ETV Bharat / state

ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ - ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବଣିକ ସଙ୍ଘ ତରଫରୁ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ । ବଣିକସଙ୍ଘର ଏପରି କାର୍ଯ୍ୟକୁ ସାଧୁବାଦ ଜଣାଇଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ରାମଗିରି ବଣିକ ସଙ୍ଘ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

author img

By

Published : May 16, 2021, 11:01 PM IST

ଗଜପତି: ବର୍ତ୍ତମାନ ସାରା ରାଜ୍ୟରେ କୋରୋନା ଯେପରି କାୟା ବିସ୍ତାର କରିବାରେ ଲାଗିଛି । ସେଭଳି ଗଜପତି ଜିଲ୍ଲାରେ ମଧ୍ୟ ଅତି କ୍ଷୀପ୍ର ଗତିରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମହାମାରୀ କୋରୋନାକୁ ମୁକାବିଲା କରିବା ଲାଗି ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ତେବେ ଏହି ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ନିରୀହ ଅସହାୟ କୁଲି ମଜୁରି କରି ପେଟ ପୋଷୁଥିବା ଲୋକମାନେ କାମ ଧନ୍ଦା ନପାଇ ଭୋକ ଉପାସରେ ଘରେ ପଡି ରହୁଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ଆର.ଉଦୟଗିରି ନିକଟସ୍ଥ ରାମଗିରି ଅଞ୍ଚଳରେ ରହୁଥିବା ନିରୀହ ଅସହାୟ ଓ ଭିନ୍ନକ୍ଷମ ଲୋକଙ୍କ ଲାଗି ଏକ ନିଆରା ପ୍ରୟାସ କରିଛି ସ୍ଥାନୀୟ ରାମେଶ୍ୱର ବଣିକସଙ୍ଘ । ତେବେ ଉକ୍ତ ରାମଗିରି ଅଞ୍ଚଳରେ ରହୁଥିବା ନିରୀହ ଅସହାୟ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ରାମଗିରି ଅଞ୍ଚଳର ରାମେଶ୍ୱର ବଣିକସଙ୍ଘ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି ।

ରାମଗିରି ବଣିକ ସଙ୍ଘ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଏହି ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ବଣିକସଙ୍ଘର ପଦାଧିକାରୀମାନେ ଯ୍ୟଥା ସହଦେଵ ପାତ୍ର , ବୃନ୍ଦାବନ ଗୌଡ଼ , ମୃତୁଞ୍ଜୟ ମହାରଥୀ , ରାଜେନ୍ଦ୍ର କୁମାର ମାଝୀ ଓ କାଳୁ ସେଠି ପ୍ରମୁଖ ସଦସ୍ୟମାନେ ମିଳିତହୋଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଘରକୁ ଘର ବୁଲିବା ସହ ସାମାଜିକ ଦୂରତ୍ୱ ବଜାୟରଖି ରାମଗିରି ପଞ୍ଚାୟତର ଥଟାରାଜ କଲୋନୀ , ହାଟପଦା , ଢେମାକୁଡ଼ିଆ , ତଳସାହି , ମଝିସାହି , ପାତ୍ରସାହି ଓ ଖିଷ୍ଟୀୟାନସାହି ମାନଙ୍କରେ ଥିବା ସମସ୍ତ ଅସହାୟ ନିରୀହ ଏବଂ ଭିନ୍ନକ୍ଷମମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା । ରାମଗିରି ବଣିକସଙ୍ଘର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣାଇଥିଲେ । ରାମଗିରି ବଣିକ ସଙ୍ଘ ତରଫରୁ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.