ETV Bharat / state

ଗ୍ରାମ୍ୟ ଉନ୍ନୟନକୁ ନେଇ ଜିଲ୍ଲା ପରିଷଦ 2 ଭାଗ

ଗଜପତି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ । ଏହାକୁ ନେଇ ପଦାରେ ପଡିଛି ଜିଲ୍ଲା ପରିଷଦରେ ଥିବା ଅନ୍ତକନ୍ଦଳ ।

author img

By

Published : Jul 14, 2019, 5:26 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଇଟିଭି ଭାରତ

ଗଜପତି: ସାମ୍ନାକୁ ଆସିଲା ଗଜପତି ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ନେଇ ଜିଲ୍ଲା ପରିଷଦରେ ଥିବା ଅନ୍ତକନ୍ଦଳ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାମରେ ଦୁର୍ନୀତିଗ୍ରସ୍ତ ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଏହାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ଉପାଧକ୍ଷଙ୍କ ମଧ୍ୟରେ ଦେଖା ଦେଇଛି ମତଭେଦ ।

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜଣେ ଦୁର୍ନିତିଗ୍ରସ୍ତ ଏବଂ ସରକାରୀ ଟଙ୍କାର ଅପବ୍ୟବହାର କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା । ତେବେ ନିର୍ଦ୍ଦେଶକଙ୍କ ସପକ୍ଷରେ ସାମ୍ନାକୁ ଆସିଛନ୍ତି ଜିଲ୍ଲା ପରିଷଦ ଉପାଧକ୍ଷଙ୍କ ସମେତ 7ଜଣ ଜିଲ୍ଲା ପରିଷଦ ସଭ୍ୟ । ଅଧ୍ୟକ୍ଷା ଅନୀତାରାଣୀ ଆଣିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଏଭଳି ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ବୋଲି ଉପାଧକ୍ଷଙ୍କ କହିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଇଟିଭି ଭାରତ

ତେବେ ଉଭୟେ ପୃଥକ ସାମ୍ବାଦିକ ସମ୍ମିଳନୀ ଡାକି ଏଭଳି ପରସ୍ପର ବିରୋଧୀ ମତ ଦେବା ପରେ ଜିଲ୍ଲା ପରିଷଦ ଯେ ଦୁଇ ଭାଗ ତାହା ସ୍ପଷ୍ଟ ହୋଇଛି । ନିଜ ସରକାରୀ କ୍ବାର୍ଟର ମରାମତି ପାଇଁ ନିର୍ଦ୍ଦେଶକ 70 ଲକ୍ଷ ଟଙ୍କା ବ୍ୟୟ କରିଥିବା ଘଟଣାକୁ ନେଇ ଅଧ୍ୟକ୍ଷା ପ୍ରଶ୍ନ ଉଠାଇଥିଲେ । ଏହାସହ ସମ୍ମିଳନୀ କକ୍ଷର ପୁନଃଉଦ୍ଧାର ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବା ଘଟଣାକୁ ସେ ନିନ୍ଦା କରିଛନ୍ତି । ଏହାର ତଦନ୍ତ ପାଇଁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ବେଳେ ଭିଜିଲାନ୍ସକୁ ମଧ୍ୟ ଜଣାଇଥିବା କହିଛନ୍ତି ।

ସେପଟେ ଅଧ୍ୟକ୍ଷା ଆଣିଥିବା ଅଭିଯୋଗ ସମ୍ପର୍କରେ ଏଯାଏଁ ନିର୍ଦ୍ଦେଶକ କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ଏହାକୁ ନେଇ ଜିଲ୍ଲା ପରିଷଦ 2 ଭାଗ ହୋଇଛି । ତେବେ ଏହି ବିବାଦ ଆଗକୁ କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG — ZILLA PARISADA DISPUTE
FORMAT - PKG
REPORTER- HARIHARA PATNAIK
PLACE - GAJAPATI
DATE - 14.07.2019
ଆଙ୍କର - ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜଣେ ଦୁର୍ନିତିଗ୍ରସ୍ତ ଏବଂ ମନଇଚ୍ଚା ସରକାରୀ ଟଙ୍କାର ଅପବ୍ୟବହାର କରୁଥିବା ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା ଅଭିଯୋଗ ଆଣିବା ପରେ ପିଡିଙ୍କ ସପକ୍ଷରେ ସାମ୍ନାକୁ ଆସିଛନ୍ତି ଜିଲ୍ଲା ପରିଷଦ ଉପାଧକ୍ଷଙ୍କ ସମେତ 7ଜଣ ଜିଲ୍ଲା ପରିଷଦ ସଭ୍ୟ । ଅଧ୍ୟକ୍ଷା ଆଣିଥିବା ସମସ୍ତ ଅଭିଯୋଗ ଭିତିହୀନ ଏବଂ ଅମୂଳକ ବୋଲି କହିବା ସହ ଏହା ଉଚିତ ତଦନ୍ତ କରି ବିନା କୌଣସି ତଥ୍ୟରେ ଜଣେ ଯୁବ ଅଧିକାରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାକୁ ସେମାନେ ନିନ୍ଦା କରୁଥିବା କହିଛନ୍ତି ।
Body:ଭିଓ 01- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ଫ ନିର୍ଦ୍ଦେଶକଙ୍କୁ ନେଇ ଗଜପତି ଜିଲ୍ଲା ପରିଷଦ ଏବେ ଦୁଇ ଭାଗ । ଅଧ୍ୟକ୍ଷା ଗୋଷ୍ଠୀ, ପିଡି ଜଣେ ଦୁର୍ନିତିଗ୍ରସ୍ତ ବୋଲି କହୁଥିବା ବେଳେ ଉପାଧ୍ୟକ୍ଷ ଗୋଷ୍ଠୀ ସେ ଜଣେ ସଚୋଟ ଏବଂ କାମିକିଆ ଅଫିସର ବୋଲି କହିଛନ୍ତି । ଉଭୟେ ସାମ୍ବାଦୀକ ସମ୍ମିଳନୀ ଡାକି ଏଭଳି ପରଷ୍ପର ବିରୋଧୀ ମତ ଦେବା ପରେ ଜିଲ୍ଲା ପରିଷଦ ଯେ,ଦୁଇ ଭାଗ ତାହା ସ୍ପଷ୍ଟ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତା ବେହେରା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦୀକ ସମ୍ମିଳନୀ କରି ପିଡିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ପାରଳାଖେମୁଣ୍ଡି ଠାରେ ନବନିର୍ମତି ପଂଚାୟତ ସମ୍ବଳ କେନ୍ଦ୍ରକୁ ପିଡି ନିଜସ୍ବ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ଯୋଜନା କରିଥିବା ଅଭିଯୋଗ କରିଛନ୍ତି । ନିଜ ସରକାରୀ କ୍ବାଟର ମରାମତି ପାଇଁ ପିଡି 70ଲକ୍ଷ ଟଙ୍କା ବ୍ୟୟ କରିଥିବା ଘଟଣାକୁ ନେଇ ଅଧ୍ୟକ୍ଷା ପ୍ରଶ୍ନ ଉଠାଇବା ସହ ସମ୍ମିଳନୀ କକ୍ଷର ପୁନଃ ଉଦ୍ଧାର ପାଇଁ 35ଲକ୍ଷ ଟଙ୍କା ଖର୍ଚ୍ଚ ହେବା ଘଟଣାକୁ ନିନ୍ଦା କରିଛନ୍ତି । ଏହି ସବୁର ତଦନ୍ତ ପାଇଁ ସେ, ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ବେଳେ ଭିଜିଲାନସକୁ ମଧ୍ୟ ଜଣାଇଥିବା କହିଛନ୍ତି ।
         ବାଇଟ 01- ଅନୀତା ରାଣୀ ବେହେରା ( ଜିଲ୍ଲା ପରିଷଦ ଅଧ୍ୟକ୍ଷା)
ଭିଓ 02- ଅଧ୍ୟକ୍ଷା ଆଣିଥିବା ଅଭିଯୋଗର କାଉଣ୍ଟର କରିବା ପାଇଁ ସାମ୍ନାକୁ ଆସିଛନ୍ତି ଉପାଧ୍ୟକ୍ଷ ଆର.ବିଜୟ କୁମାରଙ୍କ ସହ ଅନ୍ୟ 7ଜଣ ଜିଲ୍ଲା ପରିଷଦ ସଭ୍ୟ । ଏମାନେ ସ୍ଥାନୀୟ ପୁର୍ତ୍ତ ଡାକ ବଙ୍ଗଳା ପରିସରରେ ଏକ ସାମ୍ବାଦୀକ ସମ୍ମିଳନୀ କରି ଅଧ୍ୟକ୍ଷା ଆଣିଥିବା ଅଭିଯୋଗ ସଂପୁର୍ଣ୍ଣ ଭିର୍ତିହୀନ ଓ ଅମୁଳକ ବୋଲି କହିବା ସହ ପିଡି ଜଣେ ସଚ୍ଚୋଟ ଏବଂ କାମିକିଆ ଅଫିସର । ଏଭଳି ଜଣେ ଦକ୍ଷ ଯୁବ ଅଧିକାରୀଙ୍କ ବିରୁଦ୍ଧରେ ଆଣିଥିବା ଭିତ୍ତିହୀନ ଅଭିଯୋଗକୁ ସେମାନେ ନିନ୍ଦା କରିଛନ୍ତି । ଅଧ୍ୟକ୍ଷା ପ୍ରଶାସନକୁ ବ୍ଲାକ ମେଲ କରିବା ପାଇଁ ଏଭଳି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।
         ବାଇଟ 02- ଆର.ବିଜୟ କୁମାର ( ଜିଲ୍ଲା ପରିଷଦ ଉପାଧ୍ୟକ୍ଷ )
         ବାଇଟ 03- ବାଳକୃଷ୍ଣ ମଲ୍ଲିକ ( ଜିଲ୍ଲା ପରିଷଦ ସଭ୍ୟ )
Conclusion:ଫାଭିଓ — ଅଧ୍ୟକ୍ଷା ଆଣିଥିବା ଅଭିଯୋଗ ସଂପର୍କରେ ପିଡି କୌଣସି ପ୍ରକାର ପ୍ରତିକ୍ରୀୟା ଏଯାଏଁ ଦେଇନଥିବା ବେଳେ ଏହାକୁ ନେଇ ଜିଲ୍ଲା ପରିଷଦ 2ଭାଗ ହୋଇଛି । ତେବେ ଏହି ବିବାଦ ଆଗକୁ କେଉଁ ରୁପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।...
.............ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ..... ।.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.