ETV Bharat / state

ବିଦ୍ୟୁତ ଦର ବୃଦ୍ଧି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

କୋରୋନା ମହାମାରୀ ସମୟରେ ବିଦ୍ୟୁତ ଦର ବୃଦ୍ଧି ଲୋକଙ୍କ ଉପରେ ଏକ ଶକ୍ତ ଆଘାତ ଆଣିଦେଇଛି । ଏନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜେପି । ଅଧିକ ପଢନ୍ତୁ...

author img

By

Published : Oct 5, 2020, 2:30 PM IST

bjp protest against electricity price hike
ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

ଗଜପତି: ବଡ଼ ଦୁଃଖ ଓ ପରିତାପର ବିଷୟ କୋରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି । ଏନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁପଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜେପି । ବରିଷ୍ଠ ବିଜେପି ନେତା ନୃସିଂହଚରଣ ପଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଓ ନେତା ସାମିଲ ହୋଇ ବିଦ୍ୟୁତ ଯୁନିଟ ପିଚ୍ଛା 20ପଇସା ବୃଦ୍ଧି କରିବା ପାଇଁ ସରକାର ଗ୍ରହଣ କରିଥିବା ନିଷ୍ପତିର ନିନ୍ଦା କରିଥିଲେ ।

ବର୍ତ୍ତମାନ ମହାମାରୀ ସମୟରେ ଲୋକେ ଆର୍ଥିକ ସଙ୍କଟ ମଧ୍ୟରେ ରହିଥିବା ବେଳେ ଏଭଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ । କେବଳ ସେତିକି ନୁହେଁ, ଗଜପତି ଜିଲ୍ଲାରେ ହେଉଥିବା ଘନଘନ ବିଦ୍ୟୁତ କାଟ ମଧ୍ୟ ଲୋକଙ୍କୁ ନୟାନ୍ତ କରିସାରିଲାଣି । ଏଥିରେ ସୁଧାର ଆଣିବା ପରିବର୍ତ୍ତେ ବିଦ୍ୟୁତ ଦର ବୃଦ୍ଧି କରିବା ସରକାରଙ୍କ ଏକଚାଟିଆ ନିସ୍ପତି ଏବଂ ଏହା ଜନ ବିରୋଧୀ ବୋଲି ବିଜେପି ପକ୍ଷରୁ ଅଭଯୋଗ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.