ETV Bharat / state

ACF death case: ନିଆଁ ଲିଭାଇ ନଥିଲେ ବିଦ୍ୟାଭାରତୀ, ଦାଖଲ ହେଲା ଚାର୍ଜସିଟ - charge sheet against bidyabharati

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ସମୟରେ ପତ୍ନୀ ବିଦ୍ୟାଭାରତୀ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିନଥିବା ସ୍ପଷ୍ଟ ହୋଇଛି । ଏନେଇ ବିଦ୍ୟାଭାରତୀଙ୍କ ବିରୁଦ୍ଧରେ ଚାର୍ଜସିଟି ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ACF death case: ବିଦ୍ୟାଭାରତୀ ନାଁରେ ଚାର୍ଜସିଟି ଦାଖଲ କଲା କ୍ରାଇମବ୍ରାଞ୍ଚ

author img

By

Published : Oct 9, 2021, 7:34 AM IST

ଗଜପତି: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଏହି ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ଦୀର୍ଘ ୮୫ ଦିନ ପରେ ହଟିଛି ପରଦା । ସୌମ୍ୟଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କରିଛି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ । ମାତ୍ର ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବାବେଳେ ପତ୍ନୀ ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା ନ କରିଥିବା ନେଇ ତାଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠାର ଏକ ଚାର୍ଜସିଟ୍ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଛି । ଏଥିସହ ଏତଲାରେ ଅନ୍ୟ ଦୁଇ ଜଣଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ବାବଦରେ କୌଣସି ପ୍ରମାଣ ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ ।

ACF death case: ବିଦ୍ୟାଭାରତୀ ନାଁରେ ଚାର୍ଜସିଟି ଦାଖଲ କଲା କ୍ରାଇମବ୍ରାଞ୍ଚ

ଗତ ଜୁଲାଇ ୧୨ ତାରିଖ ଦିନ ରାତ୍ରି ସମୟରେ କିଛି କାଗଜପତ୍ର ପୋଡିବା ବେଳେ ସୌମ୍ୟରଞ୍ଜନଙ୍କ ଦୁର୍ଘଟଣାବଶତଃ ଶରୀରରେ ନିଆଁ ଲାଗି ଯାଇଥିଲା । କିନ୍ତୁ ଏହି ଅଘଟଣ ଘଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ । ଯାହାଫଳରେ ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଭାଗ ପୋଡି ହୋଇଯାଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ ।

ଏସିଏଫଙ୍କ ମୃତ୍ୟୁ ପରେ ତାଙ୍କ ବାପା ଡିଏଫଓ ସଂଗ୍ରାମ କେଶରୀ ବେହେରା, ବୋହୂ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିଲେ । ହେଲେ ଅଭିଯୋଗ ନେଇ ଡିଏଫଓ ଓ ରୋଷେୟାଙ୍କ ବିରୁଦ୍ଧରେ କୌଣସି ଠୋସ୍ ପ୍ରମାଣ ନ ମିଳିପାରିବାରୁ ସେମାନଙ୍କୁ କ୍ଲିନଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ପ୍ରାୟ 80ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ଅଭିଯୁକ୍ତମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.