ETV Bharat / state

କୋରୋନା କାଳରେ ଚିତ୍ରକରଙ୍କୁ ରୋଜଗାର ଦେଲା ଐତିହ୍ୟ, ସୁନ୍ଦର ଦିଶିଲା ପାରଳାଖେମୁଣ୍ଡିର କାନ୍ଥବାଡ

ସଂସ୍କୃତି ଓ ପରମ୍ପରା ସହର ପାରଳାଖେମୁଣ୍ଡିକୁ ଅଧିକ ସୌନ୍ଦର୍ଯ୍ୟ କରିବା ପାଇଁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି କାନ୍ଥଚିତ୍ର କାର୍ଯ୍ୟକ୍ରମ ସହରର ବିଭିନ୍ନ ସରକାରୀ କାନ୍ଥରେ ଗଜପତି ଜିଲ୍ଲାର ବିଭିନ୍ନ ଐତିହ୍ୟ,ମହାପୁରୁଷ ଓ ଐତିହାସିକ ସ୍ଥଳୀ ଆଦିର ଚିତ୍ର କରାଯାଉଛି ।

ପାରଳାଖେମୁଣ୍ଡିର ସୌନ୍ଦର୍ଯୀକରଣ
ପାରଳାଖେମୁଣ୍ଡିର ସୌନ୍ଦର୍ଯୀକରଣ
author img

By

Published : Aug 31, 2020, 10:19 PM IST

ଗଜପତି: ସଂସ୍କୃତି ଓ ପରମ୍ପରା ସହର ପାରଳାଖେମୁଣ୍ଡିର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି କାନ୍ଥଚିତ୍ର କାର୍ଯ୍ୟକ୍ରମ । ସହରର ବିଭିନ୍ନ ସରକାରୀ କାନ୍ଥରେ ଗଜପତି ଜିଲ୍ଲାର ବିଭିନ୍ନ ଐତିହ୍ୟ,ମହାପୁରୁଷ ଓ ଐତିହାସିକ ସ୍ଥଳୀ ଆଦିର ଚିତ୍ର କରାଯାଉଛି । ଏହାଦ୍ବାରା କେବଳ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ହେଉଛି ତାହାନୁହେଁ ବରଂ କୋରୋନା ସମୟରେ ହାତବାନ୍ଧି ବସିଥିବା ଚିତ୍ରକରମାନେ ରୋଜଗାର ପାଇଛନ୍ତି । ସେହିଭଳି ଏହା ପରପିଢିଙ୍କୁ ଜିଲ୍ଲା ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି କରିଛି । ଏହାକୁ ସାଧାରଣ ଲୋକେ ସ୍ବାଗତ କରିବା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା କରିବାର ଆବଶ୍ୟକତା ରହିଥିବା କହିଛନ୍ତି ।

ପାରଳାଖେମୁଣ୍ଡିର ସୌନ୍ଦର୍ଯୀକରଣ: କାନ୍ଥରେ ଐତିହ୍ୟ ଆଙ୍କୁଛନ୍ତି ଚିତ୍ରକାର

କାନ୍ଥରେ ରାଜ୍ୟର ଐତିହ୍ୟ, ସଂସ୍କୃତିକୁ ଖୁବ୍ ସୁନ୍ଦର ଭାବେ ଆଙ୍କିଦେଉଛନ୍ତି ଚିତ୍ରକାର । ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର । କାନ୍ଥରେ ଅଙ୍କାଯାଉଛି ମହାପୁରୁଷ, ଐତିହାସିକ ସ୍ଥଳୀର ଚିତ୍ର । ଏହା ଦ୍ବାରା କେବଳ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଉନି ବରଂ କୋରୋନା ସମୟରେ ହାତ ବାନ୍ଧି ବସିଥିବା ଚିତ୍ରକରଙ୍କୁ ରୋଜଗାର ଯୋଗାଇଛି । ଆଉ ଏହି ଚିତ୍ରକଳା ମାଧ୍ୟମରେ ଜିଲ୍ଲା ସମ୍ପର୍କରେ ସୂଚନା ମିଳିପାରିବ ବୋଲି କହିଛନ୍ତି ପୌରପରିଷଦ ନିର୍ବାହୀ ଅଧିକାରୀ ।

ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଠାରୁ ଆରମ୍ଭ କରି ଭାରତ ସ୍ବାଧିନତା ଆନ୍ଦୋଳନରେ ପାରଳାଖେମୁଣ୍ଡିର ରହିଛି ଅତୁଳନୀୟ ଅବଦାନ । ଏ ବିଷୟରେ ଏବେବି ଅଜଣା ସହରବାସୀ । ଚିତ୍ରକଳା ମାଧ୍ୟମରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ ହାତକୁ ନିଆଯାଇଛି । 94 ଲକ୍ଷ ଟଙ୍କାରେ 41ଟି ପ୍ରୋଜେକ୍ଟ ସମ୍ପୁର୍ଣ୍ଣ କରାଯିବ । ଅନ୍ୟପକ୍ଷେ କୋରୋନା ସମୟରେ ରୋଜଗାର ପାଇ ଖୁସି ଚିତ୍ରକାର । ପର୍ବପର୍ବାଣୀ ବନ୍ଦ ରହିବା କାରଣରୁ କୌଣସି ମୂର୍ତ୍ତି ନିର୍ମାଣ ହୋଇପାରିଲା ନାହିଁ ତେଣୁ ଏହି ସହରି ସୌନ୍ଦର୍ଯୀକରଣ ମାଧ୍ୟମରେ ସେମାନଙ୍କୁ ରୋଜଗାର ମିଳିଛି । ଅନ୍ୟପକ୍ଷେ କୋରୋନା କାଳରେ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.