ETV Bharat / state

ଆଗେଇ ଚାଲିଛି ଗଜପତିରେ ଭୋଟ ଗଣନା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଶାନ୍ତି ଶୃଙ୍ଖଳା ସହ ଆଗେଇ ଚାଲିଛି ଭୋଟ ଗଣନା ।

author img

By

Published : May 23, 2019, 2:50 PM IST

Updated : May 23, 2019, 2:56 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଆରମ୍ଭ ହୋଇଯାଇଛି ।

ଆଜି ସକାଳୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟଙ୍କୁ ଯାଞ୍ଚ କରିବା ପରେ ଭୋଟ ଗଣତି କେନ୍ଦ୍ରକୁ ଛଡାଯାଇଥିଲା । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିବାବେଳେ ଇଭିଏମ ଗଣତି ଏହାପରେ ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ପ୍ରତି ରାଉଣ୍ଡରେ ଲୋକସଭା ଓ ବିଧାନସଭା ପାଇଁ 10ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ତେବେ ପାରଳାଖେମୁଣ୍ଡି ଆସନରୁ ବିଜେପି ପ୍ରାର୍ଥୀ କେ ନାରାୟଣ ରାଓ ଏବଂ ମୋହନା ଆସନରୁ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ଆଗରେ ରହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭିଭାରତ

Last Updated : May 23, 2019, 2:56 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.