ETV Bharat / state

Panchayat Election: ନିରପେକ୍ଷ ନିର୍ବାଚନ ପାଇଁ ଗଜପତିରେ ସର୍ବଦଳୀୟ ବୈଠକ - ନିରପେକ୍ଷ ନିର୍ବାଚନ ପାଇଁ ଗଜପତିରେ ସର୍ବଦଳୀୟ ବୈଠକ

ଗଜପତିରେ ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇ ନିରପେକ୍ଷ ଓ ଅବାଧ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ । ଅଧିକ ପଢ଼ନ୍ତୁ

Panchayat Election: ନିରପେକ୍ଷ ନିର୍ବାଚନ ପାଇଁ ଗଜପତିରେ ସର୍ବଦଳୀୟ ବୈଠକ

author img

By

Published : Jan 19, 2022, 10:04 AM IST

ଗଜପତି : ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇ ନିରପେକ୍ଷ ଓ ଅବାଧ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ । ଗଜପତିର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକରେ ବିଜେପି, ବିଜେଡି ଓ କଂଗ୍ରେସ ସହ ଡିପିଓ ଉଲ୍ଲାସ ସେଠି, ଜୁବିଲି ଚରଣ ବେହେରା ସଭାପରିଚାଳନା କରିଥିଲେ ।

ଆଦର୍ଶ ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ଆଲୋଚନା କରିବା ସହ ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ବାରା ଜାରି କରାଯାଇଥିବା ଆଦର୍ଶ ଆଚରଣଵିଧି କୋଭିଡ ନିୟମ ପାଳନ ନିମନ୍ତେ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା । ପ୍ରଥମଥର କରି ରାଜ୍ୟରେ କେନ୍ଦ୍ରୀୟ ଭୋଟଗଣତି କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମ ବ୍ଲକ ସଦର ମହକୁମା ଠାରେ ସ୍ଥାପନ କରି ଭୋଟ ଗଣତି କରାଯିବା ନେଇ ସମସ୍ତ ରାଜନୈତିକ ଦଳକୁ ସୂଚିତ କରାଗଲା । ଏହାସହ ଶାନ୍ତି ଶୃଙ୍ଖଳା ସହିତ କିଭଳି ଭାବେ ତ୍ରିସ୍ତରୀୟ ନିର୍ବାଚନରେ ନାମାଙ୍କନ ଭୋଟଗଣତି, କୋଭିଡ ନିୟମ ପାଳନ, ପ୍ରଚାର, ରାଲି କରାଯିବ ସେନେଇ ଆଲୋଚନା କରାଯାଇଥିଲା l

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.