ETV Bharat / state

ଭାରତୀୟ ମଜଦୁର ସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ - ଭାରତୀୟ ମଜଦୁର ସଂଘ

ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘର ବିକ୍ଷୋଭ । ସାମାଜିକ ସୁରକ୍ଷା, ଠିକା ପ୍ରଥା ଉଚ୍ଛେଦ, ଶ୍ରମନୀତି ପ୍ରଣୟନ କରିବା ଏବଂ ଜୀବିକା ଆଧାରିତ ମଜୁରୀ ପ୍ରଦାନ କରିବା ଆଦି ୪ ଦଫା ଦାବି ନେଇ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଘ । ଅଧିକ ପଢ଼ନ୍ତୁ

ଭାରତୀୟ ମଜଦୁର ସଂଘର ବିକ୍ଷୋଭ
ଭାରତୀୟ ମଜଦୁର ସଂଘର ବିକ୍ଷୋଭ
author img

By

Published : Apr 26, 2023, 10:11 PM IST

ଭାରତୀୟ ମଜଦୁର ସଂଘର ବିକ୍ଷୋଭ

ଗଜପତି: ସାମାଜିକ ସୁରକ୍ଷା, ଠିକା ପ୍ରଥା ଉଚ୍ଛେଦ, ଶ୍ରମନୀତି ପ୍ରଣୟନ କରିବା ଏବଂ ଜୀବିକା ଆଧାରିତ ମଜୁରୀ ପ୍ରଦାନ କରିବା ଆଦି ୪ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅତିଶୀଘ୍ର ଏହି ଦାବି ପୂରଣ ନହେଲେ ଆଗମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର ପକ୍ଷରୁ କୁହାଯାଇଛି ।

ଏପ୍ରିଲ ଦ୍ବିତୀୟ ସପ୍ତାହରେ ସଂଘର ସର୍ବଭାରତୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୬ ତାରିଖରେ ସାରା ଦେଶର ଜିଲ୍ଲା ମୁଖ୍ୟାଳୟରେ ଶ୍ରମିକମାନଙ୍କ ଦାବିକୁ ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରମିକମାନଙ୍କ କୌଣସି ସାମାଜିକ ସୁରକ୍ଷା ନଥିବାରୁ ସେମାନେ ବିଭିନ୍ନ ସମସୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ସେହିଭଳି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ପ୍ରଦାନ କରିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର ତାହାକୁ ଗ୍ରହଣ କରୁନାହାନ୍ତି । ତେଣୁ ଶ୍ରମିକମାନଙ୍କୁ ସାଧାରଣ ଜୀବନ ଯାପନ କରିବା ପାଇଁ ଆବଶ୍ୟକ ଥିବା ମଜୁରୀ ବା ଜୀବିକା ମଜୁରୀ ପ୍ରଦାନ କରିବାକୁ ମଧ୍ୟ ଦାବି କରିଛି ଭାରତୀୟ ମଜଦୁର ସଂଘ ।

ସେହିଭଳି ଅଧିକାଂଶ ସ୍ଥାନରେ ଠିକା ନିଯୁକ୍ତି ପ୍ରଦାନ କରାଯାଉଛି । ଫଳରେ ଶ୍ରମିକମାନେ ନିଜର ଭବିଷ୍ୟକୁ ନେଇ ସନ୍ଦିହାନ ହୋଇପଡୁଛନ୍ତି । ତେଣୁ ଏହି ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ ଶ୍ରମିକ ଏବଂ ତାଙ୍କ ପରିବାରର ସୁରକ୍ଷିତ ଭବିଷ୍ୟତ ପାଇଁ ସ୍ବତନ୍ତ୍ର ଶ୍ରମିନୀତି ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏଭଳି ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ଲେଙ୍କା କହିଛନ୍ତି । ଏହି ବିକ୍ଷୋଭରେ ସଂଘର ଜିଲ୍ଲା ସଂଯୋଜକ ସୁଜିତ କୁମାର ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା ସାମିଲ ହୋଇଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.