ETV Bharat / state

ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ରିଲାକ୍ସ ମୁଡ୍‌ରେ ପ୍ରାର୍ଥୀ

ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଇଭିଏମ୍‌ରେ ସିଲ୍‌ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଏବେ ନା ଅଛି ପ୍ରଚାରର ଟେନସନ୍‌ ନା ଘର ଘର ବୁଲି ଭୋଟ ମାଗିବାର ଭିଡ । କେବଳ ଫଳାଫଳକୁ ଅପେକ୍ଷା ।

author img

By

Published : Apr 14, 2019, 8:56 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଇଭିଏମ୍‌ରେ ସିଲ୍‌ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଏବେ ନା ଅଛି ପ୍ରଚାରର ଟେନସନ୍‌ ନା ଘର ଘର ବୁଲି ଭୋଟ ମାଗିବାର ଭିଡ । କେବଳ ଫଳାଫଳକୁ ଅପେକ୍ଷା । ପ୍ରଚାର ପାଇଁ କମ ସମୟ ମିଳିଥିବାରୁ ଖୁବ୍‌ ବ୍ୟସ୍ତତା ଭିତରେ ପରିବାର ଓ ବନ୍ଧୁ ପରିଜନଙ୍କୁ ସମୟ ଦେଇପାରୁନଥିଲେ ପ୍ରାର୍ଥୀ । ହେଲେ ଏବେ ନିର୍ବାଚନ ସରିବା ପରେ ବେଶ୍‌ ରିଲାକ୍ସ ମୁଡ୍‌ରେ ଅଛନ୍ତି ସଭିଏଁ । କିଏ ଚାହା ଖଟିରେ ବନ୍ଧୁଙ୍କ ସହ ସମୟ ବିତାଉଛି ତ କିଏ ଘରେ ବସି ପରିବାରକୁ ସମୟ ଦେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ନିର୍ବାଚନକୁ ନେଇ ଗତ କିଛି ଦିନ ହେବ ଟେନସନରେ ରହୁଥିଲେ ସମସ୍ତ ପ୍ରାର୍ଥୀ । ହେଲେ ଏବେ ନିର୍ବାତନ ସରିବା ପରେ ସମସ୍ତଙ୍କ ଅପେକ୍ଷା ଫଳାଫଳକୁ । ଯାହା ଆସନ୍ତା ମେ 23ରେ ପ୍ରକାଶ ପାଇବ ଫଳାଫଳ । ତେଣୁ ଏହାର ଯଥା ସମୟ ପୂର୍ବରୁ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଧା ପଡିଥିବା ଇଭିଏମ ମେସିନକୁ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗ ରୁମ୍‌ରେ ରଖି ସିଲ କରାଯାଇଛି । ଯାହାକୁ ସୁରକ୍ଷା ଦେବା ପାଇଁ ଜଗି ରହିଛନ୍ତି ସୁରକ୍ଷାକର୍ମୀ ।

ଆଉ 40 ଦିନରେ ଅପେକ୍ଷା ପରେ ଖୋଲିବ ଷ୍ଟ୍ରଙ୍ଗ ରୁମ୍‌ । ଇଭିଏମ ମେସିନରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା । ତାପରେ ଜଣା ପଡିବ ହାତୀ କାହା ମୁଣ୍ଡରେ ଢାଳିବ ସୁନା କଳସ । ତେବେ ନିର୍ବାଚନ ପରେ ନିଜ ବନ୍ଧୁ ପରିଜନଙ୍କ ସହ ଏକ ହସଖୁସି ମାହୋଲରେ ଦେଖିବାକୁ ମିଳିଥିଲେ ଜିଲ୍ଲାର କଂଗ୍ରେସ ପ୍ରାର୍ଥୀ କେ.ସୁରିୟା ରାଓ । ସ୍ଥାନୀୟ ରାଜନହର ନିକଟରେ ଥିବା ଚା’ ଦୋକାନ ପାଖରେ ଜମିଥିଲା ସୁରିୟାଙ୍କର ଏହି ଖଟି ।

ସେହିପରି ଘରେ ବସି ପରିବାର ଲୋକଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲେ ଜିଲ୍ଲାର ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ । ତେବେ ଉଭୟ ନେତା ଆଗାମୀ ନିର୍ବାଚନରେ ନିଜ ବିଜୟ ନେଇ ବେଶ୍‌ ଆଶାବାଦୀ ରହିଥିବା ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ମୋହନା ନିର୍ବାଚନ ମଣ୍ଡଳୀରେ 75.16 ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ 69.27 ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି । ଅନ୍ୟପଟେ ସମସ୍ତ ପ୍ରାର୍ଥୀ, ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍‌କୁ ସିଲ କରାଯାଇଥିବା ବେଳେ ସେମାନଙ୍କ ଉପସ୍ଥିତିରେ ହିଁ ଗଣତି ପୂର୍ବରୁ ଏହାକୁ ଖୋଲାଯାଇ ଗଣତି ହେବ ବୋଲି ଜଣା ପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ‌

Intro:Body:

CVZXB VGN B NM

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.