ETV Bharat / state

ଗଜପତି ଗସ୍ତରେ ବ୍ରହ୍ମପୁର ସାଂସଦ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ଉଦଘାଟନ

ବ୍ରହ୍ମପୁର ସାଂସଦ ଦିନିକିଆ ଗଜପତି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 6, 2021, 9:26 PM IST

ଗଜପତି ଗସ୍ତରେ ବ୍ରହ୍ମପୁର ସାଂସଦ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ଉଦଘାଟ

ଗଜପତି: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲିବା ସହ ବହୁ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି । ସାଂସଦ ପ୍ରଥମେ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ।

ଗଜପତି ଗସ୍ତରେ ବ୍ରହ୍ମପୁର ସାଂସଦ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ଉଦଘାଟନ

ଏହାପରେ କବି ଗୋପାଳକୃଷ୍ଣ ପାଠାଗାରର ନୂତନ କୋଠାକୁ ଉଦଘାଟନ କରିବା ସହ ଏଠାରେ ଥିବା ବିଭିନ୍ନ ପୁସ୍ତକ ଆଗାମୀ ପିଢିଙ୍କ ପାଇଁ ବହୁ କାମରେ ଆସିବ ବୋଲି କହିଥିଲେ । ଏହାପରେ ସେ ସଙ୍କୁରି ବନ୍ଦ ନିକଟରେ ନିର୍ମାଣ ହୋଇଥିବା ଶୌଚାଳୟ ଏବଂ କୁମ୍ଭାର ସାହି, ଝାଡୁଦାର କଲୋନୀ ଓ ଶବର ସାହିରେ ନିର୍ମାଣ ହୋଇଥିବା ପରିଚୟ ଗୃହର ଉଦଘାଟନ କରିଥିଲେ । ଏହାପରେ ବେତାଗୁଡା ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କରିଥିଲେ ।

ଏହାପରେ ଗୁମ୍ମା ବ୍ଲକର ସେରଙ୍ଗ ଠାରେ ଲାଞ୍ଜିଆ ସୌର ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମିତ ସୂଚନା ଓ ସଂସ୍କୃତି କେନ୍ଦ୍ରର ଉଦଘାଟନ କରିବା ସହ ଏହା ଜିଲ୍ଲାରେ ଥିବା ଆଦିମ ଅଧିବାସୀ ଲାଞ୍ଜିଆ ସୌରାଙ୍କ ସମ୍ପର୍କରେ ଲୋକେ ଏହା ମାଧ୍ୟମରେ ଜାଣିବାକୁ ପାଇବେ ବୋଲି କହିଥିଲେ । ଏଠାରେ ଲାଞ୍ଜିଆ ସୌରାଙ୍କ ପାରାମ୍ପରିକ ପୋଷାକ, ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ସଂଗ୍ରହ କରି ରଖାଯାଇଛି । ଆଦିବାସୀ ସଂସ୍କୃତି ଏବଂ ବେଶ ପୋଷାକ ଧିରେଧିରେ ଲୋପ ପାଇବାକୁ ବସିଲାଣି, ତେଣୁ ଏହି କେନ୍ଦ୍ରରେ ରହିଥିବା ସଂଗ୍ରହାଳୟରୁ ଏସୁବୁ ସମ୍ପର୍କରେ ଲୋକେ ଜାଣିପାରିବେ ବୋଲି ସାଂସଦ କହିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଗଜପତି ଜିଲ୍ଲାପାଳ ଅନୁପମ ଶାହା, ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ନିର୍ବାଚିତ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.