ETV Bharat / state

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଜିଲ୍ଲା କାର୍ଯ୍ୟାଳୟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ପାରଳାଖେମୁଣ୍ଡି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ

ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଜିଲ୍ଲା କାର୍ଯ୍ୟାଳୟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Dec 29, 2020, 1:59 PM IST

ଗଜପତି: ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲ୍ଲା କାର୍ଯ୍ୟାଳୟରୁ ମଙ୍ଗଳବାର ଜଣେ ଯୁବକର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଯୁବକର ନାଁ ଶିବରାମ ଜାନା ( ୩୦) ହୋଇଥିବା ବେଳେ ତାଙ୍କ ଘର ରାୟଗଡ ଥାନା ଅନ୍ତର୍ଗତ କରିଡାସିଂ ଗାଁରେ ବୋଲି ଜଣାପଡିଛି ।

ଖବର ପାଇ ପାରଳାଖୁଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି ।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଜିଲ୍ଲା କାର୍ଯ୍ୟାଳୟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁସାରେ, ଶିବରାମ ଗତକାଲି ନିଜର ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଆସିଥିଲେ । ସେ ଏକ ଘରୋଇ ନସିଂହୋମରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ରାତି ବିଳମ୍ବ ହୋଇଯିବାରୁ ସେ ଗାଁକୁ ଫେରିନପାରି ସଂଘ କାର୍ଯ୍ୟାଳୟରେ ରହିଥିଲେ । ସେଠାରେ ଆହୁରି ୩ ଜଣ ଯୁବଳ ମଧ୍ୟ ପୂର୍ବରୁ ରହିଥିଲେ । ହେଲେ ସକାଳୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟପିଲାମାନେ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.