରହଣ କରିବା ପରିବର୍ତ୍ତେ ହାତବାନ୍ଧି ବସିଛନ୍ତି । ତେଣୁ, ଡାକ୍ତରମାନେ ଆଜି କଳା ବ୍ୟାଚ୍ ପରିଧାନ କରିବା ସହ ଆଜିର ଦିନକୁ ପ୍ରତିବାଦ ଦିବସ ଭାବେ ପାଳନ କରୁଥିବା କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ