ETV Bharat / state

ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା, କୋଭିଡ ମେଡିକାଲ ଆଗରେ ଧାରଣା ଦେଲେ ଗ୍ରାମବାସୀ - gajapati covid19 death

ପାରଳାଖେମୁଣ୍ଡି ରାଜ ସୀତାପୁର୍ କୋଭିଡ ମେଡିକାଲରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ । ଯୁବକଙ୍କୁ ମୃତ୍ୟୁକୁ ଗ୍ରହଣ ନ କରି ଧାରଣାରେ ବସିଛନ୍ତି ପରିବାର ଲୋକେ ଓ ଗ୍ରାମାବାସୀ । ଅଧିକ ପଢନ୍ତୁ…

covid19 death tension in Gajapati
ଯୁବକଙ୍କ ମୃତଦେହକୁ ନେଇ ଉତ୍ତେଜନା, କୋଭିଡ ମେଡିକାଲ ଆଗରେ ଧାରଣା ଦେଲେ ଗ୍ରାମବାସୀ
author img

By

Published : Jun 11, 2021, 6:03 PM IST

ପାରଳାଖେମୁଣ୍ଡି: କୋରୋନାରେ ମୃତ ଯୁବକଙ୍କ ମୃତଦେହକୁ ନେଇ କୋଭିଡ ମେଡିକାଲରେ ଉତ୍ତେଜନା । ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ କରି ଧାରଣାରେ ବସିଥିଲେ ପରିବାର ଲୋକେ ଏବଂ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ରାଜ ସୀତାପୁର କୋଭିଡ ମେଡିକାଲରେ ।

ଯୁବକଙ୍କ ମୃତଦେହକୁ ନେଇ ଉତ୍ତେଜନା, କୋଭିଡ ମେଡିକାଲ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଆଲମାଇଦା ଗାଁର 35 ବର୍ଷୀୟ ରାଜେନ୍ଦ୍ର ରାଇତ ଗତ ଜୁନ 4 ତାରିଖରେ ରାଜସୀତାପୁର କୋଭିଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ପର୍ଯ୍ୟନ୍ତ ଠିକ ଥିଲେ ଏବଂ ନିଜ ବନ୍ଧୁ ପରିଜନଙ୍କ ସହତି ଫୋନରେ ମଧ୍ୟ କଥା ହୋଇଥିଲେ । ତେବେ ହଠାତ୍ କାଲି କିପରି ମୃତ୍ୟୁ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ମୃତ ରାଜେନ୍ଦ୍ରଙ୍କ କୌଣସି ଅଂଶ କାଢି ନେଇଯାଇଥିବା ଅଭିଯୋଗ କରିଛନ୍ତି। ଏହାକୁ ବିରୋଧକରି କୋଭିଡ ମେଡିକାଲ ସାମନାରେ ପ୍ରତିବାତ କରିଛନ୍ତି । ତେଣୁ ମୃତ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ନଦେଖାଇବା ଯାଏଁ ଗ୍ରାମବାସୀ ଓ ସଂପର୍କୀୟ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ।

ଆନ୍ଦୋଳନରେ କାଶୀନଗର ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ଗ୍ରାମବାସୀ ମାନେ କୋଭିଡ ମେଡିକାଲକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ନିକଟରେ ଥିବା ଡାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କୁ ଠେଲା ପେଲା କରିଥିଲେ । ସେପଟେ ଜିଲ୍ଲା ପ୍ରଶାସନ କିନ୍ତୁ ସବୁ କିଛି ଠିକ ଠାକ୍ ଚାଲିଛି ବୋଲି କହିଛି ଏବଂ କୋଭିଡ ନିୟମ ଅନୁଯାୟୀ ସଂପର୍କୀୟଙ୍କୁ ମୃତ ଦେହ ଦେଖାଇ ଶେଷକୃତ କରାଯିବ ।

ଜିଲ୍ଲା ପ୍ରଶାସନ ସବୁ କିଛି ଠିକ ଚାଲିଛି ବୋଲି କହୁଥିବା ବେଳେ ଜଣେ ୩୦ ବର୍ଷୀୟ ଆଦିବାସି ଯୁବକର ହଠାତ୍ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହିଁନ୍ତି ସଂପର୍କୀୟ ଓ ଗ୍ରାମ ବାସୀ । ଯାହା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.