ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ସୀତାପୁରୁ କୋଭିଡ ହସ୍ପିଟାଲରୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହା ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ନିକଟରେ ଉକ୍ତ ଭିଡିଓଟି ପହଞ୍ଚିଥିଲା । ରୋଗୀଙ୍କୁ ଚିକିତ୍ସା କରାଯାଉନାହିଁ ଓ ସେଠାକାର ବ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ ଜଣେ କୋଭିଡ ରୋଗୀ ଜିଲ୍ଲପାଳ ଓ ବିଧାୟକଙ୍କୁ ଜଣାଇବା ସହ ସୁଧାର ଆଣିବାକୁ ଅନୁରୋଧ କରିଥିଲେ ।
ତେବେ ଏହି ଭିଡିଓ ଦେଖି ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲପାଳ ଅନୁପମ ସାହା ନିଜେ ଏହାର ସମାଧାନ ଦିଗରେ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ଏକ ଭିଡିଓ ଏବଂ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।