ETV Bharat / state

ଗଜପତି ଉତ୍ସବ ୨୦୨୩ର ଶୁଭାରମ୍ଭ, ମହେନ୍ଦ୍ରଗିରି ଶିଖରର କୁନ୍ତି ମନ୍ଦିରରୁ ଆସିଲା ମଶାଲ

ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ୨୦୨୩ର ଶୁଭାରମ୍ଭ । ମହେନ୍ଦ୍ରଗିରି ଶିଖରର କୁନ୍ତି ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରିଥିବା ବେଳେ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ନିକଟରେ ଉତ୍ସବ କମିଟି ପକ୍ଷରୁ ମଶାଲକୁ ସ୍ବାଗତ କରାଯାଇଥିଲା । ଅଧିକ ପଢ଼ନ୍ତୁ

author img

By

Published : Jan 7, 2023, 7:43 AM IST

ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ୨୦୨୩ର ଶୁଭାରମ୍ଭ
ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ୨୦୨୩ର ଶୁଭାରମ୍ଭ
ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ୨୦୨୩ର ଶୁଭାରମ୍ଭ

ଗଜପତି: ମହେନ୍ଦ୍ରଗିରି ଶିଖରର କୁନ୍ତି ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ୨୦୨୩ର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ମଶାଲ ଶୋଭାଯାତ୍ରାରେ ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ମଶାଲ ଆସିଥିଲା । ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରି ବିଭିନ୍ନ ବ୍ଲକକୁ ନିଆଯାଇଥିଲା ।

ଏହି ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଲିଗଡ, ଆର୍ ଉଦୟଗିରି, ଖଜୁରୀପଦା, ରାୟଗଡ଼ ଏବଂ ମାଛମରା ଅତିକ୍ରମ କରିଥିଲା । ଅପରାହ୍ନ ୩ଟା ସମୟରେ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ନିକଟରେ ଗଜପତି ଉତ୍ସବ ମଶାଲ ପହଞ୍ଚିଥିଲା । ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସ୍ଵାତୀ କେ କୁମାର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ରୋମାଞ୍ଚଳ ଖମାରୀ ଓ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ବାଗତ କରିଥିଲେ ।

ଜିଲ୍ଲାସ୍ତରୀୟ ଅଧିବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ତଥା ଜାତୀୟସ୍ତରରେ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆସନ୍ତା ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଳନ କରାଯିବ । ଜିଲ୍ଲାର ଅଧିବାସୀଙ୍କ ପାରମ୍ପରିକ ଓ ଖେଳକୁ ଚଳିତ ଗଜପତି ଉତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗଜପତି ଉତ୍ସବ ମଶାଲକୁ ଫରେଷ୍ଟ ଗେଟରେ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ବାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବା ପାଇଁ ସ୍ଥିର କରାଯାଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.