ETV Bharat / state

ଚର୍ଚ୍ଚ ଖୋଲିବା ଦାବିରେ ରାସ୍ତାରୋକ, ଗମନାଗମନ ଠପ୍ - ଗଜପତିରେ ରାସ୍ତା ରୋକ୍‌

ଗଜପତି ଜିଲ୍ଲାର ରୋମାନ କ୍ୟାଥଲିକ ଚର୍ଚ୍ଚ ଖୋଲିବାକୁ ଦାବି କରିଛନ୍ତି ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । କୋର୍ଟଙ୍କ ରାୟ ପରେ ବି କାହିଁକି ଚର୍ଚ୍ଚ ଖୋଲାଯାଉନି ସେନେଇ ପ୍ରଶ୍ନ କରି ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ

ଚର୍ଚ୍ଚ ଖୋଲିବା ଦାବିରେ ରାସ୍ତାରୋକ, ଗମନାଗମନ ଠପ୍

author img

By

Published : Jan 28, 2022, 1:05 PM IST

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ବହୁ ପୁରତନ ରୋମାନ କ୍ୟାଥଲିକ ଚର୍ଚ୍ଚକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ରୋମାନ କ୍ୟାଥଲିକ ଚର୍ଚ୍ଚ ଖୋଲିବାକୁ ପୁଣି ଦାବି କରିଛନ୍ତି ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । କୋର୍ଟଙ୍କ ରାୟ ପରେ ବି କାହିଁକି ଚର୍ଚ୍ଚ ଖୋଲାଯାଉନି ସେନେଇ ପ୍ରଶ୍ନ କରି ରାଜରାସ୍ତାକୁ ଅବରୋଧ କରାଯାଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ।

ଚର୍ଚ୍ଚ ଖୋଲିବା ଦାବିରେ ରାସ୍ତାରୋକ, ଗମନାଗମନ ଠପ୍

୨୨ ବର୍ଷ ହେଲା ଲାଗିରହିଥିବା ଏହି ବିବାଦରେ କୋର୍ଟ ରାୟ ପରେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଚର୍ଚ୍ଚ ବନ୍ଦ ପଡିଛି । ଚର୍ଚ୍ଚକୁ ତୁରନ୍ତ ଖୋଲିବା ଦାବିରେ ମୁଖ୍ୟ ଫାଟକ ସମ୍ମୁଖରେ ଥିବା ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ଆଜିକୁ ପ୍ରାୟ ମାସେ ହେବ ଆଗୋରାତ୍ର ଅଞ୍ଚଳର ମହିଳା ମାନେ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରତ ଥିଲେ ।

ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇବା ସତ୍ତ୍ବେ ମଧ୍ୟ କୈଣସି ସୁଫଳ ମିଳିନଥିବାରୁ ଉତ୍ୟକ୍ତ ହୋଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ ମହିଳା। ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟାବ୍ୟାପି ପାରଳାଖେମୁଣ୍ଡି ମୋହନା ବ୍ରହ୍ମପୁରକୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.