ETV Bharat / state

ବ୍ୟାଙ୍କ ଖାତାରେ ଜମା କରାଯାଉଥିବା ସହାୟତାକୁ ବିରୋଧ, ସମସ୍ୟା ଭୋଗୁଛି ହିତାଧିକାରୀ

author img

By

Published : Jun 3, 2022, 10:00 PM IST

ସାମାଜିକ ସୁରକ୍ଷା ପାଇଁ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଆଦିଙ୍କୁ ମାସିକ ସହାୟତା ପ୍ରଦାନ ପାଇଁ ହିତାଧୀକାରୀଙ୍କୁ ସିଧାସଳଖ ପ୍ରଦାନ କରାଯାଉଥିବା ବେଳେ ଗତ ଦୁଇମାସ ହେଲା ବ୍ୟାଙ୍କ ଖାତାରେ ଜମା କରାଯାଉଛି । କିଛି ଲୋକଙ୍କ ବ୍ୟାଙ୍କ ଖାତା ନଥିବା ବେଳେ ଆଉ କିଛି ଲୋକ ବ୍ୟାଙ୍କ କାମ ଜାଣିନାହାନ୍ତି । କେତେକଙ୍କ ଖାତା ପାରଳାଖେମୁଣ୍ଡି ବ୍ୟାଙ୍କରେ ରହିଛି । ତେଣୁ ପୂର୍ବପରି ସିଧାସଳଖ ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି । ଅଧିକ ପଢନ୍ତୁ

ବ୍ୟାଙ୍କ ଖାତାରେ ଜମା କରାଯାଉଥିବା ସହାୟତାକୁ ବିରୋଧ, ସମସ୍ୟା ଭୋଗୁଛି ହିତାଧିକାରୀ
ବ୍ୟାଙ୍କ ଖାତାରେ ଜମା କରାଯାଉଥିବା ସହାୟତାକୁ ବିରୋଧ, ସମସ୍ୟା ଭୋଗୁଛି ହିତାଧିକାରୀ

ଗଜପତି: ଭତ୍ତା ପାଉଥିବା ହିତାଧୀକାରୀଙ୍କ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ଏହାଦ୍ବାରା ସ୍ବଚ୍ଛତା ରହିବ ବୋଲି ସରକାର କହୁଛନ୍ତି । ହେଲେ, ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳର ବାସ୍ତବ ସ୍ଥିତି କିଛିଟା ଅଲଗା । ତେଣୁ, ସରକାରଙ୍କ ଏଭଳି ନିସ୍କର୍ଷ ଏହି ଅଞ୍ଚଳର ଲୋକଙ୍କୁ ଅଧିକ କଷ୍ଟ ଦେଉଛି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଳକ କୁଜାସିଂ ପଞ୍ଚାୟତରେ । ଏହି ପଞ୍ଚାୟତର ମୋଟ ୬୨୧ ଜଣ ହିତାଧୀକାରୀଙ୍କ ମଧ୍ୟରୁ ୪୮ ଜଣଙ୍କ ବ୍ୟାଙ୍କ ଖାତା ନଥିବା ବେଳେ ଆଉ କିଛି ଲୋକ ବ୍ୟାଙ୍କ କାମ ଜାଣିନାହାନ୍ତି ।

ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁମାନଙ୍କ ବ୍ୟାଙ୍କ ଖାତା ବି ରହିଛି ସେମାନଙ୍କ ମଧ୍ୟରୁ କେତେକଙ୍କ ଖାତା ପାରଳାଖେମୁଣ୍ଡି ବ୍ୟାଙ୍କରେ ରହିଛି । ତେଣୁ, ଟଙ୍କା ଉଠାଇବା ପାଇଁ ସେମାନେ ପାରଳାଖେମୁଣ୍ଡି ଆସିବାକୁ ବାଧ୍ୟ ହେଉଛନ୍ତି । ପାରଳାଖେମୁଣ୍ଡି ଆସିବା ପାଇଁ ବସ୍ ଭଡା ଏବଂ ଓଳିଏ ଖାଇବା ଖର୍ଚ୍ଚ ମିଶି ୨ ଶହ ଖର୍ଚ୍ଚ ହେଉଛି । କେବଳ ସେତିକି ନହେଁ, ଦିନଟିଏ ମଧ୍ୟ ନଷ୍ଟ ହେଉଛି । ତେଣୁ, ସରକାରଙ୍କ ଠାରୁ ମିଳୁଥିବା ୫ ଶହରୁ ଦିନକରେ ୨ ଶହ ଖର୍ଚ୍ଚ ହେଉଥିବାରୁ ବଳକା ଟଙ୍କାରେ ମାସ ଯାକ ଚଳିବା ସମ୍ଭବ ହେଉନାହିଁ । ତେଣୁ, ପୂର୍ବପରି ହାତରେ ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି ।

ବ୍ୟାଙ୍କ ମାଧ୍ୟମରେ ଅର୍ଥ ନେଣଦେଣ ନିଶ୍ଚିତ ଭାବେ ସ୍ବଚ୍ଛତା ଆଣିପାରିବ । ହେଲେ, ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ନଥିବା ସମୟରେ ଏଭଳି କରିବା ସେମାନଙ୍କ ପାଇଁ ଦୁଃଖର କାରଣ ହୋଇଥାଏ । ଏହାକୁ ନେଇ ପୂର୍ବତନ ସରପଞ୍ଚ ତୀବ୍ର ପ୍ରତିକ୍ରିଯା ପ୍ରକାଶ କରିଛନ୍ତି । ସରକାର ଦେଉଥିବା 5 ଶହ ଟଙ୍କାରୁ ଅଧା ଲୋକେ ଟଙ୍କା ଉଠାଇବା ପାଇଁ ଖର୍ଚ୍ଚ କରୁଛନ୍ତି । ତେଣୁ, ସେମାନେ ମାସକୁ କେବଳ 2 ଶହ ଟଙ୍କା ପାଉଛନ୍ତି ବୋଲି କହିଲେ କିଛି ଭୂଲ ହେବନାହିଁ । ତେଣୁ, ସରକାର ବାସ୍ତବ ସ୍ଥିତିକୁ ପରଖି ନିସ୍ପତ୍ତି ନେବାକୁ ସେ ଦାବି କିଛନ୍ତି ।

ଲୋକଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତୁମ୍ବନାଥ ପାରିଗାଙ୍କ ସହ ଯୋଗାଯୋଗ କରାଯିବାରୁ, ସେ ଲୋକଙ୍କ ସମସ୍ୟାକୁ ସ୍ବିକାର କରିଥିବା ବେଳେ ଏହା ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ସେ ମାନିବାକୁ ବାଧ୍ୟ ବୋଲି କହିଛନ୍ତି । ଯେଉଁମାନଙ୍କ ବ୍ୟାଙ୍କ ଖାତା ନାହିଁ ସେମାନଙ୍କୁ ଅଫଲାଇନରେ ବର୍ତ୍ତମାନ ପାଇଁ ଟଙ୍କା ପ୍ରଦାନ କରାଯାଉଛି । କିନ୍ତୁ, ଆଗାମି ଦିନରେ ସେମାନେ ବ୍ୟାଙ୍କ ଖାତା ନକଲେ ଭତ୍ତା ମିଳିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ।

ଦେଶ ତଥା ରାଜ୍ୟରେ ବାବୁମାନେ ଶୀତତାପ ନିୟନ୍ତ୍ରିତ କଠରୀରେ ବସି ଯୋଜନା ପ୍ରସ୍ତୁତ କରୁଛନ୍ତି । ଯାହାର ଫଳ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି । ତେଣୁ, ବାସ୍ତବ ସ୍ଥିତିକୁ ଦେଖି ଏହାର ତର୍ଜମା କରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଗଜପତି

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.