ETV Bharat / state

ପର୍ଯ୍ୟଟନ ସ୍ଥଳୀରେ ମଦ ଓ ପ୍ଳାଷ୍ଟିକ ବ୍ୟାନ, କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

author img

By ETV Bharat Odisha Team

Published : Sep 11, 2023, 10:18 PM IST

ଗଜପତି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ମଦ ଓ ପ୍ଳାଷ୍ଟିକ ଉପରେ କଟକଣା ଜାରି କରିଛି ପ୍ରଶାସନ । ଏହାସହ ଜିଲ୍ଲାରେ ଥିବା ମହେନ୍ଦ୍ରହଗିରିରେ ଆମିଷ ପ୍ରବେଶକୁ ବନ୍ଦ କରାଇଛି । ଅଧିକ ପଢ଼ନ୍ତୁ

ମଦ ଓ ପ୍ଳାଷ୍ଟିକ ବ୍ୟାନ
ମଦ ଓ ପ୍ଳାଷ୍ଟିକ ବ୍ୟାନ
ମଦ ଓ ପ୍ଳାଷ୍ଟିକ ବ୍ୟାନ

ପାରଳାଖେମୁଣ୍ଡି: ପର୍ଯ୍ୟଟନ ସ୍ଥଳୀରେ ମଦ ଓ ପ୍ଳାଷ୍ଟିକ ଉପରେ କଟକଣା । ଏହାସହ ମହେନ୍ଦ୍ରହଗିରିରେ ଆମିଷ ପ୍ରବେଶକୁ ବନ୍ଦ କରାଇଛି । ଗଜପତି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ଏହି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତି ପରେ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଯାଞ୍ଚ କଡା଼କଡି଼ କରାଯାଉଛି । ପର୍ଯ୍ୟଟନ ସ୍ଥଳୀକୁ ସ୍ବଚ୍ଛ ଏବଂ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ପ୍ରଶାସନର ଏଭଳି ନିସ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହ ଏଭଳି କଟକଣା ସବୁଦିନ ରହିବା ଆବଶ୍ୟକ ବୋଲି କୁହାଯାଇଛି।

ପୁରାଣ ପ୍ରସିଦ୍ଧ ତଥା ଔଷଧୀୟ ବୃକ୍ଷରେ ଭରପୁର ମହେନ୍ଦ୍ରଗିରିରେ ମଦ ଏବଂ ଆମିଷ ବାରଣ କରିଛି ପ୍ରଶାସନ । ମହେନ୍ଦ୍ରଗିରିରେ ପଞ୍ଚୁ ପାଣ୍ଡବ ଅଜ୍ଞାତ ବାସ କରିଥିବା ଏବଂ ଏହି ଠାରୁ ହିଁ ଦାରୁବ୍ରବହ୍ମଙ୍କ ଉତ୍ପତ୍ତି ବୋଲି ଲୋକେ ବିଶ୍ବାସ କରନ୍ତି । ଏହା ପୁରଣରେ ମଧ୍ୟ ବର୍ଣ୍ଣିତ ରହିଛି। ଏଠାରେ ପଞ୍ଚୁ ପାଣ୍ଡ ସମେତ ମାତା କୁନ୍ତିଙ୍କ ନାମରେ ମନ୍ଦିର ମଧ୍ୟ ରହିଛି । ତେଣୁ ପୁରାଣ ଅନୁସାରେ ଏହା ଏକ ପବିତ୍ର ସ୍ଥାନ । ଏହାର ରକ୍ଷଣାବେକ୍ଷଣ ପାଇଁ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......Odisha Assembly: ବିକଶିତ ହେବ ବଲାଙ୍ଗୀରର ପର୍ଯ୍ୟଟନ ସ୍ଥଳୀ: ପର୍ଯ୍ୟଟନ ମନ୍ତ୍ରୀ

ତେବେ ଗତ କିଛି ବର୍ଷ ହେଲା ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଭଲ ରାସ୍ତା କରାଯାଇଥିବାରୁ ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏଠାରେ ମଦ ଓ ଆମିଷ ନେଇ ଲୋକେ ଭୋଜିଭାତ କରିବା ଦ୍ବାରା ପରିବେଶ ଖରାପ ହେବା ସହ ହିନ୍ଦୁଙ୍କ ଧର୍ମୀୟ ଭାବନା ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଏଠାକୁ ମଦ ଓ ଆମିଷ ନେବା ଉପରେ କଟକଣା ଜାରି କରିଛି । କେବଳ ମହେନ୍ଦ୍ରଗିରି ନୁହେଁ ବରଂ ଗଣ୍ଡାହାତୀ, ମାଙ୍କଡଡିଆଁ, ଖସଡା ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପ୍ଳାଷ୍ଟିକ ବୋତଲ ଏବଂ ମଦ ନେବା ଉପରେ କଟକଣା ଜାରି କରିଛି ପ୍ରଶାସନ ।

ଗଜପତି ଜିଲ୍ଲାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳୀ ରହିଛି। ପର୍ଯ୍ୟଟନ ଶିଳ୍ପର ବିକାଶ ଦ୍ବାରା ଜିଲ୍ଲାର ଉନ୍ନତି ସମ୍ଭବ। ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀକୁ ସ୍ବଚ୍ଛ ରଖିବା ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ । ତେଣୁ ଜିଲ୍ଲା ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବୋଲି ସାଧାରଣ ଲୋକଙ୍କ ଠାରୁ ବୁଦ୍ଧିଜୀବୀଙ୍କ ଯାଏଁ ସବୁ ବର୍ଗର ଲୋକେ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.