ETV Bharat / state

ମେଡିକାଲ ରୁମ ପାଲଟିଛି ଡାକ୍ତରଙ୍କ ଆବାସିକ ଗୃହ, ହନ୍ତସନ୍ତ ରୋଗୀ - quarter

ମେଡିକାଲ ରୁମ ପାଲଟିଛି ଡାକ୍ତରଙ୍କ ଆବାସିକ ଗୃହ । ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ ଚିକିତ୍ସା ଉପକରଣ ବଦଳରେ ଦେଖିବାକୁ ରୋଷେଇ ସରଞ୍ଜାମ ଓ ଗ୍ୟାସ ଚୁଲ୍ଲା । ଏଭିଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି
author img

By

Published : Jul 10, 2019, 9:01 PM IST

ଗଜପତି: ରୋଗୀଙ୍କ ସୁବିଧା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଡାକ୍ତରଖାନା ଗୃହ ନିର୍ମାଣ । କିନ୍ତୁ ମେଡିକାଲ ରୁମ ପାଲଟିଛି ଡାକ୍ତରଙ୍କ ଆବାସିକ ଗୃହ । ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ ଚିକିତ୍ସା ଉପକରଣ ବଦଳରେ ଦେଖିବାକୁ ମିଳୁଛି ରୋଷେଇ ସରଞ୍ଜାମ ଓ ଗ୍ୟାସ ଚୁଲ୍ଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ଗୋଟିଏ ପଟେ ସ୍ଥାନ ନପାଇ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ନବନିର୍ମିତ ସ୍ବତନ୍ତ୍ର କୋଠାରେ ହସ୍ପିଟାଲ ଅଧୀକ୍ଷକ ରହୁଥିବା ଅଭିଯୋଗ ହେଉଛି । ଏଭିଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ସୂଚନା ଅନୁସାରେ, ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଉପରେ ପଡୋଶୀ ରାୟଗଡା ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳର ରୋଗୀ ନିର୍ଭରଶୀଳ । କ୍ରମାଗତ ଭାବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶିଶୁ ଓ ମାଆଙ୍କ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରଖାନା ପରିସରରେ ଏକ ସ୍ବତନ୍ତ୍ର କୋଠା ନିର୍ମାଣ କରାଯିବା ସହ ବାରମ୍ବାର ଦାବି ପରେ କାର୍ଯ୍ୟକ୍ଷମ କରାଯାଇଥିଲା । ହେଲେ ଏହି କୋଠାକୁ ହସ୍ପିଟାଲ ଅଧୀକ୍ଷକ ଡ. ରମେଶଚନ୍ଦ୍ର ମିଶ୍ର ଏକ ପ୍ରକୋଷ୍ଠକୁ ନିଜର ଆବାସ ଭାବେ ସହ ଅନ୍ୟ କିଛି ଡାକ୍ତର ମଧ୍ୟ ଏହାର ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ତେବେ ରୋଗୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ଏଭଳି କରିଥିବା ମେଡିକାଲ ଅଧୀକ୍ଷକ ସଫେଇ ଦେଇଛନ୍ତି । ଅନ୍ୟପଟେ ଏହାର ତଦନ୍ତ କରାଯାଇ କୋଠରୀ ଅକ୍ତିଆର କରିଥିବା ଡାକ୍ତରଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ମାଆ ଓ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ କୋଠରୀ ଖୋଦ୍ ହସ୍ପିଟାଲ ଅଧୀକ୍ଷକ ଓ ଜଣେ ଡାକ୍ତରଙ୍କ ଜବର ଦଖଲରେ ରହେ ତେବେ ଏହା ଠାରୁ ଆଉ ବିଡମ୍ବନାର ବିଷୟ ଆଉକିଛି ନାହିଁ । ତେଣୁ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.