ETV Bharat / state

ମୋହନାରେ ଝାଡାବାନ୍ତି ଆତଙ୍କ, ଅଞ୍ଚଳ ବୁଲି ଦେଖିଲେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ - diarrhea in mohana block

ବ୍ୟାପୁଛି ଝାଡ଼ାବାନ୍ତି, ଭୟଭୀତ ଗଜପତିବାସୀ । ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ । ଚାଲିଛି ପାନୀୟ ଜଳଠୁ ନେଇ ଅଞ୍ଚଳରେ ପାଇଖାନା ବ୍ୟବସ୍ଥା ଉପରେ କଡ଼ାକଡ଼ି ଯାଞ୍ଚ । ଅଧିକ ପଢ଼ନ୍ତୁ

ମୋହନା ବ୍ଲକର ଝାଡାବାନ୍ତି ଆତଙ୍କ,  ବ୍ୟାପିଥିବା ଅଞ୍ଚଳ ପରିଦର୍ଶନ କଲେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 31, 2022, 7:27 AM IST

ଗଜପତି: ଗଲା କିଛି ଦିନ ହେବ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପି.ଗୋବିନ୍ଦପୁର ଅଞ୍ଚଳରେ ଅନେକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୭ ତାରିଖରୁ ଆଜି ପର୍ଯ୍ୟନ୍ତ ୧୩ଟି ପରିବାରର ୧୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏବେ ସୁଦ୍ଧା ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ।

ମୋହନା ବ୍ଲକରେ ଝାଡାବାନ୍ତି ଆତଙ୍କ, ବ୍ୟାପିଥିବା ଅଞ୍ଚଳ ପରିଦର୍ଶନ କଲେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସେହିପରି ଏହି ଘଟଣାରେ ଜଣଙ୍କର ମୁତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ସ୍ଥାନୀୟ ଅଞ୍ଚଳରେ ଜଳ ଦୂଷିତ ହେବା ଯୋଗୁଁ ଏପରି ସମସ୍ୟା ଉପୁଜିଛି । ତେଣୁ ପାଣି ସାମ୍ପୁଲ ସଂଗ୍ରହ କରି ଯାଞ୍ଚ ପାଇଁ ପଠାଯାଇଛି । ଏହାସହ ଦୂଷିତଜଳ ବ୍ୟବହାର କରିବାକୁ ଲୋକଙ୍କୁ ମନା କରାଯାଇଛି। ସମସ୍ତ ଔଷଧ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଥିବା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.