ETV Bharat / state

ULB RESULT: ଗଜପତିରେ BJDର ବାଜିମାତ, ସୁଧାରାଣୀ ତୃତୀୟ ଥର କାଶୀନଗର ଅଧ୍ୟକ୍ଷା - ସୁଧାରାଣୀ ୩ୟ ଥର କାଶୀନଗର ଅଧ୍ୟକ୍ଷା

ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନରେ ଗଜପତି ଜିଲ୍ଲାରେ ବାଜିମାତ କରିଛି ବିଜେଡି । ସୁଧାରାଣୀ ଲଗାତାର ତୃତୀୟ ଥର ପାଇଁ କାଶୀନଗର ଏନଏସିର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ULB RESULT: ଗଜପତିରେ BJDର ବାଜିମାତ, ସୁଧାରାଣୀ ୩ୟ ଥର କାଶୀନଗର ଅଧ୍ୟକ୍ଷା

author img

By

Published : Mar 26, 2022, 5:10 PM IST

ଗଜପତି: ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ପୌର ନିର୍ବାଚନରେ ମଧ୍ୟ ବାଜିମାତ କରିଛି ବିଜେଡ଼ି । ଜିଲ୍ଲାର ଉଭୟ କାଶୀନଗର ଏନଏସି ଏବଂ ପାରଳାଖେମୁଣ୍ଡି ପୌର ପରିଷଦକୁ ବିଜେଡି ଦଖଲ କରିନେଇଛି । ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ବିଜେଡିର ନିର୍ମଳା ସେଠୀ ହୋଇଥିବା ବେଳେ କାଶୀନଗର ଏନଏସିର ଅଧ୍ୟକ୍ଷା ହୋଇଛନ୍ତି ଏମ.ସୁଧାରାଣୀ ।

ULB RESULT: ଗଜପତିରେ BJDର ବାଜିମାତ, ସୁଧାରାଣୀ ୩ୟ ଥର କାଶୀନଗର ଅଧ୍ୟକ୍ଷା

ସୁଧାରାଣୀ ଲଗାତାର ତୃତୀୟ ଥର ପାଇଁ କାଶୀନଗର ଏନଏସିର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି । ଏହି ଦୁଇଜଣ ଅଧ୍ୟକ୍ଷାଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ବସନ୍ତ ଦାଶ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ. ଲିଙ୍ଗରାଜ ଏବଂ ଛାତ୍ର ବିଜେଡି ସଭାପତି ବିଶ୍ବଜିତ ତ୍ରିପାଠୀଙ୍କ ସମେତ ସମସ୍ତ ଦଳୀୟ କର୍ମୀ ଓ ନେତା ସ୍ବାଗତ କରିଛନ୍ତି ।

ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମେତ ସମସ୍ତ ଭୋଟର ଏବଂ ଦଳୀୟ ନେତାଙ୍କୁ ଧନ୍ୟବାଦ ଜଣାଇବା ସହ ସହରର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି । ପାରଳାଖେମୁଣ୍ଡି ପୌରପରିଷଦର ୧୬ଟି ୱାର୍ଡ ମଧ୍ୟରୁ ୧୪ଟିରେ ବିଜେଡି ବାଜିମାତ କରିଥିବା ବେଳେ ୨ଟିରେ ବିଜେପି ବିଜୟୀ ହୋଇଛି । ସେହିଭଳି କାଶୀନଗର ଏନଏସିରେ ୧୩ଟି ୱାର୍ଡ ମଧ୍ୟରୁ ୧୦ଟିରେ ବିଜେଡି ବାଜିମାତ କରିଥିବା ବେଳେ ୨ଟିରେ ବିଜେପି ଏବଂ ଗୋଟିଏରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.