ETV Bharat / state

ଲୋକଙ୍କ ଜୀବନ ରକ୍ଷା କରୁ କରୁ ନିଜ ଜୀବନ ହାରିଲେ ଅତିରିକ୍ତ ତହସିଲଦାର

author img

By

Published : May 7, 2020, 5:34 PM IST

କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଚାଲିଥିବା ଯୁଦ୍ଧରେ ଅନେକ ଯୋଦ୍ଧାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଆଉ ଜଣେ ଯୋଦ୍ଧା ଗୁମା ତହସିଲର । ଗଜପତି ଜିଲ୍ଲା ଗୁମା ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀ ଏହି ଯୁଦ୍ଧରେ ନିଜର ପ୍ରାଣ ହରାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ପାଇଁ ପ୍ରାଣ ହରାଇଲେ ଅତିରିକ୍ତ ତହସିଲଦାର

ଗଜପତି: ସାରା ବିଶ୍ବ ଏବେ କୋରୋନା ସଙ୍କଟରେ ଗତି କରୁଛି । ପ୍ରାଣପଣେ ସଭିଏ ଚେଷ୍ଟା କରୁଛନ୍ତି କୋରୋନା ସହ ମୁକାବିଲା କରିବାକୁ । କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଚାଲିଥିବା ଯୁଦ୍ଧରେ ଅନେକ ଯୋଦ୍ଧା ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏଥିରେ ନିଜର ପ୍ରାଣବଳି ଦେଇସାରିଲେଣି । ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଆଉ ଜଣେ ଯୋଦ୍ଧା । ସେ ହେଉଛନ୍ତି ଗଜପତି ଜିଲ୍ଲା ଗୁମା ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀ (୪୬) ।

ଏହା ଓଡିଶାର ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । । ଗୁମ୍ମା ତହସିଲରେ ଗତ କିଛି ମାସ ହେଲା ନିୟମିତ ତହସିଲଦାର ନଥିବା ବେଳେ ବିଡ଼ିଓ ନଟବର ଗରଡା ତହସିଲଦାର ଦାୟିତ୍ବରେ ରହିଛନ୍ତି । ତେଣୁ ଏଠାରେ କାର୍ଯ୍ୟରତ ଥିବା ରାଜେନ୍ଦ୍ର ମାଝୀଙ୍କ ଉପରେ ହିଁ ପଡୁଥିଲା ସମସ୍ତ ପ୍ରକାର କାର୍ଯ୍ୟଭାର । ତଥାପି ସେ ନିଜର ଦାୟିତ୍ବକୁ ସୂଚାରୁ ରୂପେ ସମ୍ପାଦନ କରିବାରେ କେବେ ବି ପଛଘୁଞ୍ଚା ଦେଇନଥିଲେ । ବୁଧବାର ଗୁମ୍ମା ବ୍ଳକ ତୁମ୍ବାଡା ପଞ୍ଚାୟତର ତାଲାସିଂ ଗାଁକୁ କିଛି ପ୍ରବାସୀ ଫେରିଥିବା ସମ୍ପର୍କରେ ଖବର ପାଇ ସେମାନଙ୍କୁ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ସେହି ଗାଁକୁ ଯାଇଥିଲେ ରାଜେନ୍ଦ୍ର ।

ତେବେ ସେଠାରେ ରାଜେନ୍ଦ୍ର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଖବର ପାଇ ତହସିଲଦାର ଦାୟିତ୍ବରେ ଥିବା ବିଡ଼ିଓ ନଟବର ଗରଡା ତୁରନ୍ତ ସେଠାରେ ପହଞ୍ଚି ଶ୍ରୀ ମାଝାଙ୍କୁ ଗୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କ ପ୍ରାଥମିକ ଚଟିକିତ୍ସା କରାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳୁ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ସାରା ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ଲୋକଙ୍କ ଜୀବନ ରକ୍ଷା ପାଇଁ ଚାଲିଥିବା ଯୁଦ୍ଧରେ ନିଜ ପ୍ରାଣବଳୀ ଦେଇଥିବା ଏହି ଅଧିକାରୀଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି । କିଛି ଅମାନିଆ ସରକାରଙ୍କ ନିୟମକୁ ଠିକ ଭାବେ ମାନୁନଥିବା ବେଳେ ସେମାନଙ୍କ ଯୋଗୁଁ କିଭଳି ଜଣେ ସଚେତନ ନାଗରିକଙ୍କ ଜୀବନ ଚାଲିଯାଉଛି ଏହା ତାର ଏକ ଉଦାହରଣ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି । ତେଣୁ ସମସ୍ତେ ସରକାରୀ ନିୟମକୁ ମାନି ଚଳିବା ଆବଶ୍ୟକ ବୋଲି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.