ଗଜପତି: ପାରଳାଖେମୁଣ୍ଡି ପୌର ପରିଷଦ ପାଇଁ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ନିର୍ମଳା ସେଠୀ ରବିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ସମସ୍ତ ୧୬ଟି ୱାର୍ଡର ବିଜେଡି କାଉନ୍ସିଲର ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ନେଇ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।
ବିଜେଡି ପ୍ରାର୍ଥୀ ଓ କର୍ମୀମାନେ ପ୍ରଥମେ ବିଜୁବାବୁ ଏବଂ ପରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ପୌରପରିଷଦ କାର୍ଯ୍ୟାଳୟକୁ ଯାଇ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପାରଳାଖେମୁଣ୍ଡିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିବା କଥା କହିଛନ୍ତି ବିଜେଡି ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ପ୍ରାର୍ଥୀ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ନେତାଙ୍କୁ କୃତଜ୍ଞତା ଜଣାଇବା ସହ ଆସନ୍ତା ନିର୍ବାଚନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ